ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଲୋକନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ 

ମ. ରାମପୁର, ୨୧/୦୧(ମସୀହା): କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଗୋଛାଡେଙ୍ଗେନଠାରେ ଲୋକନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରିଷିଡାସ୍ଥିତ ଜଗନ୍ନାଥ କୌଶଲ୍ୟା ମହାବିଦ୍ୟାଳୟର ଅଧ୍ୟକ୍ଷ ହେମନ୍ତ ଚୌଧୁରୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଖଗେଶ୍ୱର ରଣା, ଘନଶ୍ୟାମ ବଗର୍ତ୍ତି, ପିତାମ୍ବର ନାଗ, କ୍ଷିତିପତି ପଧାନ, ବ୍ଲକ ଉପାଧ୍ୟକ୍ଷ ଶମ୍ଭୁଭୂଷଣ ପଧାନ, ଭବାନୀପାଟଣା ଏବିସିଏସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅଭିମନ୍ୟୁ ସାହୁ, ଅଲାତରା ସରପଞ୍ଚ ସସ୍ମିତା ନାଗ ଓ ମୁଖ୍ୟବକ୍ତା ଭାବେ ଗୌରଗୋଠ ଶୁଲିଆ ବୁଢା ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଯ୍ୟୋଧନ ରଣା ପ୍ରମୁଖ ଯୋଗ ଦେଇଥିଲେ। ସୁଧୀର ମେମୋରିଆଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ତଥା ବିଶିଷ୍ଟ ଶିକ୍ଷାବିତ ଗୁରୁଜୀ ଲୋକନାଥ ପଧାନଙ୍କ ସ୍ମୃତିରେ ସ୍ଥାପିତ ଏହି ବିଦ୍ୟାଳୟର ବାର୍ଷିକ ଉତ୍ସବରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସର୍ବେଶ୍ୱର ପଧାନ ସଭାପତିତ୍ୱ କରିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଗୋଛାଡେଙ୍ଗେନ ସରପଞ୍ଚ ଡ. ସୁରେଶ କୁମାର ପଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ସାହୁ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।ଏହି ଅବସରରେ ୪୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଅଭିଭାବକ ତଥା ଗୋଛାଡେଙ୍ଗେନ ଓ ଅଲାତରା ପଂଚାୟତର ବହୁସଂଖ୍ୟାରେ ଶିକ୍ଷାପ୍ରେମୀ ସାଧାରଣ ଲୋକେ ସାମିଲ ହୋଇଥିଲେ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଓ ବିଭିନ୍ନ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମୀକ୍ଷା କଲେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ

Sunil Chandra Nayak

ଉଦଘାଟିତ ହେଲା କଳାକାର ଗୃହ

masiha

ମହାମହିମ ରାଷ୍ଟ୍ରପତିଙ୍କ ହାତରୁ ରାୟଗଡ ଜିଲ୍ଲାପାଳ ଗ୍ରହଣ କଲେ ଭୂମି ସମ୍ମାନ

Sunil Chandra Nayak

Leave a Comment

error: Content is protected !!