ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଁଳାବେରେଣୀ ଠାରେ ଅଙ୍ଗନଓ୍ବାଡିକର୍ମୀ ଙ୍କ ବୈଠକ

କାମାକ୍ଷାନଗର(ମ ନି ସ)୨୨/୦୧_ଅଲ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ଓ୍ବାକରସ୍ ଆସୋସିଏସନ୍ ର ଏକ ବୈଠକ ଅଁଳାବେରେଣୀ ଠାରେ ଅନୁଷ୍ଠିତ ହୋଇଅଛି।ଭାରତୀୟ ମଜଦୁରସଂଘ ଢେଙ୍କାନାଳଜିଲ୍ଲା ସଭାନେତ୍ରୀ ପଙ୍କଜିନୀ ପଣ୍ଡା ଅଧ୍ୟକ୍ଷତାରେ ଉକ୍ତ ବୈଠକ ରେ ବିଭିନ୍ନ ବିଷୟମାନ ଆଲୋଚନା ହୋଇଥିଲା l ପୂର୍ବେ କର୍ମୀଙ୍କ ଦ୍ବାରା ସରକାରଙ୍କନିର୍ଦେଶ ରେ ମହିଳା ସଂଘ ଗଠନ, ଚିହ୍ନଟ ହେଉଥିବା ବେଳେ ଏବେ ମହିଳା ଗୋଷ୍ଠୀ ଙ୍କୁ ସବୁ ଦାୟିତ୍ବ ଦିଆଯାଉଛି ,ହେଲେ କେନ୍ଦ୍ରରେ ଅଣ୍ଡା ଯୋଗଣ କୁ ନେଇ ସମସ୍ୟା ରହୁଛି,ବଜାର ଦରରେ ଅଧିକ ଦାମ୍ ଥାଇ କର୍ମୀଙ୍କୁ କମ୍ ଟଙ୍କା ମିଳିବା ଅସନ୍ତୋଷ  ବ୍ୟାପୁଛି l ନିଜର ଅଧିକାର ସାବ୍ୟସ୍ତ ପାଇଁ ଆନ୍ଦୋଳନ ଧାରଣା ଦେଲେ,ନ୍ୟାୟ ମିଳୁନାହିଁ।ବରଂ ବିଭିନ୍ନ ସମୟରେ ଚକ୍ରାନ୍ତ ର ଶୀକାର ହେବାକୁ ପଡୁଛି। ସରକରୀ ଯୋଜନା ରେ ଅଙ୍ଗନଓ୍ବାଡି କର୍ମୀ ଙ୍କ ଆବଶ୍ୟତା ଥିବାବେଳେ ଏବେ ତାହା ମହିଳା ଗୋଷ୍ଠୀ ଙ୍କୁମିଳିବାଭଳି ଅନ୍ୟ ସମସ୍ୟାକୁ ଆଖି ଆଗରେ ରଖିଏହି ବୈଠକରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇ ଜିଲ୍ଲାପାଳ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ହେବ ବୋଲି ସ୍ଥିର ହେଲା,ବୈଠକରେ କାମାକ୍ଷାନଗର ସଂଘ ର ସଭାନେତ୍ରୀ ହରପ୍ରିୟା ଓଝା,ଉପସଭାନେତ୍ରୀ ମଞ୍ଜୁବାଳାପୃଷ୍ଟି,ସଂପାଦିକା ଅରୁଣା ପୃଷ୍ଟି, ସଭ୍ୟା ସଞ୍ଜୁକ୍ତା ପଣ୍ଡା ସମେତ ୨୪୪ଟି କେନ୍ଦ୍ରର କର୍ମୀ ଉପସ୍ଥିତିରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ନନ୍ଦ ଯୋଗ ଦେଇଥିଲେ, ମୁଖ୍ୟବକ୍ତା ଯୁବ ଆଇନଜୀବି ବିମଳ ବିଶ୍ବାଳ ଯୋଗ ଦେଇ ସଂଘର ଆଭିମୂଖ୍ୟ,କାଯ୍ୟକାରିଣୀ ଉପରେ ପ୍ରସ୍ଥାବ ଦେଇଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ରାଜୀବଗାନ୍ଧୀ ସଭାଗୃହରେ ଶିଳ୍ପ ସଂଵେଦୀକରଣ ଶିବିର 

masiha

ଇସ୍ପାତ ନଗରୀରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ଶହୀଦ ଭଗତ ସିଂ ଙ୍କ ୯୪ ତମ ଶହୀଦ ଦିବସ ପାଳନ 

masiha

Leave a Comment

error: Content is protected !!