ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଜପେୟୀଙ୍କ ପୁଣ୍ୟ ତିଥିରେ ବିଜେପିର ଶ୍ରଦ୍ଧାଞ୍ଜଳି

ରାଉରକେଲା/ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ , ଭାରତରତ୍ନ ତଥା ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ଓ ପ୍ରଥମ ରାଷ୍ଟ୍ରୀୟ ସଭାପତି ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି । ଏହି ତିଥି ଅବସରରେ ଭରତୀୟ ଜନତା ପାର୍ଟି ପାନପୋଷ ସାଂଗଠାନିକ ଜିଲ୍ଲା ତରଫରୁ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ନେତୃତ୍ଵରେ ରାଉରକେଲା ଇସ୍ପାତ ନଗରୀ , ଆମ୍ବଗାନ ଛକ ନିକଟସ୍ଥ ବାଜପାୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଥିଲା। ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଜୁଏଲ ଓରାମ ବାଜପାୟୀଙ୍କ ପ୍ରତି ମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଯାୟୀ କଳସରେ ସେ ସ୍ଥାନରୁ ମାଟି ସଂଗ୍ରହ କରି ଦିଲ୍ଲୀ ପଠାଇଥିଲେ । ସେ ବାଜପାୟୀଙ୍କ ସୃତି ଚାରଣ କରିବା ସହିତ ତାଙ୍କର ଦୂରଦୃଷ୍ଟି ଓ କାର୍ଯ୍ୟ ଶୈଳୀର ଭୂୟସୀ ପ୍ରଶଂସା କରିଥିଲେ। ସର୍ବଶିକ୍ଷା ଅଭିଯାନ, ପୋଖରଣ ମିଶାଇଲ ପରୀକ୍ଷଣ, ସ୍ଵର୍ଣ୍ଣ ଚତୃଭୂଜ ଯୋଜନା ଓ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ପ୍ରବର୍ତ୍ତକ ସେ ଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାନେତ୍ରୀଙ୍କ ସହିତ ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ ଓ ଜଗବନ୍ଧୁ ବେହେରା, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ଉପସଭାପତି ଦୁର୍ଗା ତନ୍ତୀ ଓ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଭ୍ରମରବର ବେହେରା, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଜିଲ୍ଲା ସାଧାରଣ ସମ୍ପାଦକ ମଳୟ ମହାପାତ୍ର, ଜିଲ୍ଲା ସମ୍ପାଦକ ଅଜୟ କଂସାରି, ଜିଲ୍ଲା ଏସ ସି ମୋର୍ଚ୍ଚା ସଭାପତି ରୋହିତ ତନ୍ତୀ,ଭାସ୍କର ନନ୍ଦ, ସୂର୍ଯ୍ୟ ସାହୁ, ବ୍ୟାସଦେବ ନାଥ, ତାରକାନାଥ ମହାପାତ୍ର, ଙ୍କ ସମେତ ବହୁ ଉପସ୍ଥିତ ଥିଲେ। ସେହିପରି ସନ୍ଧ୍ୟାରେ ଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଜେପି କର୍ମକର୍ତ୍ତା ସହ କର୍ମୀମାନେ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରୋଟାରୀ କ୍ଲବ ଅଫ୍ ରାଇରଙ୍ଗପୁର ତରଫରୁ ଦନ୍ତ ପରୀକ୍ଷା ଶିବିର

masiha

୪୨ ମୌଜାରେ ଆମ ଡିଜିଟାଲ କେନ୍ଦ୍ର ସେବା ଉଦଘାଟିତ   

Sunil Chandra Nayak

ବାରାହା ଆକ୍ରମଣରେ ଚାଷୀ ଗୁରୁତର :ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି 

Sunil Chandra Nayak

Leave a Comment

error: Content is protected !!