ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ଧମକ୍ ଦେଉଥିବା ଯୁବକ ଉଦ୍ଧାର 

ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ଧମକ୍ ଦେଉଥିବା ଯୁବକ ଉଦ୍ଧାର 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ଗଜବାହାଲ ପଞ୍ଚାୟତ ଅନ୍ତର୍ଗତ କଅଁସିଲ ଗାଁରେ ନିର୍ମାଣଧୀନ ପାଣିଟାଙ୍କି ଉପରେ ଚଢ଼ି ଜଣେ ଶ୍ରମିକ ଆତ୍ମହତ୍ୟା ଉଦ୍ୟମ କରୁଥିବା ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଥିବା ବେଳେ ସନ୍ଧ୍ୟାରେ ଉଦ୍ଧାରକାରୀ ଦଳ ଯୁବକକୁ ଉଦ୍ଧାର କରିଥିଲା l ଯୁବକ ଜଣକ ନବରଙ୍ଗପୁର ଜିଲ୍ଲା କୁମାରଗୁଡ଼ା ଗାଁର ମହେଶ(୨୮) ବୋଲି ଜଣା ପଡିଛି l ତେବେ ଉକ୍ତ ପାଣି ଟାଙ୍କି ନିର୍ମାଣ କରିବାକୁ ଆସି ଏଭଳି କାଣ୍ଡ ଭିଆଇଥିଲା l ପାଣି ଟାଙ୍କି ଉପରେ ଚଢ଼ି ଆଉ ତଳକୁ ଓହ୍ଲାଉ ନ ଥିବା ବେଳେ ସହକର୍ମୀ ଶ୍ରମିକ ଓ ଗ୍ରାମବାସୀ ସ୍ଥାନୀୟ ରିଷିଡ଼ା ପୋଲିସ, ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଉଦ୍ଧାର କରିବାକୁ ଓ ତଳକୁ ଆଣିବାକୁ ପ୍ରୟାସ କରିଥଲେ ବି ବିଫଳ ହୋଇଥିଲେ l ସ୍ଥାନୀୟ ଉଦ୍ଧାରକାରୀ ଦଳ ନାକେଦମ୍‌ ହୋଇ ପଡିଥିବା ବେଳେ ପରେ ସନ୍ଧ୍ୟାରେ କଳାହାଣ୍ଡି ଓ ବଲାଙ୍ଗିର ର ଉଦ୍ଧାରକାରୀ ଦଳ ପହଞ୍ଚି ଯୁବକ ଜଣକୁ ଉଦ୍ଧାର କରିଥିଲେ l ଫଳରେ ଉଦ୍ଧାରକାରୀ ଦଳକୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଯୋଗୀମାରି ଠାରେ ପଞ୍ଚୁଦଣ୍ଡ ମହାମିଳନ

Sunil Chandra Nayak

ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ମୋଟେର ଛକରେ କୋକସରା ଡ୍ରାଇଭର ମହାସଙ୍ଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଧର୍ମଘଟ ପ୍ରତିବାଦ

Sunil Chandra Nayak

Leave a Comment

error: Content is protected !!