ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଘରୋଇ ସ୍କୁଲ ସଂଘ ର ଦାବିପତ୍ର

ଭବାନୀପାଟଣା: ତା ୦୬/୦୨/୨୦୨୩ ରିଖ କଳାହାଣ୍ଡି ଘରୋଇ ସ୍କୁଲ ସଂଘ ତରଫରୁ ଅନ୍ୱେଷା ହୋଷ୍ଟେଲ ଚଳାଉଥିବା ଘରୋଇ ସ୍କୁଲ ମାନଙ୍କ ଅଧ୍ୟକ୍ଷ ଏବଂ ସ୍କୁଲ ପରିଚାଳନା କମିଟିର ମୁଖ୍ୟ ଜିଲ୍ଳା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ ଙ୍କୁ ଭେଟି ସ୍କୁଲ ତଥା ଅନ୍ୱେଷା ହୋଷ୍ଟେଲ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ। ଗତ ଏପ୍ରିଲ ୨୦୨୨ ରୁ ଅନ୍ୱେଷା ହୋଷ୍ଟେଲ ପ୍ରାୟ ୧ ବର୍ଷ ହେଲା ଘର ଭଡା, ପାଠ୍ୟ ପୁସ୍ତକ ଓ ଅନ୍ୟାନ୍ୟ ବକେୟା ରାଶି ଏପର୍ଯ୍ୟନ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦିଆଯାଇନାହିଁ। ଘର ମାଲିକ ଓ ପୁସ୍ତକ ବିତରଣ କରିଥିବା ସଂସ୍ଥା ବାରମ୍ବାର ସ୍କୁଲ କର୍ତ୍ତୃପକ୍ଷ ଙ୍କୁ ଚାପ ପକାଉଛନ୍ତି। ଘରୋଇ ସ୍କୁଲ ସଙ୍ଘ ର ଚେୟାରମ୍ୟାନ ଡ଼. ଶିବରାମ ନାୟକ ଙ୍କ ନେତୃତ୍ୱରେ ତୁଷାର କାନ୍ତ ଦାଶ, ରାମ ଅଭିଷେକ, ବୃଷଭ ଦାସ, ନରେଶ ସୁନାନୀ ସମେତ ଜିଲ୍ଲା ଘରୋଇ ସ୍କୁଲ କର୍ତ୍ତୃପକ୍ଷ ଉପସ୍ଥିତ ରହି ବକେୟା ରାଶି କୁ ଯଥା ଶୀଘ୍ର ପ୍ରଦାନ କରିବାକୁ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କୁ ଅନୁରୋଧ କରିଥିଲେ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଏହି ବିଷୟକୁ ଗୁରୁତ୍ୱ ନେବା ସହ ପ୍ରତିଶୃତି ଦେଇଥିଲେ ଯେ ଶୀଘ୍ର ବକେୟା ରାଶି ପଇଠ କରାଯିବ।

ମସିହା ନିଉଜ ସର୍ଭିସ୍ 

Related posts

ଡ୍ରିମ୍ ଟିମ୍ ଫାଉଣ୍ଡେସନର ଅଷ୍ଟମ ପ୍ରତିଷ୍ଠା ଦିବସ

Sunil Chandra Nayak

କାଳବୈଶାଖୀ ପ୍ରଭାବରେ ଭାଲୁଵସା ପଞ୍ଚାୟତର ନିୟୂତି ଗ୍ରାମର ୧୧ ଘର ଛପର ଉଠିଲା, ତହସିଲ ପ୍ରଶାସନ ତରଫରୁ ପୋଲିଥିନ ଓ ଶୁଖିଲା ଖାଦ୍ୟ ଵଣ୍ଟନ

masiha

ଗୋପାଳ ସ୍ମୃତି ବିଦ୍ୟାପୀଠର ପୁରାତନ ଛାତ୍ର ସଂସଦ ଗଠିତ , ରଘୁନାଥ – ସଭାପତି , ଉମେଶ – ସମ୍ପାଦକ : ତାପସ – ସଂଗଠନ ସମ୍ପାଦକ

Sunil Chandra Nayak

Leave a Comment

error: Content is protected !!