ସିଦ୍ଧେଶ୍ୱରୀ ଟ୍ରେଡର୍ସର ଶୁଭ ଉଦ୍ଘାଟନ, ଦଶହରାରୁ ଦୀପାବଳି ପର୍ଯ୍ୟନ୍ତ ଆକର୍ଷଣୀୟ ଅଫର୍
ପବିତ୍ର ବିଜୟା ଦଶମୀ ଅବସରରେ ଢେଙ୍କାନାଳ ସହରର ଲକ୍ଷ୍ମୀ ବଜାରସ୍ଥିତ ପୁରୁଣା ସିନେମା ହଲ୍ ନିକଟରେ ଶୁଭାରମ୍ଭ ହୋଇଛି ସିଦ୍ଧେଶ୍ୱରୀ ଟ୍ରେଡର୍ସ।
ଏଠାରେ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ରହିଛି ଆକ୍ୱାଗାର୍ଡ, ଚିମିନି, ୱାଟର କୁଲର୍, ଗିଜର୍, ଗ୍ୟାସ୍ ଚୁଲା ସମେତ ବିଭିନ୍ନ ଘରୋଇ ଉପକରଣ।
ବିଶେଷ କଥା ହେଉଛି, ବିଭିନ୍ନ ସାମଗ୍ରୀ କ୍ରୟ ଉପରେ ଗ୍ରାହକମାନେ ପାଇପାରିବେ ଆକର୍ଷଣୀୟ ରିହାତି ସହ ବିଭିନ୍ନ ଉପହାର। ଏହି ସ୍ୱତନ୍ତ୍ର ଅଫର୍ ଦଶହରାଠାରୁ ଦୀପାବଳି ପର୍ଯ୍ୟନ୍ତ ଉପଲବ୍ଧ ରହିବ ବୋଲି ଦୋକାନର ମାଲିକ ସୁଚିତ୍ର ସ୍ୱାଇଁ ପ୍ରକାଶ କରିଛନ୍ତି।
ତେଣୁ ଏହି ପାର୍ବଣ ଋତୁରେ ଘର ପାଇଁ ଆବଶ୍ୟକ ଘରୋଇ ଉପକରଣ କିଣିବାକୁ ଚାହୁଁଥିଲେ, ଆଜି ହିଁ ପରିଦର୍ଶନ କରନ୍ତୁ ଢେଙ୍କାନାଳ ଲକ୍ଷ୍ମୀ ବଜାରସ୍ଥିତ ସିଦ୍ଧେଶ୍ୱରୀ ଟ୍ରେଡର୍ସ। ସିଦ୍ଧେଶ୍ୱରୀ ଟ୍ରେଡର୍ସ — ଆପଣଙ୍କ ଘର ପାଇଁ ଆବଶ୍ୟକ ଉପକରଣ, ପାର୍ବଣରେ ଆକର୍ଷଣୀୟ ଅଫର୍ ସହ!
ରାଧାକୃଷ୍ଣ ବଜାରରେ ମହାନବମୀ ପୂଜା, ନାରୀ ସଶକ୍ତିକରଣର ବାର୍ତ୍ତା ଦେଲା କୁମାରୀ ପୂଜା
ଢେଙ୍କାନାଳ ସହରର ରାଧାକୃଷ୍ଣ ବଜାର ଦୋଳମଣ୍ଡପ ସାହିରେ ନବରାତ୍ର ଦୁର୍ଗାପୂଜାର ମହାନବମୀ ଅବସରରେ ଭକ୍ତି ଓ ଶ୍ରଦ୍ଧାର ସହ କୁମାରୀ ପୂଜା ଅନୁଷ୍ଠିତ ହୋଇଯାଇଛି। ରାଧାକୃଷ୍ଣ ବଜାର ନବରାତ୍ର ଦୁର୍ଗାପୂଜା ସମିତି ପକ୍ଷରୁ ଆୟୋଜିତ ଏହି ପୂଜାରେ ମା’ଙ୍କ ନିକଟରେ ବିଭିନ୍ନ ପ୍ରକାରର ଭୋଗ ଅର୍ପଣ କରାଯାଇଥିଲା। ପୂଜକ ନରୋତ୍ତମ ଦାସ, ରୁଦ୍ରନାରାୟଣ କବିଶତପଥୀ, ଭବାନୀ ଶଙ୍କର ରଥ ଓ ସୁବ୍ରତ ମହାପାତ୍ର ପୂଜାକାର୍ଯ୍ୟ ସମ୍ପାଦନ କରିଥିବାବେଳେ ଗଣେଶ୍ୱର ଓଝା କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ।
ସାଂସ୍କୃତିକ ସମ୍ପାଦକ ବିଶ୍ଵରଞ୍ଜନ ଓଝାଙ୍କ ତତ୍ତ୍ୱାବଧାନରେ ଦୋଳମଣ୍ଡପ ସାହିର ବାସିନ୍ଦାଙ୍କ ସହଯୋଗରେ ଏହି ପୂଜା ଆୟୋଜିତ ହୋଇଥିଲା।ଏହି ଅବସରରେ ନାରୀ ସଶକ୍ତିକରଣ, ଶିକ୍ଷା ଓ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ପ୍ରତ୍ୟେକ ଶିଶୁଙ୍କ ମଧ୍ୟରେ ମାତୃଶକ୍ତିର ସ୍ୱରୂପ ଦେଖିବା ସହ ନାରୀଙ୍କୁ ସମ୍ମାନ ଓ ସମାଜରେ ଉପଯୁକ୍ତ ସ୍ୱୀକୃତି ପ୍ରଦାନ କରିବା ହେଉଛି କୁମାରୀ ପୂଜାର ମୁଖ୍ୟ ବାର୍ତ୍ତା ବୋଲି ଆୟୋଜକମାନେ ମତ ପ୍ରକାଶ କରିଥିଲେ।
ଚଳିତ ବର୍ଷ ରାଧାକୃଷ୍ଣ ବଜାରରେ ନବରାତ୍ର ଦୁର୍ଗାପୂଜା ଧୁମଧାମରେ ପାଳନ କରାଯାଉଥିବାବେଳେ ମହାନବମୀର ଏହି କୁମାରୀ ପୂଜା ମାଧ୍ୟମରେ ସମାଜକୁ ନାରୀ ସମ୍ମାନ ଓ ସଶକ୍ତିକରଣର ଏକ ସୁନ୍ଦର ବାର୍ତ୍ତା ଦିଆଯାଇଛି।
ମା’ କନକ ଦୁର୍ଗାଙ୍କ ପୀଠରେ ବିଜୟା ଦଶମୀ ଅବସରରେ ରାଜ ରଜେଶ୍ୱରି ଦେବୀ ବେଶରେ ଦର୍ଶନ ଦେଲେ ମା’
ଢେଙ୍କାନାଳ: ଢେଙ୍କାନାଳ ଦେଉଳ ସାହିସ୍ଥିତ ଜୁବୁଲି ଟାଉନରେ ମା’ କନକ ଦୁର୍ଗାଙ୍କ ପୀଠରେ ବିଜୟା ଦଶମୀ ଭକ୍ତି ଓ ଶ୍ରଦ୍ଧାର ସହ ପାଳନ କରାଯାଉଛି। ବିଜୟା ଦଶମୀ ଅବସରରେ ମା’ କନକ ଦୁର୍ଗା ରାଜ ରାଜେଶ୍ଵରି ଦେବୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ।
ପ୍ରାତଃ ରୁ ମାଙ୍କ ମଙ୍ଗଳ ଆଳତି ମହାସ୍ନାନ ନୂତନ ଫୁଲ ହାର ବସ୍ତ୍ର ଲାଗି କରାଯାଉଛି। ମା’ଙ୍କ ନିକଟରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଉଛି। ପଣା ଭୋଗ, ମଧ୍ୟାହ୍ନରେ ଅନ୍ନଧୂପ, ସନ୍ଧ୍ୟାରେ ଆଳତି ଏବଂ ରାତ୍ରିରେ ବଡ଼ସିଂହାର ଭୋଗ ଅନୁଷ୍ଠିତ ହେଉଛି। ଆଜି ମାଙ୍କ ପାଖରେ ଅପରାଜିତା ପୂଜା ସହ ନଗର ପରିକ୍ରମା କରାଯିବ। ମଧ୍ୟାହ୍ନ ସମୟରେ ଭକ୍ତ ମାନେ ପ୍ରସାଦ ସେବନ କରିଥିଲେ।
ମା’ଙ୍କ ଏହି ପବିତ୍ର ପୂଜା ଉତ୍ସବ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିବାବେଳେ ଭକ୍ତମାନେ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରୁଛନ୍ତି।
ଶୁଭମ୍ ପାଣି ଙ୍କ ରିପୋର୍ଟ୍

