ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜାତଳା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ୯ ଦଫା ସମ୍ବଳିତ ଦୁର୍ନୀତି ଦାବି ନେଇ ବିଜାତଳା ବ୍ଳକ କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ସଭା

ମୟୂରଭଞ୍ଜ- ୧୮/୮ ( ମସିହା)ରାଜ୍ୟ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୋଧରେ ବିଜାତଳା ବ୍ଳକ କଂଗ୍ରେସ କମିଟି ତରଫରୁ ୯ ଦଫା ଦାବି ନେଇ ବିଜାତଳା ବ୍ଲକ କଂଗ୍ରେସ ସଭାପତି ବେରେଲ ସିର୍କାଙ୍କ ନେତୃତ୍ୱରେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ କରାଯାଇଥିଲା ।ଦାବି ଗୁଡ଼ିକ ମଧ୍ୟରେ ବ୍ଳକରେ ମାତ୍ରାଧିକ ପିସି କାରବାର,ଆବାସ ଯୋଜନାରେ ପ୍ରିୟାପ୍ରିତି ପୋଷଣ ଓ ଶାସକ ଦଳର କର୍ମିଙ୍କୁ ଅଗ୍ରାଧିକାର, ପେଟ୍ରୋଲ,ଡିଜେଲ,ନିତ୍ୟ ବ୍ୟବହାର୍ଯ୍ୟ ଦରଦାମ ବୃଦ୍ଧି,ବେକାରୀ ବୃଦ୍ଧି,ଦାଦନ ବୃଦ୍ଧି,ସ୍କୁଲ ଓ ଡାକ୍ତରଖାନାରେ ଶିକ୍ଷକ, ଡାକ୍ତର, କର୍ମଚାରୀ ଅଭାବ,୫ ଟି ସ୍କୁଲ ଓ ଡାକ୍ତରଖାନାରେ ନିମ୍ନମାନର କାମ ,ନାରୀ ନିର୍ଯାତନା,କୃଷିମାରଣ ନୀତି, ଆଦିବାସୀ,ପଛୁଆ ବର୍ଗ ମାରଣନୀତି,ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ସ୍ଥାପନ, ଜମିକୁ ଜଳସେଚିତ କରିବା,୨,୨୬,୫୫୯ ଖାଲିଥିବା ସରକାରୀ ପଦବୀ ପୂରଣ,ଶିଳ୍ପ ପ୍ରତିଷ୍ଠା ଉପରେ ନେତୃବୃନ୍ଦ ସରକାର ଙ୍କ ବିରୋଧରେ ଗର୍ଜିଥିଲେ ।ପରେ ଦଳୀୟ କର୍ମୀ ବିଡ଼ିଓଙ୍କ କାର୍ଯ୍ୟାଳୟରେ ବିଡ଼ିଓ ଶ୍ରୀ ଯୋଗରଞ୍ଜନ ନାୟକଙ୍କୁ ୯ ଦଫା ଦାବି ସମ୍ବଳିତ ଲିଖିତ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।ପରେ ବିଡ଼ିଓଙ୍କ ସହ ବିଜାତଳା ବ୍ଲକରେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ନେଇ ବିଡ଼ିଓଙ୍କ ସହ ଆଲୋଚନା କରିଥିଲେ ।ବିଡିଓ ସେମାନଙ୍କ ସମସ୍ୟାକୁ ଗୁରୁତ୍ବ ଦେବେ ବୋଲି କହିଥିଲେ ।ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ସାରସକଣା ନିର୍ବାଚନ ମଣ୍ଡଳୀର ସଂଯୋଜକ ନାରାୟଣ ମହାପାତ୍ର, ବିଶୋଇ ବ୍ଲକ କଂଗ୍ରେସ ସଭାପତି ସୁବାଷ ପାତ୍ର, ବିଜାତଳା ବ୍ଲକ ଉପସଭାପତି ଅନୀଲ କୁମାର ସରେନ, ହିମାଂଶୁ ଶେଖର ଦାସ, ପୂର୍ବତନ ଯୁବ କଂଗ୍ରେସ ସଭାପତି ଗୁଦୁରାମ ମୁର୍ମୁ, ଭୀମସେନ ଟୁଡୁ, ଯଦୁନାଥ ଟୁଡୁ, ସୁବାଷ ମହାନ୍ତ, ନୀଳୟ କୁମାର ମହାନ୍ତ, ନରେନ୍ଦ୍ର ମହାନ୍ତ, ବୁଣୁ ନାୟକ, ପ୍ରଦୀପ ଚନ୍ଦ୍ର ବୈଠା ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।ଦିର୍ଘବର୍ଷ ପରେ ଦଳୀୟ କର୍ମି ଏକାଠି ହୋଇଥିବାରୁ କଂଗ୍ରେସ ମହଲରେ ଆନନ୍ଦ ଓ ଉଲ୍ଲାସ ଖେଳି ଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସମାଜ ବାଦୀ ପାଟି ର ବିଧାୟକ ପ୍ରାଥୀ ପ୍ରଶାନ୍ତ କୁମାର ଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

masiha

ଚାଷୀ ସମସ୍ୟାକୁ ନେଇ ରାଜରାସ୍ତାରେ ଓଲ୍ହାଇଲା ଜିଲ୍ଲା ଯୁବକଂଗ୍ରସ

Sunil Chandra Nayak

ବିଜେପିର ତ୍ରିରଙ୍ଗା ଯାତ୍ରା ନେଇ ପ୍ରସୂତି ବୈଠକ

masiha

Leave a Comment

error: Content is protected !!