ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବନିର୍ମାଣ କୃଷକ ସଂଗଠନ ର ଲୋକ ସମ୍ପର୍କ ଅଭିଯାନ

ଢେଙ୍କାନାଳ -: ନବନିର୍ମାଣ କୃଷକ ସଂଗଠନ ତରଫରୁ ଅଖୟତୃତୀୟା ରୁ ଆରମ୍ଭ ହେଇଥିବା ଏକ ରାଜ୍ୟବ୍ୟାପୀ ଲୋକ ସମ୍ପର୍କ ଅଭିଯାନ ଢେଙ୍କାନାଳ ଜିଲ୍ଲା ରେ ଆଜି ଆସି ପହଞ୍ଚିଥିଲା, ଅଶ୍ଵିନୀ କୁମାର ଜିଲ୍ଲା ପ୍ରଭାରୀ ଙ୍କ ନେତୃତ୍ୱ ରେ ମେରାମୁଣ୍ଡଳି ଭୂଷଣ ପାଖରୁ ସ୍ୱାଗତ ସମ୍ବର୍ଦ୍ଧନା ସହ ନବନିର୍ମାଣ କୃଷକ ସଂଗଠନ ର ଅଭିଯାନ କୁ ପାଛୋଟି ଆଣିଥିଲେ ଏବଂ ବିଭିନ୍ନ ସ୍ଥାନ ରେ ସ୍ବାଗତ ସହ ଜୋରଦାର ଭାବେ ଅଭିଯାନ କୁ ଆଗକୁ ବଢ଼େଇଥିଲେ । ସଂଗଠନ ର ମୁଖ୍ୟ ଅକ୍ଷୟ କୁମାର କହିଥିଲେ ବାର ବର୍ଷ ର ଆନ୍ଦୋଳନ ଭିତରେ ସରକାର ଚାଷୀ ଙ୍କ ଦାବି ଶୁଣିବା ପାଇଁ ନାରାଜ ଅଛନ୍ତି , ଚାଷୀ ଭୁବନେଶ୍ୱର ଚାରି ଚାରି ଥର ଯିବା ପାଇଁ ଚାଲି ଚାଲି ଆସିଥିବା ବେଳେ ସରକାର ପୋଲିସ ଲଗେଇ ଆମକୁ ଆରେଷ୍ଟ କରି ଆନ୍ଦୋଳନ କୁ ଭଙ୍ଗ କରିଛନ୍ତି ସେଥିପାଇଁ ଆଗାମୀ ସରକାର ଚାଷୀ ସରକାର ବୋଲି ଅକ୍ଷୟ କୁମାର ଆହ୍ବାନ ଦେଇ ଅମଲାପଡା ଶିବ ମନ୍ଦିର ଢେଙ୍କାନାଳ ଟାଉନ ରେ ଏକ ବୈଠକ ଦ୍ଵାରା ପ୍ରକାଶ କରିଛନ୍ତି ଏବଂ ଗୋଟେ ରାଲି ମେରାମୁଣ୍ଡଳି ରୁ ବାହାରିଥିଲା ପାଖା ପାଖି 50 ରୁ ଅଧିକ ଚାରି ଚକିଆ ଯାନ ଆସି ଚାଷୀ ନେତାଙ୍କୁ ସ୍ବାଗତ କରି ଢେଙ୍କାନାଳ ରେ ପହଞ୍ଚିଥିଲେ।

ଆଜିର ସଭାରେ ରାଜ୍ୟ ସଂଯୋଜକ ଶେଷ ଦେବ ନନ୍ଦ , ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ , ନିମାଇ ରାୟ , ଆଡଭୋକେଟ କ୍ଷୀରୋଦ ରାଉତ , ସାମାଜିକ କର୍ମୀ ରଣଜିତ୍ ପଟ୍ଟନାୟକ , ଧରିତ୍ରୀ ବେହେରା, ପୂର୍ବତନ ବିଧାୟକ ,ନବୀନ ନନ୍ଦ, ରେବତୀ ବେହେରା , କୈଳାଶ ନାୟକ,ପ୍ରହଲ୍ଲାଦ ସାହୁ , ସୁଧାକର ପରିଡ଼ା, ସିଦ୍ଧାର୍ଥ ସ୍ୱାଇଁ, ଦୁର୍ଗା ଚରଣ ସ୍ୱାଇଁ ,ଲକ୍ଷ୍ମୀଧର ପ୍ରଧାନ , ଡକ୍ଟର କୁଳମଣି, ଦେବୀ ପ୍ରସାଦ ମହାରଣା,ଚନ୍ଦ୍ରଶେଖର ବରାଳ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ଗୋଲାମୁଣ୍ଡା ବ୍ଲକସ୍ତରୀୟ କୃଷକ ସମ୍ବାଦ ଉତ୍ସବ ଓ ଜୈବିକ ସାର କର୍ମଶାଳା ଅନୁଷ୍ଠିତ: ଜୈବିକ ଚାଷ ଉପରେ ଗୁରୁତ୍ୱ

Sunil Chandra Nayak

ପାନୀୟ ଜଳ ଯୋଗାଣକୁ ନେଇ ଜନ ପ୍ରତିନିଧି ଓ ବ୍ଲକ ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

Sunil Chandra Nayak

ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!