ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଗୁଡ଼ା ଆଦର୍ଶ ପୋଖରୀରେ ବୋଟିଂ ବ୍ୟବସ୍ଥା ଓ କଲେଜ ନିକଟରେ ଆକର୍ଷଣୀୟ ସେଲ୍ଫି ପଏଣ୍ଟ ଉଦଘାଟିତ

ବାଲିଗୁଡ଼ା ଆଦର୍ଶ ପୋଖରୀରେ ବୋଟିଂ ବ୍ୟବସ୍ଥା ଓ କଲେଜ ନିକଟରେ ଆକର୍ଷଣୀୟ ସେଲ୍ଫି ପଏଣ୍ଟ ଉଦଘାଟିତ 

କନ୍ଧମାଳ,ତା, ୨୭/୦୧:(ମନିସ): ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁଦାନ କ୍ରମେ ବିକାଶ ପଥରେ ଆଗରେ ଚାଲିଛି ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ । କନ୍ଧମାଳ ଜିଲ୍ଲରେ ପ୍ରଥମ ଥର ପାଇଁଁ ବାଲିଗୁଡ଼ା ବସ୍ ଷ୍ଟାଣ୍ଡ୍ ନିକଟସ୍ଥ ଆଦର୍ଶ ପୋଖରୀରେ ଆରମ୍ଭ ହୋଇଛି ବୋଟିଂ ବ୍ୟବସ୍ଥା । ଏଥିସହିତ ଅଞ୍ଚଳବାସୀଙ୍କ ପାଇଁ ମନୋରଞ୍ଜନ ପାଇଁ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ନିକଟରେ ନିର୍ମାଣ ହୋଇଛି ମନଲୋଭା ସେଲ୍ଫି ପଏଣ୍ଟ୍ । ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ଓ ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଉପସ୍ଥିତରେ ଏହାର ଶୁଭ ଉଦଘାଟନ ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ବାଲିଗୁଡ଼ାର ଉନ୍ନତି ପାଇଁ ଅନେକ ଅର୍ଥ ମଞ୍ଜୁରୀ କରିଛନ୍ତି । ଯାହା ଫଳରେ ଆଜି ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ଓ୍ବାର୍ଡରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି । ଏଥିସହିତ ସହରକୁ ସୌନ୍ଦର୍ଯ୍ୟ କରଣ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ଯୋଗୁଁ ଏନ୍ଏସି ଗଠନ ହେବାପରେ ଗତ ଆଠ ବର୍ଷ ମଧ୍ୟରେ ବାଲିଗୁଡ଼ାର ଅନେକ ବିକାଶ ହୋଇପାରିଛି । ଏଣୁ ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଏନଏସି ଏବଂ ଦଳ ପକ୍ଷରୁ ଧନ୍ୟବାଦ ଜଣାଯାଇଛି । ସେପଟେ ସମସ୍ତ ଜନ ପ୍ରତିନିଧିଙ୍କ ପୂର୍ଣ୍ଣ ସହଯୋଗ ମିଳିବାରୁ ଆମେ ବାଲିଗୁଡ଼ା ସହରର ସୌନ୍ଦର୍ଯ୍ୟ କରଣ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିପାରିଛୁ ବୋଲି କହିଛନ୍ତି ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା । ଏହି ଅବସରରେ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ସାଂସଦ ପ୍ରତିନିଧିଙ୍କ ସମେତ ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଉପାଧ୍ୟକ୍ଷା ଶାନ୍ତିଲତା ନାୟକ, ସମସ୍ତ ଓ୍ବାର୍ଡ କାଉନସିଲର ଓ ଶତାଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ

Related posts

୪୨ ମୌଜା ଧୂଳିସ୍ଵର ଗ୍ରାମ ରଥ ଯାତ୍ରାରେ ଯୋଗଦେଲେ ବିଧାୟକ 

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

masiha

ମା’ ଅମ୍ବିକେଶ୍ୱରୀ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଟଙ୍କ ତୋରାଣି ବଣ୍ଟନ 

masiha

Leave a Comment

error: Content is protected !!