ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୂଚନା ଓ ଲୋକ ସମ୍ପର୍କ ବିଭାଗର  ଯୁଗ୍ମ ନିର୍ଦ୍ଦେଶିକାଙ୍କ ରାଉରକେଲା ଗସ୍ତ

ସୂଚନା ଓ ଲୋକ ସମ୍ପର୍କ ବିଭାଗର  ଯୁଗ୍ମ ନିର୍ଦ୍ଦେଶିକାଙ୍କ ରାଉରକେଲା ଗସ୍ତ

ରାଉରକେଲା: ୨୯/୮/୨୬: ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ  ନିର୍ଦ୍ଦେଶିକା ତଥା ଉତ୍ତରାଞ୍ଚଳର ଉପ ନିର୍ଦ୍ଦେଶିକା (ସମ୍ବଲପୁର )  ଶ୍ରୀମତୀ କଲ୍ୟାଣୀ ଦାଶଙ୍କ ରାଉରକେଲା ଗସ୍ତ ରେ ଆସି  ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ।  ଏହି ଅବସରରେ ଶ୍ରୀମତୀ ଦାଶ ଙ୍କୁ ବଣାଇଁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୁଷ୍ପାଜଂଳି ସାହୁ ତଥା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। 

    ଶ୍ରୀମତୀ ଦାଶ ରାଉରକେଲା କାର୍ଯ୍ୟାଳୟ ର ବିଭିନ୍ନ ନଥିପତ୍ର, ରେଜିଷ୍ଟାର, ଫାଇଲ ପତ୍ର ଆଦି ଦେଖିଥିଲେ  ଓ କାର୍ଯ୍ୟର ସମୀକ୍ଷା କରିଥିଲେ l 

ଏହା ବ୍ୟତୀତ ବଣାଇଁସ୍ଥିତ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ମଧ୍ୟ କାର୍ଯ୍ୟ ସମୀକ୍ଷା କରିଥିଲେ l ଶ୍ରୀମତୀ ଦାଶଙ୍କୁ ବଣାଇଁ ଓ ରାଉରକେଲା କାର୍ଯ୍ୟାଳୟର ବିଭିନ୍ନ ସମସ୍ୟା ପଚାରି ବୁଛିଥିଲେ l ସେ ସମସ୍ୟା ର ସମାଧାନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ l  ଏହା ବ୍ୟତୀତ ସେ ରାଉରକେଲା ଓ ବଣାଇଁ ସ୍ଥିତ ପାଠାଗାର ର ବ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ l 

 ଏହି ଅବସରରେ ବଣାଇଁ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପୁଷ୍ପାଜଂଳୀ ସାହୁ , କାର୍ଯ୍ୟାଳୟର କର୍ମଚାରୀ ବଦ୍ରିନାଥ ରାଉତ, ଭମା ଅହିର ,ସୀତା ପ୍ରଧାନ ଓ ଏଡଓ୍ବିନ ତିର୍କୀ ଉପସ୍ଥିତ ଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଉ ନାହାଁନ୍ତି ବରିଷ୍ଠ ସମାଜସେବୀ ରବିନ୍ଦ୍ରନାଥ ପତି,ଆଜିବି ମନେପଡେ ସ୍ମୃତି ବିଜଡ଼ିତ ଅତୀତ 

Sunil Chandra Nayak

ଭାଲୁ ଆକ୍ରମଣରେ ମହିଳା ମୃତ

masiha

ବର୍ଷା ହେଲେ ସ୍କୁଲ ଗେଟରେ ଜମୁଛି ପାଣି

Sunil Chandra Nayak

Leave a Comment

error: Content is protected !!