ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଗାଈଗୋରୁଙ୍କୁ ଚର୍ମଗଣ୍ଡି ରୋଗ ଚିହ୍ନଟ

ମୟୂରଭଞ୍ଜ – ୧୯/୮ ( ‌ମସିହା) ପୁଣିଥରେ ରାଇରଙ୍ଗପୁର ଆଖପାଖ ଅଞ୍ଚଳରେ ମାରାତ୍ମକ ଚର୍ମଗଣ୍ଡି ସଂକ୍ରମିତ ରୋଗ ପୁଣି ଥରେ ଦେଖାଦେଲାଣି । ଗତବର୍ଷ ଏହି ଚର୍ମଗଣ୍ଡି ସଂକ୍ରମିତ ରୋଗ ଯୋଗୁଁ ବହୁ ଗୋସଂପଦ ନଷ୍ଟ ହୋଇ ଯାଇଥିଲା ।କେନ୍ଦ୍ର ଓ ରାଜ୍ୟ ସରକାର ଏଥିପାଇଁ ବ୍ୟାପକ ପ୍ରତିଷେଧକ ବ୍ୟବସ୍ଥା କରିବା ସହ ସାପ୍ତାହିକ ଗୋରୁହାଟ ଏବଂ ଗୋଚାଲାଣ ଉପରେ ରୋକ ଲଗାଇଥିଲେ । ସୂଚନାଯୋଗ୍ୟ ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ଅନ୍ତର୍ଗତ ହଳଦା ପଞ୍ଚାୟତର ବଡବାଇକଳା ଗ୍ରାମର ବିଶିଷ୍ଟ ଗୋପାଳକ ଶିବ ପ୍ରସାଦ ମହାନ୍ତଙ୍କ ଘରେ ଥିବା ବଳଦ ଚର୍ମଗଣ୍ଡି ( ଲମ୍ପି ସ୍କ୍ରିନ ଡିଜିଜ) ରୋଗରେ ସଂକ୍ରମିତ ହୋଇଛନ୍ତି । ଏହାକୁ ରାଇରଙ୍ଗପୁର ବ୍ଳକ ପ୍ରାଣୀ ଚିକିତ୍ସକ ଜାଣି ମଧ୍ୟ ତାଙ୍କ ଘରକୁ ଯାଇ ନ ଥିଲେ ।ଖବର ପାଇ ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡଃ ରାମମୋହନ ରାୟ ତୁରନ୍ତ ଶିବ ପ୍ରସାଦ ମହାନ୍ତଙ୍କ ଘରେ ପହଞ୍ଚି ସଂକ୍ରମିତ ଗୋରୁର ଆଶୁ ଚିକିତ୍ସା କରିଥିଲେ । ଆବଶ୍ୟକୀୟ ଔଷଧ ଓ ଇଞ୍ଜେକସନ ଦେବାସହ ସତର୍କ ହେବା ପାଇଁ କହିଥିଲେ ।ତଦସହ ସଂକ୍ରମିତ ଗୋରୁର ଵ୍ଳଡ,ସିରମ ଏବଂ ସ୍କ୍ରାମ୍ପିଂ ଆଣି ତାକୁ ପରୀକ୍ଷା ଗାରକୁ ପଠାଇଛନ୍ତି । ରାଇରଙ୍ଗପୁରରେ ଚର୍ମଗଣ୍ଡି ସଂକ୍ରମିତ ରୋଗ ନେଇ ଉପରିସ୍ଥ ବିଭାଗୀୟ ଅଧିକାରୀଙ୍କ୍କୁ ଲିଖିତ ଭାବେ ଜଣାଇଛନ୍ତି ।ତଦସହ ରାଇରଙ୍ଗପୁର ଉପଖଣ୍ଡ ର ସମସ୍ତ ପ୍ରାଣୀ ଚିକିତ୍ସାଧିକାରୀ,ଲାଇଭ ଇନ୍ସପେକ୍ଟର,ପଶୁମିତ୍ରଙ୍କୁ ବିଭିନ୍ନ ଅଂଚଳରେ ଗୋରୁ ଗାଈ ଏବଂ ଚାଷୀ ଙ୍କ ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଏହି ମାରାତ୍ମକ ରୋଗ ଯେଭଳି ଆଗକୁ ବ୍ୟାପି ନ ଯାଏ ।ସେଥିପ୍ରତି ସତର୍କ ହେବା ପାଇଁ କହିଛନ୍ତି ।ଆସନ୍ତା ସୋମଵାର ଦିନ ଉପଖଣ୍ଡ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଏକ ଚର୍ମଗଣ୍ଡି ରୋଗ ସଂକ୍ରାନ୍ତିୟ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଅବ୍ୟବସ୍ଥା ଘେରରେ ରିଷିଡା ବସ୍ ଷ୍ଟାଣ୍ଡ

masiha

ପରିକ୍ଷାର୍ଥୀ ଙ୍କୁ ନେଇ ଯାଉଥିବା ବଲେରୋ ଓଲଟି ସାତ ପରିକ୍ଷ୍ୟାର୍ଥି ଆହତ 

masiha

ଇନ୍ଦ୍ରାବତୀ ମୁଖ୍ୟ ରାସ୍ତା ନିର୍ମାଣ ସରିନି ଉଠି ଯାଉଛି ଗୋଡ଼ି ଓ ରାସ୍ତା ଉପର ପାଣି ଡ୍ରେନେଜ ପାଇଁ ନାହିଁ ବ୍ୟବସ୍ଥା: ଅନୁସରଣ ହେଉନି ବୈଷୟିକ ମାପଦଣ୍ଡ

Sunil Chandra Nayak

Leave a Comment

error: Content is protected !!