ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଳକ ମାନଙ୍କ ପ୍ରଚେଷ୍ଟା ରେ ଅସହାୟ ବୃଦ୍ଧ ଙ୍କୁ ଦିଆଗଲା କବର, ପ୍ରଶଂସା କଲା ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ପରିଷଦ ?

ନବରଙ୍ଗପୁର.୫/୨(ମସିହା) ନବରଙ୍ଗପୁର ଜିଲ୍ଲା ସଦରମହକୁମା ରେ ଗତକାଲି ଅର୍ଥାତ୍ ରବିବାର ଦିନ ସନ୍ଧ୍ୟା ପ୍ରାୟ ୪.୩୦ ମିନିଟ୍ ସମୟରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ସବଡିଭିଜନ ଅଧିନସ୍ଥ ପୁଟାସିଂ ଗ୍ରାମର ଏସୌ କରାଡ, ବୟସ ପ୍ରାୟ ୬୩ ବର୍ଷ, ଦୀର୍ଘଦିନ ଧରି ନବରଙ୍ଗପୁର ସଦରମହକୁମା ରେ ରହି ଆସୁଥିଲ।।ସେ ଜଣେ ନିରୀହ ଅସହାୟ ବୃଦ୍ଧ ଥିଲେ।ପୁଣି ନବରଙ୍ଗପୁର ବୃଦ୍ଧା ଆଶ୍ରମରେ ଦୀର୍ଘ ବର୍ଷ ରହିଆସୁଥିଲେ। ଗତ କାଲି ତାଙ୍କ ମୃତ୍ୟୁ ହୋଇଯାଇଛି। ମୃତ ବ୍ୟକ୍ତିଙ୍କ ଶବ ନୂତନ ଭାବେ ସରକାରଙ୍କଠାରୁ ପାଇଥିବା କବର ସ୍ଥାନରେ କିଛି ସ୍ଥାନୀୟ ପାଳକ ମାନଙ୍କ ସହଯୋଗରେ ପାଳକ ଜିଲ୍ଲା ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ସମ୍ପ୍ରଦାୟର ସଭାପତି ସୁଧୀର ପାତ୍ର, ସମ୍ପାଦକ ଗୋୖରବ କାଉଁରୀ , ରେଭ୍ ମାହିର ହିଆଲ,ରେଭ୍ ଆଲେକ୍ସି ନାଗ, ପାଳକ ଅରୁଣ ସୁନା, ପାଳକ ଅଭିଳାଷ ପ୍ରମୁଖଙ୍କ ଉପସ୍ଥିତି ରେ କବର ଦିଆଗଲା, ଉକ୍ତ କବର ସ୍ଥାନ ନିମନ୍ତେ ନବରଙ୍ଗପୁର ଜିଲ୍ଲା ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ପରିଷଦ ବହୁବାର ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରି ଏହି କବର ସ୍ଥାନ ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ଲୋକମାନଙ୍କର ଉଦେଶ୍ୟ ରେ କବର ସ୍ଥାନ ଭାବରେ ବ୍ୟବହାର କରିବା ପାଇଁ ଦାବି କରି ଆଣିଥିବାରୁ, ସେମାନଙ୍କୁ ଅଶେଷ ଧନ୍ୟବାଦ ଦେବା ସହିତ ଜିଲ୍ଲା ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ସମ୍ପ୍ରଦାୟର କର୍ମକର୍ତ୍ତା ଜିଲ୍ଲା ର୧୦ଟି ବ୍ଲକ୍ ର ସମ୍ପଦ୍ରାୟ ର ଜନସାଧାରଣ ଙ୍କୁ ତାଙ୍କ ସହିତ ଯୋଗାଯୋଗ କରି ତାଙ୍କ ମାଧ୍ୟମରେ ଜିଲ୍ଲାପ୍ରଶାସନ ସହିତ ଆଲୋଚନା କରି ନିଜ ନିଜ ଗ୍ରାମ ର କବର ସ୍ଥାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଗଣମାଧ୍ୟମ ଜରିଆରେ ବାରମ୍ବାର ନିବେଦନ କରି ଆସୁଛନ୍ତି।ଯେଉ ବ୍ଲକ ର ଗ୍ରାମ ଗୁଡ଼ିକ ର ସମସ୍ୟା ରହିଛି ତୁରନ୍ତ ତାଙ୍କ ସହିତ ଆଲୋଚନା କରି ସମାଧାନ କରିବାକୁ ଜିଲ୍ଲା ସଭାପତି, ସମ୍ପାଦକ, ମୁଖ୍ୟ ଉପଦେଷ୍ଟା ତଥା ନନ୍ଦାହାଣ୍ଡି ଜୋନ-୧ ଜିଲ୍ଲାପରିଷଦ ସଭ୍ୟ ଦିବ୍ୟଦାନ ସୁନା, ଡ ତୀମତି ଚିଞ୍ଚାଣି, କୋଷାଧ୍ୟକ୍ଷ ରେଭ୍ ଉରୀୟ ଭତ୍ରା ସମେତ ୧୦ଟି ବ୍ଲକ ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ଲକ୍ ସଭାପତି ଜଣାଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

ରାଜପୁରରେ ଷୋହଳ ପ୍ରହର ନାମ ଯଜ୍ଞରାଜପୁରରେ ଷୋହଳ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ଅନୁଷ୍ଠିତ

Sunil Chandra Nayak

ଆଦିବାସୀ ବିଶ୍ୱବିଦ୍ୟାଳୟ କୁ କଳାହାଣ୍ଡି ରେ କରିବା ପାଇଁ ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡରେସନ,ଓ କଳାହାଣ୍ଡି ଆଦିବାସୀ ସମାଜର ଦାବି

Sunil Chandra Nayak

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ମୃତ

masiha

Leave a Comment

error: Content is protected !!