ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜସେବୀ ଙ୍କ ଆପ୍ରାଣ ଉଦ୍ୟମ ସତ୍ୱେ ବଞ୍ଚି ପାରିଲା ନାହିଁ ନିରୀହ ଝିଅ ର ଜୀବନ 

ସାମାଜସେବୀ ଙ୍କ ଆପ୍ରାଣ ଉଦ୍ୟମ ସତ୍ୱେ ବଞ୍ଚି ପାରିଲା ନାହିଁ ନିରୀହ ଝିଅ ର ଜୀବନ 

 ନର୍ଲା ୨୯/୮ ନର୍ଲା ବ୍ଲକ ଅନ୍ତର୍ଗତ ବାଂକେଲ ଗ୍ରାମର ଜଣେ ବାପ ଛେଉଣ୍ଡ ଝିଅ ମମତା ଭୋଇ ର କରୁଣ କାହାଣୀ ଏବେ ନର୍ଲା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ଗତ କିଛିଦିନ ତଳେ ଝିଅ ଟିର ବାପ କୌଣସି ଏକ ଘଟଣା ରେ ମୃତ୍ୟୁବରଣ କରିଥିଲେ ସେହି ଦିନଠୁ ତାଙ୍କର ଝିଅ ବାପାଙ୍କୁ ଝୁରି ଝୁରି କିଛି ନ ଖାଇ ନ ପିଇ ଅତି ଦୁର୍ବଳ ଅବସ୍ଥାରେ ସ୍ୱାସ୍ଥ୍ୟ ଗତ ସମସ୍ୟା ଜଟିଳ ହୋଇ ପଡିଥିଲା ଏହି ଖବର ପାଇ ସୋସିଆଳ ୱେଲଫେୟାର ଓର୍ଗାନାଇଜେସନ ସଭାନେତ୍ରୀ ଶାନ୍ତି ମାଝୀ ତୁରନ୍ତ ଝିଅ ଟିକୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ ଏବଂ ଚିକିତ୍ସା କରିଥିବା ଡାକ୍ତର ତୁରନ୍ତ ରକ୍ତ ଆବଶ୍ୟକ ଥିବା କହିଥିଲେ ସଙ୍ଗେ ସଙ୍ଗେ ଗୋଟିଏ ୟୁନିଟ ଗତ ୨୬ /୮/ତାରିଖ ଦିନରେ ଦିଆଯାଇଥିଲା ଆଉ ଦୁଇ ୟୁନିଟ ରକ୍ତ ସେହି ଝିଅ ପାଈଁ ମହଜୁଦ ରଖା ଯାଇଥିଲା କିନ୍ତୁ ନିୟତି ର ନିର୍ଦେଶ କିଛି ଅଲଗା ଥିଲା ସମସ୍ତେ ଏକଜୁଟ ହୋଇ ନିରବଛିନ୍ନ ସେବା ଯୋଗାଉ ଥିବା ବେଳେ ଅଚାନକ ଝିଅ ଟି ସବୁଦିନ ପାଇଁ ଚିର ନିଦ୍ରାରେ ସୋଇପଡ଼ିଲେ ଯାହା ଫଳରେ ଚିକିତ୍ସା କରୁଥିବା ଡାକ୍ତର ଓ ସୋସିଆଳ ୱେଲଫେୟାର ର ସମସ୍ତ ସଦସ୍ୟ ମାନେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଏତିକି ରେ ସମସ୍ୟା ଯାଇନଥିଲା ସେହି ଝିଅ ର ଶବ ନିଜ ଗ୍ରାମ କୁ ଆଣିବା ପାଇଁ ଗରିବ ପରିବାର ପାଖରେ କିଛି ବି ଅର୍ଥ ନ ଥିଲା ଏତିକି ସମୟ ରେ ସମାଜ ସେବୀ ଶାନ୍ତି ମାଝିଙ୍କ ଫେସବୁକ ର ପ୍ରଥମ ମନିଟାଇ ଜେସନ ଟଙ୍କା ତାଙ୍କ ଆକାଉଣ୍ଟ କୁ ଆସିଥିଲା ସେହି ଟଙ୍କା ରେ ଶ୍ରୀମତୀ ମାଝୀ ମହାପରାୟଣ ଗାଡି ରିକୁଜେସନ କରି ଟଙ୍କା ବାନ୍ଧି ଝିଅ ର ଶବ କୁ ନିଜଗା ବାଙ୍କେଲ ଜନ୍ମ ମାଟିକୁ ପଠାଇ ଶବ ସତ୍କାର କରାଇ ଥିଲେ ଏଣୁ ସମାଜ ସେବୀ ଶାନ୍ତି ମାଝୀ ଫେସବୁକ ର ପ୍ରଥମ ଟଙ୍କା ଏକ ମହତ କାମରେ ଲାଗିଥିବାରୁ ଫେସବୁକ ଓ ଚିକିତ୍ସଚକ ଏବଂ ସଙ୍ଘର ସମସ୍ତ ସଦସ୍ୟ ଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ପୂଜ୍ୟ ପୂଜା ସମିତି ପକ୍ଷରୁ ଓଡ଼ିଶା ଦିବସ ପାଳନ

Sunil Chandra Nayak

ନବରଙ୍ଗପୁର ସଦରମହକୁମା ସ୍ତରୀୟ ଲୋକକଳା ଦିବସ ଓ ରଜପର୍ବ ପାଳିତ।

Sunil Chandra Nayak

ଓଡିଆ ନଦିୟା ସଂକୀର୍ତ୍ତନ ଉନ୍ମୋଚନ ଉତ୍ସବ … ସମ୍ବର୍ଦ୍ଧିତ ହେଲେ କବି କୁଞ୍ଜବିହାରୀ ରାଉତ …

Sunil Chandra Nayak

Leave a Comment

error: Content is protected !!