ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ରଜ ଉତ୍ସବ ପାଳନ

ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ରଜ ଉତ୍ସବ ପାଳନ

ରାଉରକେଲା:. ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘ ଆନୁକୂଲ୍ୟରେ ଗୋପବନ୍ଧୁ ପାଠାଗାର ପରିସରରେ ରଜ ମହୋତ୍ସବ ସହ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି। ସଭାପତି ଶଙ୍କର ପ୍ରସାଦ ତ୍ରିପାଠୀ ଏହି ଉତ୍ସବରେ ଅଧ୍ୟକ୍ଷତା କରି ସ୍ବାଗତ ଅଭିଭାଷଣ ସହ ଓଡ଼ିଆ ପରମ୍ପରାରେ ରଜ ଉତ୍ସବର ମହତ୍ୱ ସମ୍ପର୍କରେ ବିଭିନ୍ନ ପୌରାଣିକ ଆଖ୍ୟାନ ସହ ବର୍ଣ୍ଣନା କରିଥିଲେ। ଅନ୍ୟତମ ବକ୍ତା ଭାବେ ପ୍ରାଧ୍ୟାପକ ଗିରିଜା ଶଙ୍କର ଗୋସ୍ୱାମୀ ରଜ ଉତ୍ସବର ସାମାଜିକ, ଧାର୍ମିକ ତଥା ପୌରଣିକ ଭିତ୍ତି ଉପରେ ଆଲୋକପାତ ସହ ନିଜର ଅନୁଭୂତି ବର୍ଣ୍ଣର୍ନା କରିଥିଲେ। 

ସାଂସ୍କୃତିକ କାର୍ଯ୍ୟକ୍ରମରେ ଡ. ସାନ୍ତ୍ଵନା ପରିଡ଼ା, ପ୍ରୀତି କୁମାରୀ ସାହୁ, ଜ୍ୟୋତି ମହାପାତ୍ର, ଅନିତା ସାହୁ ଏବଂ ବିଜୟଲକ୍ଷ୍ମୀ ମିଶ୍ରଙ୍କ ପ୍ରାରମ୍ଭିକ ସାମୂହିକ ସଙ୍ଗୀତ ଗାନ ଏବଂ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ସହ ସ୍ନିଗ୍ଧା ସାମନ୍ତରାୟଙ୍କ ଏକକ ଅଭିନୟ ଦର୍ଶକ ମାନଙ୍କୁ ବିମୁଗ୍ଧ କରିଥିଲା। ସେହିପରି ଡଃ ପି.କେ.ସାହୁ, ଅଜିତ ମୋହନ ପୁଜାରୀ, ବିଜୟ କୁମାର ନାୟକ ଓ ସୁବାସ ଚନ୍ଦ୍ର ମହାନ୍ତିଙ୍କ ଭଜନ ଓ ସୁମଧୁର ଲଘୁ ସଙ୍ଗୀତ ପରିବେଷଣରେ ଶ୍ରୋତା ମାନେ ବିମୋହିତ ହୋଇଥିଲେ। ଗଦାଧର ରଥ ତାଙ୍କ ସାଥୀ ମାନଙ୍କ ସହ ମୃଦଙ୍ଗ ଏବଂ ହାରମୋନିୟମର ତାଳେ ତାଳେ ଏକ ନିଆରା ଢଙ୍ଗରେ କୀର୍ତ୍ତନ ପରିବେଷଣ କରି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ। ଏହି ସମସ୍ତ କାର୍ଯ୍ୟ କ୍ରମକୁ ଉପସଭାପତି ସୁବାସ ଚନ୍ଦ୍ର ମହାପାତ୍ର ସୁଚାରୁ ରୂପେ ପରିଚାଳନା କରିଥିବାବେଳେ ବରିଷ୍ଠ ସଦସ୍ୟା ଅଂଜଳୀ ହୋତା ଧନ୍ୟବାଦ ଅର୍ପଣ କରିଥିଲେ। ସାଧାରଣ ସମ୍ପାଦକ ହରିହର ନାୟକଙ୍କ ସହ ସମସ୍ତ କାର୍ଯ୍ୟକାରୀ ସଦସ୍ୟଙ୍କ ଆକ୍ଳାନ୍ତ ପରିଶ୍ରମ ଓ ସହଯୋଗରେ ସଫଳତାର ସହ ସମ୍ପନ୍ନ ହୋଇଥିବା ଏହି ଉତ୍ସବରେ ଶତାଧିକ ସଦସ୍ୟ ସପରିବାର ଯୋଗ ଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ଶେଷରେ ପାରମ୍ପରିକ ରଜ ପିଠା ସେବନ କରି ଆପ୍ୟାୟିତ ହୋଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମାନଝରି ଗ୍ରାମରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ସୋଲାର ପାନୀୟ ଜଳ ଓ ବସୁଧା ପ୍ରକଳ୍ପ ଅଚଳ ଦୁର୍ଦ୍ଦିନରେ ଜନସାଧାରଣ

Sunil Chandra Nayak

ମାନବ ସେବା ପ୍ରତିଷ୍ଠାନର ଶ୍ରଦ୍ଧା ଦାସ ଙ୍କ କୃତିତ୍ୱ 

masiha

Leave a Comment

error: Content is protected !!