ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲ ନିଆଁ ନିବାରଣ ସଚେତନତା ଅଭିଯାନ କାର୍ଯ୍ୟକ୍ରମ 

ଜଙ୍ଗଲ ନିଆଁ ନିବାରଣ ସଚେତନତା ଅଭିଯାନ କାର୍ଯ୍ୟକ୍ରମ

କୋଇଡା ୧୪/୦୨/୨୦୨୫ // ବଣାଇ ଉପଖଣ୍ଡ ଅଧିନସ୍ଥ କୋଇଡା ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ କୁ ନିଆଁଦାଉ ରୁ ରକ୍ଷା ନିମନ୍ତେ ଏକ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ବଣାଇ ର ପୂର୍ବତନ ବିଧାୟକ ଜନାର୍ଦ୍ଦନ ଦେହୁରୀ, ଭୀମସେନ ଚୌଧୁରୀ,କୋଇଡା ଖ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ନାଏକ,କାଶିରା ଗ୍ରାମ ପଂଚାୟତ ର ସରପଞ୍ଚ ରାଣୀ ଲୋହାର, ପାଟମୁଣ୍ଡା ଗ୍ରାମ ପଂଚାୟତ ର ପୂର୍ବତନ ସରପଞ୍ଚ ଅବିନାଶ ସୁମନ ବାଗେ ପ୍ରମୁଖ ଅତିଥି ଭାବେ ଯୋଗ ଦାନ କରି ଜଙ୍ଗଲ ନିଆଁ ନିବାରଣ ପାଇଁ ସଚେତନତା ବାର୍ତ୍ତା ନିଜ ଅଭିଭାଷଣ ମାଧ୍ୟମ ରେ ପ୍ରଦାନ କରି ଥିଲେ I ଏହି କାର୍ଯ୍ୟକ୍ରମ ରେ କୋଇଡା ବନାଞ୍ଚଳ ଅଧୀନ ରେ ଥିବା ବିଭିନ୍ନ ଖଣି ଯଥା ଜେଏସଡବ୍ଲୁ, ଏମଜି ମହାନ୍ତି, ଏମଜି ମିନେରାଲ, ସେଲ, ଏଏମଏନଏସ, ଟାଟା ଏବଂ ପିଏମ ଗ୍ରାନାଇଟ ଇତ୍ୟାଦି ଖଣି ଗୁଡିକରୁ ଆସିଥିବା ଖଣି କତୃପକ୍ଷ ଏବଂ ଜଙ୍ଗଲ ବିଭାଗ ର ସମସ୍ତ କର୍ମଚାରୀ, ଗଜ ସାଥି ମାନେ ଯୋଗ ଦାନ କରିଥିଲେ I ଆଗାମୀ ଗ୍ରୀଷ୍ମ, ବସନ୍ତ ଋତୁ ପ୍ରଭାବ ରେ ଗଛ ଗୁଡିକ ପତ୍ର ଝଡା ଦେଇଥାନ୍ତି ଓ ଜଙ୍ଗଲ ରେ ଲୋକ ମାନେ ପୋଡୁ ଚାଷ ପାଇଁ ଜଙ୍ଗଲ ରେ ନିଆଁ ଲଗାଇ ଥାନ୍ତି ଏହା ଫଳରେ ଅନେକ ମୂଲ୍ୟବାନ ଔଷଧ ଜାତୀୟ ଗଛ ନଷ୍ଟ ହେବା ସହିତ ଅନେକ ଜଙ୍ଗଲୀ ଜୀବଜନ୍ତୁ ମୃତ୍ୟୁ ମୁଖରେ ପଡ଼ିଥାନ୍ତି I ଜଙ୍ଗଲ ରେ ନିଆଁ ଲାଗିବା ଦ୍ୱାରା ଏହାର ପ୍ରଭାବରେ ନିର୍ଗତ ଧୂଆଁ ଦ୍ୱାରା ପରିବେଶ ମଧ୍ୟ ପ୍ରଦ୍ୟୁଷିତ ହୋଇଥାଏ I ଜଙ୍ଗଲ ରେ ନିଆଁ ଲଗାଇବା ଏକ ଆଇନ ଗତ ଅପରାଧ ବୋଲି କୋଇଡା ବନାଞ୍ଚଳ ଅଧିକାରୀ ପ୍ରସନ୍ନ କୁମାର ପ୍ରଧାନ ସେ ମତବ୍ୟକ୍ତ କରିବା ସହିତ ଏହି ବାର୍ତ୍ତା କୁ ସମାଜ ର ପ୍ରତେକ ବର୍ଗ ର ଲୋକଙ୍କ ନିକଟରେ ପହଁଚାଇବା ଏହି ସଚେତନତା ଅଭିଯାନ ର ମୂଳ ଲକ୍ଷ ବୋଲି ପରିପ୍ରକାଶ କରିଛନ୍ତି I 

କୋଇଡା ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଶିଗନ୍ଧା ସାହିତ୍ୟ ସଂସଦର କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ଜୱାହାର ନବୋଦୟ ବିଦ୍ୟାଳୟ ଚୟନ ପରୀକ୍ଷା

masiha

ରେଳ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

masiha

Leave a Comment

error: Content is protected !!