ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲିଟିଲ ପ୍ଲାୱାର ସ୍କୁଲର ୨୪ତମ ବାର୍ଷିକ ଉତ୍ସବ ପାଳିତ 

ଲିଟିଲ ପ୍ଲାୱାର ସ୍କୁଲର ୨୪ତମ ବାର୍ଷିକ ଉତ୍ସବ ପାଳିତ 

– ମୟୂରଭଞ୍ଜ : // – ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦ ଅନ୍ତର୍ଗତ ଅଗ୍ରଣୀ ଇଂଲିଶ ମିଡିୟମ ଶିକ୍ଷା ଅନୁଷ୍ଠାନ ଲିଟିଲ ପ୍ଲାୱାର ସ୍କୁଲର ୨୪ ତମ ବାର୍ଷିକ ଉତ୍ସବ ଧୁମଧାମ ରେ ପାଳିତ ହୋଇଯାଇଅଛି । ଉକ୍ତ ଉତ୍ସବ ରେ ମୁଖ୍ଯ ଅତିଥି ଭାବେ ରାଇରଙ୍ଗପୁର ଉପଖଣ୍ଡ ଉପଜିଲ୍ଲାପାଳ ସୌମ୍ୟରଂଜନ ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ଗୋଷ୍ଟି ଶିକ୍ଷା ଅତିରିକ୍ତ ଅଧିକାରୀ କାର୍ତ୍ତିକ ଚନ୍ଦ୍ର କାରୁଆ ଯୋଗାଇଥିଲେ । ଏହା ବ୍ୟତୀତ ଲିଟିଲ ପ୍ଲାୱାର ସ୍କୁଲର ଟ୍ରଷ୍ଟ ସଭାପତି ଆରତୀ ମହାନ୍ତି ମଧ୍ଯ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ବାରା ବାର୍ଷିକ ଉତ୍ସବ ର ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା । ପରେ ପରେ ଛାତ୍ରୀ ମାନଙ୍କ ଦ୍ବାରା ଅତିଥି ମାନଙ୍କ ଉଦ୍ଦେଶ୍ଯରେ ସ୍ବାଗତ ସଂଗୀତ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଶିକ୍ଷା ଅନୁଷ୍ଠାନ ର ସଂପାଦକ କାଳିପ୍ରସନ୍ନ ମହାନ୍ତି ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ଯ ଅତିଥି ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ଯ ରେ କହିଥିଲେ କଠିନ ପରିଶ୍ରମ କର ଓ ଶିକ୍ଷା ପ୍ରତି ଆଗ୍ରହ ରଖିବା ସହିତ ଗୁରୁ ମାନଙ୍କ ର ଆଶୀର୍ବାଦ ଭିକ୍ଷା କଲେ ନିଶ୍ଚିତ ଦିନେ ଭଲ ମଣିଷ ଟି ହୋଇପାରିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଶ୍ରୀଯୁକ୍ତ କାରୁଆ ତାଙ୍କ ଅଭିଭାଷଣ ରେ କହିଥିଲେ କି ଛାତ୍ର ମାନେ ଶିକ୍ଷାପ୍ରତି ଏକାଗ୍ରତା ଆବଶ୍ୟକ ଓ ପାଠ ହେଉକି ସାଠ ହେଉ ଯିଏ ଯେଉଁଥିରେ ପାରଙ୍ଗମ ହେବ ସିଏ ସେତିକି ଦେଶର ନାମ୍ ଳଖିବା ସହିତ ସମାଜରେ ଜଣେ ସେ ପ୍ରତିଷ୍ଠିତ ମେଧାବୀ ଛାତ୍ର ହୋଇପାରିବ । କାର୍ଯ୍ୟକ୍ରମ ପରିଶେଷରେ ମୁଖ୍ଯ ଅତିଥି ଙ୍କ ଦ୍ବାରା କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପରେ ପରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ରେ ସ୍କୁଲର ଅଧ୍ୟକ୍ଷ ଦେବ ବ୍ରତ ଦାସ ଓ ଉପାଧ୍ୟକ୍ଷ ଦୀଲ୍ଲୀପ କୁମାର ଷଡଙ୍ଗୀ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଠନ ସମ୍ପର୍କ ରେ ସରଳ ଉପାୟ କହିବା ସହିତ ଆଗାମୀ ଦିନର ଦେଶର ଉତ୍ତମ ନାଗରିକ ହେବା ପାଇଁ ମାର୍ଗଦର୍ଶନ କରିଥିଲେ । ପରିଶେଷରେ ସଂପାଦକ କାଳିପ୍ରସନ୍ନ ମହାନ୍ତି ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଶିକ୍ଷୟତ୍ରୀ ପୁଷ୍ପଲତା ମହାନ୍ତି ଓ ଶିକ୍ଷକ ଦୂର୍ଗା ଚରଣ ମହାନ୍ତ । ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଲିଟିଲ ପ୍ଲାୱାର ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ସହଯୋଗ ରହିଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ମେରା ଯୁବା ଭାରତ ,ନବରଙ୍ଗପୁର ତରଫରୁ ଅନ୍ତଃଜିଲ୍ଲା ଯୁବ ବିନିମୟ କାର୍ଯ୍ୟକ୍ରମ

Sunil Chandra Nayak

ବିଶ୍ଵ ଆଦିବାସୀ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

କଳାହାଣ୍ଡି:ମହୁମାଛି ଆକ୍ରମଣରେ ଜଣେ ମୃତ,୪ ଆହତ

masiha

Leave a Comment

error: Content is protected !!