ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପୋଡ଼ାପଡ଼ାରେ ବିଜେଡିର ମିଶ୍ରଣ ପର୍ବ ,ଅନ୍ୟ ଦଳରୁ ମିଶିଲେ ୧୫୦ରୁ ଉର୍ଦ୍ଧ୍ବ ପରିବାର

ପୋଡ଼ାପଡ଼ାରେ ବିଜେଡିର ମିଶ୍ରଣ ପର୍ବ

ଅନ୍ୟ ଦଳରୁ ମିଶିଲେ ୧୫୦ରୁ ଉର୍ଦ୍ଧ୍ବ ପରିବାର

ବସ୍ତା,27/01: ବସ୍ତା ବ୍ଲକ୍ ମଥାନୀ ପଞ୍ଚାୟତ ଅନ୍ତର୍ଗତ ପୋଡ଼ାପଡ଼ା ଅଙ୍ଗନଓ୍ବାଡ଼ି ପଡ଼ିଆରେ ପୂର୍ବତନ ସରପଞ୍ଚ ରାଧାଶ୍ଯାମ ମହାଳିକଙ୍କ ତତ୍ବାବଧାନରେ ଶନିବାର ବିଜେଡିର ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମିଶ୍ରଣ ପର୍ବରେ ମୂଖ୍ଯ ଅତିଥିଭାବେ ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା ଯୋଗ ଦେଇ ମୂଖ୍ଯ ମନ୍ତ୍ରୀଙ୍କ ବିଭିନ୍ନ ଲୋକାଭିମୂଖୀ କାର୍ଯ୍ଯ ବିଷୟରେ ଲୋକଙ୍କୁ ଅବଗତ କରାଇବା ସହ ଷଷ୍ଠ ଥର ଲାଗି ପୁଣି ମାନ୍ୟବର ମୂଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୟଯୁକ୍ତ କରିବା ପାଇଁ ଆହ୍ବାନ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମଥାନୀ ପଞ୍ଚାୟତର ୨୦ଟି ଓ୍ବାର୍ଡ଼ର ୧୫୦ ରୁ ଉର୍ଦ୍ଧ୍ବ ପରିବାର ଅନ୍ୟ ଦଳ ଛାଡ଼ି ବିଜୁ ଜନତା ଦଳରେ ମିଶିଥିଲେ।ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ଫୁଲତୋଡା ଦେଇ ଦଳକୁ ସ୍ବାଗତ କରାଯାଇଥିଲା। ଅନ୍ଯତମ ଅତିଥି ରାଜ୍ଯ କାର୍ଯ୍ଯକାରୀଣି ସଭାନେତ୍ରୀ ସୁବାସିନୀ ଜେନା, ବ୍ଲକ ବିଜେଡି ସଭାପତି ଅନିଲ କୁମାର ମହାନ୍ତି, ଜିଲ୍ଲା ବିଜେଡି ଯୁବ ସଭାପତି ଅଞ୍ଜନ କୁମାର ଦଣ୍ତପାଟ, ଜିଲ୍ଲା ପରିଷଦ ସଦସ୍ୟା ଦେବୀକା ସୋରେନ,ସ୍ଥାନୀୟ ସରପଞ୍ଚ ମମତାରାଣୀ ସିଟ୍, ବାଲିଆପାଳ ସରପଞ୍ଚ ଦେବ କୁମାର ଦେବ,ମନୋରଞ୍ଜନ ବିଶ୍ବାଳ,ଦରଡ଼ା ସମିତି ସଭ୍ୟ ସୁବ୍ରତ କୁମାର ପଣ୍ତାଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବିଜେପି ପକ୍ଷରୁ ବ୍ଳକ କାର୍ଯ୍ଯାଳୟ ଘେରାଓ ଓ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ବିଜେପି କର୍ମୀଙ୍କ ସହିତ ରାଜ୍ୟ ବରିଷ୍ଠ ନେତା ଗୋଲକ ମହାପାତ୍ରଙ୍କ ଭେଟଘାଟ

Sunil Chandra Nayak

କୋକସରା ବ୍ଲକ ସରପଞ୍ଚ ସଙ୍ଘ ପକ୍ଷରୁ ନବ ନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!