ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିମ୍ନ ମାନର କାମ ନୂତନ କିରୋସିନ ଗୋଦାମ କାନ୍ଥ ଦୁଇବର୍ଷ ମଧ୍ୟରେ ଫାଟ 

କୋଲନର ୧୪/୭: କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜନସାଧାରଣ ମାନଙ୍କୁ କିରୋସିନ ବଣ୍ଟନ ନିମନ୍ତେ ନିର୍ମାଣ କରାଯାଇଥିବା କିରୋସିନ ଗୋଦାମ କାନ୍ଥରେ ଫାଟ ଦେଖାଦେଇଛି | ମାତ୍ର ଦୁଇବର୍ଷର ଗୋଦାମରେ ଏଭଳି ଫଟ ଦେବା ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି | ଦୁଇ ବର୍ଷରେ ଯଦି ଏପରି ଅବସ୍ଥା ତ ଆଉ ୫ ବର୍ଷ ବେଳକୁ ଅବସ୍ଥା କଣ ହେବ ସହଜେ ଅନୁମେୟ ବୋଲି ମତପ୍ରକାଶ ପାଇଛି | ସୂଚନା ମୁତାବକ, ୨୦୧୯-୨୦ ଆର୍ଥିକ ବର୍ଷରେ ଡିଆରଡିଏ ତରଫରୁ ସିଏଫସି ଫଣ୍ଡରେ ୨ ଲକ୍ଷ ଟଙ୍କା ବ୍ୟୟରେ ମୁକୁନ୍ଦପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ହିତାଧିକାରୀଙ୍କୁ କିରୋସିନ ବଣ୍ଟନ କରିବାକୁ ଦୁଇବର୍ଷ ତଳେ କିରୋସିନ ଗୋଦାମ ନିର୍ମାଣ କରାଯାଇଥିଲା | ପ୍ରାୟ ଦୁଇବର୍ଷ ହେବ ଏହି ନୂତନ ଗୋଦାମ ଗୃହରେ କିରୋସିନ ବଣ୍ଟନ କରାଯାଉଛି | କିନ୍ତୁ ଏବେ ଉକ୍ତ ଗୋଦାମ ଗୃହର ଭିତର ପଟୁ କାନ୍ଥର କିଛି ସ୍ଥାନରେ ଫାଟ ଦେଖା ଦେଇଥିବା ଦେଖିବାକୁ ମିଳିଛି | ନୂତନ ଗୋଦାମ ଗୃହର ଏପରି ଅବସ୍ଥା ଦେଖିବା ପରେ ଲୋକେ ଭୟ ବିତ ହୋଇ ଏବେ ଉକ୍ତ ଗୋଦାମ ଗୃହକୁ କିରୋସିନ ପ୍ରଦାନ ସମୟରେ କିରୋସିନ ଆଣି ଯିବାକୁ କୁଣ୍ଠାବୋଧ ହେଉଛନ୍ତି | ନିର୍ମାଣର ମାତ୍ର ଦୁଇ ବର୍ଷ ମଧ୍ୟରେ କାନ୍ଥରେ ଫାଟ ଦେଖାଦେବା ନିମ୍ନମାନର କାମ ବାରି ହେଇ ପଡୁଛି | ଯଦି ନିର୍ମାଣ କରିବା ସମୟରେ ସଠିକ ଭାବେ ପାଣି ଦିଆଯାଇଥାନ୍ତା ଏବଂ ସିମେଣ୍ଟ ଓ ବାଲିର ମାନ ଠିକ ରହିଥାନ୍ତା ତାହେଲେ ଅଳ୍ପ ବର୍ଷ ମଧ୍ୟରେ ଫାଟ ଦେଖାଦେଇ ନଥାନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି | ସୂଚନା ପ୍ରକାରେ, ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତର ସମସ୍ତ କ୍ଷେତ୍ରରେ ଉନ୍ନତି କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଥିବା ବେଳେ ଯେକୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉ କିମ୍ବା ବିଭାଗ କାର୍ଯ୍ୟରେ ବିଭାଗୀୟ ଅଧିକାରୀଙ୍କ ତଦାରଖର ଅଭାବରୁ ଠିକାଦାର ମାନେ ନିଜ ମନମୁଖୀ କାମ କରି ମାଲାମାଲ ହେଉଛନ୍ତି | ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ସଲାସୁତୁରା ଯୋଗୁଁ ଏଭଳି ନିମ୍ନମାନର କାମ ହେଉଥିଲେ ବି କାହାର ନିଘା ନାହିଁ | ତେଣୁ ଜିଲ୍ଲା ପ୍ରଶାସନ ସହ ବ୍ଲକ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି |

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଭାଷା ହିଁ ଭବିଷ୍ୟତ

masiha

ଆଦିବାସୀଙ୍କୁ ରୋଜଗାର ଯୋଗାଉଛି କେନ୍ଦୁପତ୍ର 

ନବରଙ୍ଗପୁର ଉଚ୍ଚ ବିଦ୍ୟାଳୟ ପଡ଼ିଆ ପରିସରରେ ବଜରଙ୍ଗ ଦଳ ପକ୍ଷରୁ ଦାଣ୍ଡିଆ ନୃତ୍ୟର ଆୟୋଜନ

Sunil Chandra Nayak

Leave a Comment

error: Content is protected !!