ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଓଡିଶା ରାଜ୍ୟ ବିପର୍ଯୟ ପ୍ରସ୍ତୁତି ଦିବସ ପାଳିତ

ଜିଲ୍ଲା ସ୍ତରୀୟ ଓଡିଶା ରାଜ୍ୟ ବିପର୍ଯୟ ପ୍ରସ୍ତୁତି ଦିବସ ପାଳିତ

କୋରାପୁଟ ଜିଲ୍ଲା ସଦରମହକୁମା ସ୍ଥିତ ସରକାରୀ ବାଲିଆକ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଓଡିଶା ରାଜ୍ୟ ବିପର୍ଯୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯୟ ପ୍ରଶମନ ଦିବସ-୨୦୨୩ ରବିବାର ପୂର୍ବାହ୍ନରେ ପାଳିତ ହୋଇଯାଇଛି I ଜିଲ୍ଲା ବିପର୍ଯୟ ପରିଚାଳନା କର୍ତ୍ତୃପକ୍ଷ ଓ ଓଡିଶା ରାଜ୍ୟ ବିପର୍ଯୟ ପରିଚାଳନା କର୍ତ୍ତୃପକ୍ଷ ମିଳିତ ଅନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ପରିଷଦ ସଭାପତି ସୁଶ୍ରୀ ସସ୍ମିତା ମେଲେକା, କୋରାପୁଟ ପଂଚାୟତ ସମିତି ଅଧକ୍ଷା ଶ୍ରୀମତୀ ନମିତା ମାଝୀ, କୋରାପୁଟ ପୌରପାଳିକା ଅଧକ୍ଷ ଶ୍ରୀ ଲଲାଟ ରଞ୍ଜନ ସେଠି, କୋରାପୁଟ ପୌରପାଳିକା କାର୍ଯ୍ୟନିର୍ବIହୀ ଅଧିକାରୀ ଶ୍ରୀ ସିଦ୍ଧାର୍ଥ ପଟ୍ଟନାୟକ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଜ୍ଞାନଜିତ ତ୍ରିପାଠୀ ପ୍ରମୁଖ ଉଦବୋଧନ ଦେଇଥିଲେ I ଆଜିର ଏହି ଦିବସ ପାଳନର ମୁଖ୍ୟ ବିଷୟ ଥିଲା ସଶକ୍ତ ଗୋଷ୍ଠୀ ସୁରକ୍ଷିତ ଓଡିଶା I ଯାହା ଉପରେ ବକ୍ତା ମାନେ ଆଲୋଚନା କରିଥିଲେ I ବକ୍ତା ମାନେ ୨୪ ବର୍ଷ ତଳେ ଆଜିର ଦିବସରେ ୧୯୯୯ ମହାବାତ୍ୟାକୁ ସ୍ମରଣ କରାଇ ସେତେବେଳେ ରାଜ୍ୟ ସାମ୍ନା କରିଥବା ବିପର୍ଯୟକୁ ଆଜିର ବିପର୍ଯୟ ପ୍ରସ୍ତୁତି ସହ ତୁଳନା କରିଥିଲେ I ବିପର୍ଯୟ ରୋକିବାରେ ଆମର ଉପାୟ ସେତେବେଳେ ନଥିବାବେଳେ ବିପର୍ଯୟ ଜନିତ ଖେୟକ୍ଷତି ରୋକିବାରେ ଆମେ ୨୪ ବର୍ଷ ମଧ୍ୟରେ ଅନେକ ସଫଳ ହୋଇଥିବା କହିଥିଲେ I ଆଜି ବିଶ୍ୱରେ ସେଥିପାଇଁ ଓଡିଶା ପ୍ରସଂଶିତ ଓ ପୁରସ୍କୃତ ହୋଇପାରିଛି I ପ୍ରତେକ ଜୀବନ ମୂଲ୍ୟବାନ ଓ ଏହାର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ଓଡିଶା ବିପର୍ଯୟ ପରିଚାଳନାରେ ଅନେକ ସଂଶୋଧନ ଯୋଗୁଁ ସଫଳତା ହାସଲ କରିପାରିଛି I ଜନସାଧରଙ୍କ ସହଯୋଗ ଏଥିରେ ଅନେକ ସାହାଯ୍ୟ କରିଛି I ଜିଲ୍ଲାସ୍ତରୀୟ ସମାରୋହ ପାଳନ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ,ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା I ଏହି ଅବସରରେ ବିପର୍ଯୟ ପ୍ରଶମନରେ ଉଲେଖନୀୟ କାର୍ଯ୍ୟ ପାଇଁ ଓଡ୍ରାଫ, ଅଗ୍ନିଶମ, ବେସାମରିକ ପ୍ରତିରକ୍ଷା ବିଭାଗ ,ହାଲ, ଜିଲ୍ଲା ଜରୁରୀକାଳୀନ ବିଭାଗର ଡିପିଓ ଏବଂ ଡି ଆର ଆରଙ୍କୁ ସମ୍ମାନିତ କରାଯାଇଥିଲା I ସଭା ପ୍ରାରମ୍ଭରେ କୋରାପୁଟ ପୌରପାଳିକା କାର୍ଯ୍ୟନିର୍ବIହୀ ଅଧିକାରୀ ଏହି ଦିବସର ଆଭିମୁଖ୍ୟ ସମ୍ପର୍କରେ ଉଲେଖ କରିଥିବାବେଳେ ଶ୍ରୀ ପ୍ରକାଶ କୁମାର ସାମଲ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ I ପ୍ରକାଶ ଥାଉକି, ଏହି ଅବସରରେ ସକାଳ ୮.୩୦ ମିନଟରେ ଜିଲ୍ଲା କାର୍ଯ୍ୟାଳୟରୁ ସରକାରୀ ବାଳିକା ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ରାଲିକୁ ଅତିରିକ୍ତ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେI ପରିଶେଷରେ ଶ୍ରୀ ପ୍ରକାଶ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ I

କୋରାପୁଟ ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ୍ 

Related posts

ନୁଆ ଭାରତ ବିକଶିତ ଭାରତ ସଚେତନତା ଶିବିର ଉଦଯାପିତ

masiha

ଓରାମ ସମାଜର ଜାଗୃତି ଓ ହିତାର୍ଥେ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଘର ସର୍ଭେରେ ଅଙ୍ଗନ ବାଡ଼ି କର୍ମୀଙ୍କୁ ପ୍ରଶାସନିକ ଅଧିକାରୀ ଦୁର୍ବ୍ୟବହାର ନେଇ ବିଡ଼ିଓଙ୍କ ନିକଟରେ ଅଭିଯୋଗ କଲେ ଅଙ୍ଗନବାଡ଼ି କର୍ମୀ ସଂଘ 

Sunil Chandra Nayak

Leave a Comment

error: Content is protected !!