ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରାଘାତ ରେ ବଡ଼ ଭଉଣୀ ମୃତ,ସାନ ଭଉଣୀ ଗୁରୁତର

କାମାକ୍ଷାନଗର (ମନିସ ) 14/7/23 // ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କରଗୋଳା ପଂଚାୟତ ଶାନ୍ତିନଗର ସାହି ରେ ବଜ୍ରାଘାତ ରେ ବଡ଼ ଭଉଣୀ ମୃତ୍ୟୁ ଓ ,ସାନ ଭଉଣୀ ଗୁରୁତର ଭାବେ କାମାକ୍ଷାନଗର ମେଡିକାଲ ରେ ଚିକିତ୍ସିତ | ନାବାଳିକା ୨ ଭଉଣୀ ହେଉଛନ୍ତି ସେହି ଗ୍ରାମର କଷ୍ଟୁ ଦେହୁରୀ ଙ୍କ ୧୧ବର୍ଷୀୟ ନାବାଳିକା ଝିଅ ସାବିତ୍ରୀ ଦେହୁରୀ ଓ ୯ବର୍ଷୀୟ ସାନ ଝିଅ ଶ୍ରାବଣୀ ଦେହୁରୀ | ସୁଚନା ମୁତାବକ ଉଭୟ ଦୁଇ ଭଉଣି ଆଜି ଅପରାହ୍ନ ରେ ସ୍କୁଲ ରୁ ଫେରିବା ପରେ,ଘର ବାରଣ୍ଡା ରେ ଏକାଠି ବସିଥିବା ବେଳେ, ବଜ୍ରାଘାତ ହୋଇଥିଲା |ଫଳରେ ନାବାଳିକା ୨ଭଉଣୀ ଅଚେତ ହୋଇ ଖସିପଡ଼ିଥିଲେ |ତେବେ ଉଭୟ ଙ୍କୁ ଆମ୍ବୁଲାନ୍ସ ଯୋଗେ ପରିବାର ଲୋକ କାମାକ୍ଷାନଗର ମେଡିକାଲ କୁ ଆଣିଥିଲେ |ସେଠାରେ ବଡ଼ ଭଉଣୀ ସାବିତ୍ରୀ ଦେହୁରୀ ଙ୍କୁ ଡାକ୍ତର ମୃତ ଘୋଷଣା କରଥିବା ବେଳେ, ସାନ ଭଉଣୀ ଶ୍ରାବଣୀ ଦେହୁରୀ ଏବେ ଗୁରତର ଭାବେ ଚିକିତ୍ସିତ ହେଉଛନ୍ତି |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜାତୀୟ ମତଦାତା ଦିବସ ୨୦୨୫ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

masiha

ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ସି ପି ଆଇ ଏମ୍ ର ବିକ୍ଷୋଭ, ପ୍ରତ୍ୟାହାର କରିବା ପାଇଁ ଦାବି

masiha

ବାଙ୍ଗିରୀପୋଷୀ ଥାନା! ଦୁଆରଶୁଣୀ ଘାଟିରେ ଧଉଳି ଗଣନାଟ୍ଯ ର ଟ୍ରକ ଦୁର୍ଘଟଣାଗ୍ରସ୍ତ,୬ କର୍ମଚାରୀଙ୍କ ମୃତ୍ୟୁ ୧୨ଗୁରୁତର 

masiha

Leave a Comment

error: Content is protected !!