ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷ୍ଣାନନ୍ଦପୁର ଠାରେ ଆଇ.ଆଇ.ଏଫ. ଏଲ୍.ବ୍ୟାଙ୍କ ର ଉଦ୍ଘାଟନ

ତିର୍ତ୍ତୋଲ :-25/01/23-/–/—/ଜନସାଧାରଣଙ୍କ ଆର୍ଥିକ ନେଣଦେଣ କୁ ସଂଚାଳନ କରିବାକୁ ବ୍ୟଙ୍କିଙ୍ଗ ସେବାର ଆବଶ୍ୟକ ହୋଇଥାଏ ! ସୂଚନା ମୁତାବକ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ କୃଷ୍ଣାନନ୍ଦପୁର ଠାରେ ଆଜି ଆଇ. ଆଇ. ଏଫ. ଏଲ୍. ବ୍ୟାଙ୍କ ର ଶୁଭ ଉଦ୍ଘାଟନ ହୋଇଯାଇଛି ! ଏଥିରେ ମୁଖ୍ୟ ଅତିଥିଭାବେ କୃଷ୍ଣାନନ୍ଦପୁର ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କିଶୋର ବେହେରା ଯୋଗ ଦେଇଥିବା ବେଳେ ସ୍ଥାନୀୟ ମେଡିକାଲ ର ଅଫିସର ଡକ୍ଟର ପ୍ରିୟ ରଞ୍ଜନ ଜେନା ସମ୍ମାନିତ ଅତିଥିଭାବେ ଉପସ୍ଥିତ ଥିଲେ ! ବ୍ୟାଙ୍କର ମ୍ୟାନେଜର ଗଜେନ୍ଦ୍ର କୁମାର ସାହୁ ଉପସ୍ଥିତ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ, ମାର୍କେଟିଙ୍ଗ ମ୍ୟାନେଜର ଶାଶ୍ୱତ ପୃଷ୍ଟି,ଟି.ଏମ.ଜଗନ୍ନାଥ ନାୟକ,ମନୋଜ କୁମାର ଜେନା, ଇତିଶ୍ରୀ ବାରିକ, ମହମ୍ମଦ ଇଫତିକାର ଆଲାମ,ଗଣମାଧ୍ୟମ ପ୍ରତିନିଧି, ସ୍ଥାନୀୟ ସମାଜସେବୀ ସେକ କଲିମୁଲ୍ଲା, ଗ୍ରାହକ ସମୁଦାୟ ଏବଂ ସ୍ଥାନୀୟ ବଜାର କମିଟିର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିବାର ଦେଖାଯାଇଥିଲା ! ଏହି କାର୍ଯ୍ୟକ୍ରମକୁ କୃଷ୍ଣାନନ୍ଦପୁର ଆଇ. ଆଇ. ସି. ଶ୍ରୀଯୁକ୍ତ ବେହେରା ଏବଂ ଡକ୍ଟର ଜେନା ମିଳିତ ଭାବେ ଫିତା କାଟି ଉଦ୍ଘାଟନ କରିଥିବାବେଳେ ବୈଦିକ ରୀତିରେ ପୂଜାର୍ଚନା କରାଯାଇଥିବାର ଦେଖାଯାଇଥିଲା ! ଏହି ବ୍ୟାଙ୍କ ମାଧ୍ୟମରେ ବହୁତ ଅଭାବୀ ଲୋକଙ୍କର ଆର୍ଥିକ ସମସ୍ୟା ଦୂରହେବା ସହିତ କମ ସୁଧହାରରେ ସୁନାଋଣ ପ୍ରାପ୍ତ ହୋଇ ପାରିବେ ବୋଲି ମ୍ୟାନେଜର ଶ୍ରୀଯୁକ୍ତ ସାହୁ କହିଥିଲେ ! ମୋଟାମୋଟି ଭାବେ ଏହି ବ୍ୟାଙ୍କ ସର୍ବଜନ ହିତାୟ ଭାବେ କାର୍ଯ୍ୟକରିବ ବୋଲି ସୂଚନା ମିଳିଥିବାର ଜଣାଯାଇଛି !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଜିତୁ ପଟ୍ଟନାୟକଙ୍କ ଦ୍ଵାଦଶ ପୂଣ୍ୟତିଥି ଅବସରରେ ଅସହାୟ ଙ୍କୁ ଆର୍ଥିକ ସହାୟତାର ହାତ ବଢ଼ାଇଲା ଜିତୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ

masiha

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଓ ଆରଟିଓର ମିଳିତ ହେଲମେଟ ଯାଞ୍ଚ ଅଭିଯାନ, ଟ୍ରାଫିକ ନିୟମ ପାଳନ ଉପରେ ଗୁରୁତ୍ୱ

ଟ୍ବେଲ ପକ୍ଷରୁ ରାଉରକେଲାର ମାନସୀ ଦାସମହାପାତ୍ରଙ୍କୁ ଭାରତ ଆଇକନିକ୍ ପୁରସ୍କାର ୨୦୨୬

Leave a Comment

error: Content is protected !!