ଭାରସାମ୍ୟ ହରାଇ ୩୦ ଫୁଟ ଖାତକୁ ଖୋସିଲା ଆଲୁମିନା ବୋଝେଇ ଟ୍ରକ
ବନ୍ଧୁଗାଁ ତା, ୩୧/୧/୨୫ ବନ୍ଧୁଗାଁ ଥାନା ଅନ୍ତର୍ଗତ ଗବେରୀ ଗୁଡା ଗାଁ ନିକଟ ମୋଡାନୀ ଠାରେ ୩୦ ପୁଟ ଖାତ ତଳକୁ ଏକ ଆଲୁମିନା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଖସି ପଡିଥିବାର ଦେଖିବାକୁ ମିଳିଛି I ଆଜି ସକାଳ ଟିକିରିରୁ ବାହାରି ଏକ ୧୨ ଚକିଆ ଆଲୁମିନା ବୋଝେଇ ଟ୍ରକ ଗାଡି ନ ଏପି ୩୯ୟୁ ୯୪୯୨ ଭାୟା କୁମ୍ଭାରି ପୁଟ ରାସ୍ତା ଦେଇ ଆନ୍ଦ୍ରକୁ ଯାଉଥିଲା ହଜାର ହଜାର ଟନ ର ଆମୁମିନା ପାଉଡର I କୁମ୍ଭାରି ପୁଟ ରାସ୍ତା ଦେଇ ଆସୁଥିବା ବେଳେ ଏକ ମୋଡାନୀ ରାସ୍ତା ପାର୍ଶ ୩୦ ପୁଟ ଖାତ ତଳକୁ ଭାର ସାମ୍ୟ ହରାଇ ଥିଲା I ଅଳ୍ପକେ ବର୍ତଗଲେ ଡ୍ରାଇଭର ଓ ଗାଡି ହେଲ୍ପର , ଗାଡି ଚାଳକ ଜୟପୁର ସହରର ରମେଶ ରାତନାଲୁ ଆହାତ ହୋଇଛନ୍ତି I ଗାଡି ତଳକୁ ଖୋସିଥିବାର ଦେଖି ଆମ୍ବୁଲାନ୍ସ କୁ ଯୋଗାଯୋଗ କରି ପ୍ରଥମେ ବନ୍ଧୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁଅଣାଯାଇ ପ୍ରାଥମିକ ଚିକିତ୍ସା କରିବା ପରେ ରମେଶଙ୍କୁ ଜିଲ୍ଲା ଲକ୍ଷ୍ମଣ ନାୟକ ଭେସଜ ମେଡିକାଲ କୁ ସ୍ଥାନାନ୍ତର କରାଗୋଲା I ସେଠାରେ ରମେଶଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ଦୁଇଟି ସିଲା ପଡିଥିବା ସହ ସିଟି ସ୍କାନ କୋରାଯିବାରୁ ଡାକ୍ତର କହିଥିଲେ କି ଛାତିର ହାଡ଼ କିଛି ମାତ୍ରରେ ଆଘାତ ଲାଗିବା ସହ ରକ୍ତ ଜମାଟ ହୋଇଯାଇଛି ବଲି ସିଟି ସ୍କାନ ରିପୋର୍ଟ ଅନୁଯାଇ ଡାକ୍ତର କହିଥିଲେ I ଖାତ ତଳକୁ ଖୋସିଥିବା ଟ୍ରକ ସମ୍ଫୁର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି I ଟ୍ରକରେ ଥିବା ଲକ୍ଷ ଲକ୍ଷ ଟଙ୍କାର ଆଲୁମିନା ପାଉଡର କ୍ଷତି ହୋଇଥିବାର ଦେଖିବାକୁ ମିଳିଛି I ନିୟୁଜ ଲେଖିବା ମଧ୍ୟରେ ଟ୍ରକ ସେଠାରୁ ଉଦ୍ଧାର ହୋଇନଥିବାର ଦେଖିବାକୁ ମିଳିଛି I
#₹###₹##₹#####₹₹₹₹₹₹₹₹₹
ଶ୍ୱଶୁର ଘରକୁ ଆସି ଗଛରୁ ପଡି ଜ୍ୱାଇଁ ଗୁରୁତର
ବନ୍ଧୁଗାଁ ୨୯/୦୧/୨୫,ଆନ୍ଧ୍ର ପ୍ରଦେଶ ପାର୍ବତୀପୁର ଜିଲ୍ଲା ନିଡି କୋଲସା ଗ୍ରାମର ଜଣେ ବ୍ୟକ୍ତି ଶ୍ରୀନୁ ତାଡିଙ୍ଗି ବନ୍ଧୁଗାଁ ବ୍ଲକ ଦାସିନୀ ଗ୍ରାମରେ ରହୁଥିବା ନିଜ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିଲେ ।ଆଜି ସକାଳେ ସିଏ ଏକ ତେନ୍ତୁଳି ଗଛରେ ଚଢି ତେନ୍ତୁଳି ତୋଳୁଥିବା ବେଳେ ଉପରୁ ତଳକୁ ଖସି ପଡ଼ିଥିଲେ । ଫଳରେ ସିଏ ତଳେ ପଡିଥିବା ଦେଖି ଶ୍ୱଶୁର ଘର ଲୋକେ ତାଙ୍କୁ ଉଧାର କରି ଗୁରୁତର ଅବସ୍ଥାରେ ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଇଥିଲେ।ହେଲେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ପରାମର୍ଶ ଦେଇଥିଲେ ।
####₹₹₹₹₹₹₹₹₹#₹₹₹₹₹₹₹₹
ମଦ୍ୟପ ସ୍ୱାମୀର ନାରକୀୟ କାଣ୍ଡ
ବନ୍ଧୁଗାଁ ୨୯/୦୧/୨୫,ମଦ୍ୟପ ସ୍ୱାମୀର ନାରକୀୟ କାଣ୍ଡ, ସ୍ତ୍ରୀକୁ ମାଡ଼ ମାରି ପାଳ ଗଦାରେ ଫିଙ୍ଗି ଫେରାର । ସାରା ରାତି ମହିଳା ଜଣକ ଥଣ୍ଡା କାକରରେ ପଡି ଆଜି ଡାକ୍ତର ଖାନାରେ ଭର୍ତି କରିବା ପରେ ମୃତ୍ୟୁ ଘଟିଛି । ଏଇ ଘଟଣା ବନ୍ଧୁଗାଁ ବ୍ଲକରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମଙ୍ଗଳବାର ରାତିରେ ଡିମ୍ବାଗୁଡା ଗ୍ରାମର ରଞ୍ଜନ କୁଲେସିକା ଓ ତାଙ୍କ ସ୍ତ୍ରୀ କ୍ଷୀରମଣୀ ମେଲେକାଙ୍କ ମଧ୍ୟରେ ପାରି ବାରିକ ଝଗଡା ହୋଇଥିଲା । ସେହି ସମୟରେ ରଞ୍ଜନ କୁଆଡେ ନିଶା ଶକ୍ତ ଅବସ୍ଥାରେ ଥାଇ କ୍ଷୀରମଣୀ ଙ୍କୁ ପିଟି ଏକ ପାଳ ଗଦାରେ ଫିଙ୍ଗି ଫେରାର ହୋଇ ଯାଇଥିଲେ । ଆଜି ସକାଳେ କ୍ଷୀର ମଣି ଙ୍କୁ ତାଙ୍କ ଭାଇ ଉଦ୍ଧାର କରି ବନ୍ଧୁଗାଁ ଡାକ୍ତରଖାନାକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଏନେଇ ତାଙ୍କ ଭାଇ ଟଙ୍କ ମେଲେକା ବନ୍ଧୁଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବନ୍ଧୁଗାଁ ଥାନା ଏସ. ଆଇ ଶ୍ରୀ ବିଜୟରାଜ ମୁର୍ମୁଏକ ମାମଲା ରୁଜୁ କରି ବନ୍ଧୁଗାଁ କେଶ ନମ୍ବର ୧୦, ୨୯/୧/୨୫ ଅନୁସାରେ କେଶ ନମ୍ବର ୧୦୩ ବାଇ କ୍ଲୋଜ, ଭାରତିୟ ବ୍ୟାୟ ସହିତା ଅନୁଯାଇ ୠଜୁକରୀ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସହ ତଦନ୍ତ ଜାରି ରହିଥିବାର ପଲିସ ଶ୍ରୀ ମୁର୍ମୁ କହିଥିଲେ I ରଞ୍ଜନଙ୍କ ତିନି ଝିଅ ଓ ଗୋଟିଏ ପୁଅ ଅଛନ୍ତି I ବଡ଼ ଝିଅ ସନ୍ତୁନି କୁଲେସିକା ୧୫ ବର୍ଷ ଗାରିଡି ଛାତ୍ରୀ ନିବାସରେ ପାଠ ପଡେ, ମାଙ୍କ ମୃତ ଖବର ଶୁଣି ବନ୍ଧୁଗାଁ ମେଡିକାଲ ଆସି ମାର ମୃତ ଶରୀର ଦେଖି ଅସମ୍ଭାଳ ହୋଇ କାଁଡୁଥିବାର ଦେଖିବାକୁ ମିଳିଛି, ଓ ରୋଜି କୁଲେସିକା ୧୩ ବର୍ଷ ଷଷ୍ଟ ଶ୍ରେଣୀ ନିଜ ଗାଁରେ ପଡୁଛି, ଉମେଶ କୁଲେସିକା ୯ ବର୍ଷ ୩ ୟଶ୍ରେଣୀ ରେ ପାଠ ପୋଡ଼ନ୍ତି,ଆଙ୍କି କୁଲେସିକା ୪ ବର୍ଷର ଛୁଆ ମା ମା କହି ଖୋଜୁଛି । ବର୍ତମାନ ସେମାନେ ତାଙ୍କ ମାମୁ ଘରେ ଥିବା ଜଣା ପଡିଛି । ଖବର ଲେଖିବା ସମୟରେ ବିଶେଷ ସୂତ୍ରରୁ ଖବର ମିଳିଲାକି ଆଶାମୀ କୁ ଥାନାରେ ଅଟକ ରଖିଥିବାର ଜାଣିବାକୁ ମିଳିଛି I
ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର

