ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଶିଗନ୍ଧା ସାହିତ୍ୟ ସଂସଦ ପକ୍ଷରୁ ପଲ୍ଲୀଶ୍ରୀ ପୁସ୍ତକ ମେଳା

ବ୍ୟୁରୋ ରିପୋର୍ଟ //  ୨୬/୦୨- (ମନିସ):- ନିଷିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଷିଗନ୍ଧା ସାହିତ୍ୟ ସଂସଦ ପକ୍ଷରୁ ଖୋର୍ଦ୍ଧା ପଲ୍ଲୀଶ୍ରୀ ପୁସ୍ତକ ମେଳା ଅନ୍ତିମ ଦିବସ ହାବେଳୀ ପଡିଆ ଠାରେ ଚାଲିଛି ।  ନିଷିଗନ୍ଧା ପ୍ରକାଶନ ପକ୍ଷରୁ ଏକ ରାଜ୍ଯସ୍ତରୀୟ କର୍ମକର୍ତ୍ତା ଚୟନ ସମ୍ପର୍କରେ ଆଲୋଚନା କରାଯାଇ ତା ୦୨/୦୩/୨୦୨୩ ରିଖ ଶନିବାର ସମୟ ୩.ଘଟିକା ସମୟରେ ସର୍ବସମ୍ମତି କ୍ରମେ ଶ୍ରୀଯୁକ୍ତ ବଂଶଧର ଦାସ ମହୋଦୟଙ୍କ ଦାସ ଭବନରେ ନବିନାବାଗରେ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି।ଏଥିରେ କର୍ମକର୍ତ୍ତା ଚୟନ ସମେତ ଆଗାମୀ କାର୍ଯ୍ଯକ୍ରମ ସମର୍ଦ୍ଧୀୟ ଆଲୋଚନା ଓ ନିଷିଗନ୍ଧା ମାସିକ ବୈଠକ ଓ ଅନ୍ଯାନ୍ଯ ଗୁରୁତ୍ୱ ପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ। ଆଜିର କାର୍ଯ୍ଯକ୍ରମ ରେ ପୌରହିତ କରିଥିଲେ ଶ୍ରୀଯୁକ୍ତ ବଂଶିଧର ଦାସ ଏବଂ ଅନ୍ୟାମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ପଣ୍ତିତ ବାସୁଦେବ ସାହୁ, ଶ୍ରୀ ବିକ୍ରମ ଚମ୍ପତି,ଶ୍ରୀ ଲୋହିତ ନାରାୟଣ ମହାପାତ୍ର,ଶ୍ରୀ ପ୍ରଭାତ ପାଣିଗ୍ରାହୀ, ନଳିନୀ ଦାସ,ଶ୍ରୀ ସୁରେଶ କୁମାର ମଲ୍ଲ, ନିମିତା ମଲ୍ଲ, ସଶ୍ମିତା ତରାଇ ଓ ଆଲୋକ ସାହୁ, ସର୍ବଶେଷରେ ଶ୍ରୀଯୁକ୍ତ ବଳରାମ ତରାଇ ଧନ୍ୟବାଦ ଅର୍ପଣ କରିଥିଲେ।ତତ୍ ସହ ପ୍ରେରଣା ଇଣ୍ଟରନେସନାଲ ଗ୍ରୀନ୍ ଆର୍ମି ତରଫରୁ ସମସ୍ତଙ୍କୁ ମାନପତ୍ର ଓ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ବାର୍ଷିକ ସଦସ୍ୟତା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

ମସିହା ନିଉଜ ସର୍ଭିସ୍ 

Related posts

ଲାଞ୍ଜିଗଡ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

masiha

ଆମପାଣି ଗ୍ରାମ ପଞ୍ଚାୟତରେ ଯୁଗ୍ମ ଜନଶୁଣାଣି ଶିବିର 

କୁରାଳ ଭବନ ନିର୍ମାଣ ପାଇଁ ଶିଳାନ୍ୟାସ

Sunil Chandra Nayak

Leave a Comment

error: Content is protected !!