ଭାଜପାର ବୁଦ୍ଧିଜୀବୀ ସମ୍ମିଳନୀ
ଗଣତନ୍ତ୍ରର ସୁରକ୍ଷା ପାଇଁ ଏକାଠି ହେଲେ ବୁଦ୍ଧିଜୀବୀ ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଜୁନାଗଡ଼,୨୯/୧୦(ମନୀ ସ)ଦେଶରେ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ଏବଂ ବୃଦ୍ଧି ପାଉଥିବା ଅରାଜକତା ବିରୋଧରେ ସ୍ୱର ଉତ୍ତୋଳନ କରିଛି ଭାଜପା । ଏହି ଅବସରରେ ଆଜି କଳାହାଣ୍ଡି ଜିଲା ଜୁନାଗଡ଼ ହୋଟେଲ ଓରିଅନ ଠାରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । “ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ” ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍, ଆଇନଜୀବୀ, ଅବସରପ୍ରାପ୍ତ କର୍ମଚାରୀ ଓ ସଚେତନ ନାଗରିକମାନେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ ।
ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଳିଙ୍ଗ ବଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ନିଜ ଅଭିଭାଷଣରେ ମନ୍ତ୍ରୀ ବିରୋଧୀ ଦଳଗୁଡ଼ିକ ଉପରେ ବର୍ଷିବା ସହ କହିଥିଲେ ଯେ, କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ନିଜର ସ୍ୱାର୍ଥ ହାସଲ ପାଇଁ ସମାଜରେ ଅରାଜକତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଏଭଳି ସ୍ଥିତିରେ ଗଣତନ୍ତ୍ରର ସୁରକ୍ଷା ପାଇଁ ବୁଦ୍ଧିଜୀବୀ ସମାଜ ଆଗେଇ ଆସିବା ଜରୁରୀ । ସମ୍ବିଧାନ ପ୍ରଦତ୍ତ ଅଧିକାରର ରକ୍ଷା ଏବଂ ସାଧାରଣ ଜନତାଙ୍କ ସ୍ୱରକୁ ସୁଦୃଢ଼ କରିବା ପାଇଁ ଭାଜପା ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ସେ ପ୍ରକାଶ କରିଛନ୍ତି ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଆର୍ତ୍ତ ମହାପାତ୍ର, ବିନ୍ଦୁ ମହନନ୍ଦ, ଶର୍ମିଷ୍ଠା ମେହେର ମୁକେଶ ଅଗ୍ରୱାଲ, ପ୍ରମୁଖ ମଞ୍ଚସିନ ଥିବା ବେଳେ, ମନୋଜ ମେହେର କାର୍ଯ୍ୟକ୍ରମ ପରିଚାଳନ କରିଥିଲେ। ଭାରତରେ ବୈଦେଶିକ ଶକ୍ତିମାନେ ଭାରତ ଅର୍ଥ ବ୍ୟବସ୍ଥା, ସାଂସ୍କୃତିକ, ସାମାଜିକ ଓ ସୁରକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି। ସେହିପରି ଜେନ ଜି ନାଁରେ ଲୋକଙ୍କୁ ଭ୍ରମିତ କରୁଛି ସିଜେପି। ଏସ ଆଇ ଆର କୁ ବିରୋଧ କରୁଛନ୍ତି ବିରୋଧୀ। ଇଭିଏମକୁ ମଧ୍ୟ ବିରୋଧ କରୁଛନ୍ତି ହେଲେ ବାଲାଟ ପେପର ନିର୍ବାଚନରେ ମଧ୍ୟ ସେମାନେ ଜିତି ପାରୁନାହାନ୍ତି ବୋଲି କହିଥିଲେ।
ସମାଜ ଗଠନରେ ବୁଦ୍ଧିଜୀବୀମାନଙ୍କ ପରାମର୍ଶକୁ ଆଧାର କରି ସରକାର ଆଗାମୀ ଦିନରେ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ସୂଚନା ଦେଇଥିଲେ ବୋଲି ଉପସ୍ଥିତ ନେତୃ ବର୍ଗ ପ୍ରକାଶ କରିଥିଲେ।ସେହିପରି, ସୁଧାଂଶୁ ବରାଡ଼, ରଞ୍ଜନ କୁମାର ଜାଲ ଏବଂ ଦଳର ଅନେକ କର୍ମକର୍ତ୍ତା ଉପସ୍ଥିତ ରହି ଥିଲେ।ଏ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଓ ସାଧାରଣ ଜନତା ମଧ୍ୟ ଉପସ୍ଥିତ ରହି ଥିଲେ।
ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍

