ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନବାଧିକାର ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ

ମାନବାଧିକାର ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ 

ନବରଙ୍ଗପୁର:(୨୭|୧୧)(ରବିନାରାୟଣ ମହାନ୍ତି)ସ୍ଥାନୀୟ ମହାରାଜପୁର ଠାରେ ଥିବା ମୟୁରଭଞ୍ଜ କଲେଜ ଅଫ ଏକାଉଣ୍ଟେନସି ଏବଂ ମ୍ୟାନେଜମେଣ୍ଟ ସଭା କକ୍ଷରେ ଆଜିର ତୋଫାନ ଆନୁକୁଲ୍ୟରେ ତଥା ସାମାଜିକ ସଂଗଠନ ସେବାଶ୍ରୀ ଫାଉଣ୍ଡେସନ ମୋ ଅଧିକାର ପତ୍ରିକାର ମିଳିତ ସହଯୋଗରେ ମାନବ ଅଧିକାର ସାମ୍ପ୍ରତିକ ସଂସ୍କାର ଏକ ପ୍ରସଙ୍ଗକୁ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ବିଶିଷ୍ଟ ସମାଜସେବୀ ତଥା ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟର ମୟୁରଭଞ୍ଜ ଜିଲ୍ଲା ସଭାପତି ଇଞ୍ଜିନିୟର ପ୍ରଦୀପ ଚନ୍ଦ୍ର ମହାନ୍ତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଅତିଥି ଭାବେ ଓଡିଶା ମାନବ ଅଧିକାର ଆୟୋଗର ସଦସ୍ୟ ବିରଜା ଶଙ୍କର ମିଶ୍ର, ଅବସରପ୍ରାପ୍ତ ବିଚାରପତି ନରେନ୍ଦ୍ର କୁମାର ପ୍ରଧାନ, ଲେଖକ ଓ ନାଟ୍ୟ ନିର୍ଦ୍ଦେଶକୁ ଆଶିଷ କୁମାର ବଶା,ମୋ ଅଧିକାର ପତ୍ରିକାର ସମ୍ପାଦକ ତଥା ସାମ୍ମୁଖ୍ୟର ଅଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ରମେଶ ଭାରତୀ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ତଥା ସାମ୍ମୁଖ୍ୟର ରାଜ୍ୟ ଉପ ସଭାପତି ଶୁଭେନ୍ଦୁ କୁମାର ପାଲ, ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ଦୀନକୃଷ୍ଣ ସାହୁ, ଆଇନ ପରାମର୍ଶଦାତା ତଥା ସହକାରୀ ଓକିଲ ଲିଙ୍ଗରାଜ ମିଶ୍ର ପ୍ରମୁଖ ଯୋଗଦେଇ ମାନବ ଅଧିକାର ସାମ୍ପ୍ରତିକ ସଂସ୍କାର ଶୀର୍ଷକରେ ଆଲୋଚନା କରିଥିଲେ l ଏହି ଅବସରରେ ନୂତନ ଦାୟିତ୍ଵ ପାଇବା ପରେ ମୟୁରଭଞ୍ଜ ଜିଲ୍ଲାକୁ ପ୍ରଥମ ଗସ୍ତ ଅବସରରେ ଆୟୋଗ ସଦସ୍ୟ ଶ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ଶେଷରେ ମୁଖ୍ୟ ଆୟୋଜକ ସାମ୍ମୁଖ୍ୟର ରାଷ୍ଟ୍ରୀୟ ଉପ ସଭାପତି ତପନ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ l ସାମ୍ମୁଖ୍ୟର ଜିଲ୍ଳା ଉପ ସଭାପତି ଆଇନଜିବୀ ସୁବ୍ରତ ମହାନ୍ତି, ଜିଲ୍ଳା ଉପ ସଭାପତି ଗୋବିନ୍ଦ ଚନ୍ଦ୍ର ଗିରି, ଜିଲ୍ଳା ସମ୍ପାଦକ ପ୍ରାଣକୃଷ୍ଣ ଖଣ୍ଡା,ଜିଲ୍ଳା ସଂଯୋଜକ ଆଶିଷ ମଲ୍ଲିକ,ଶିକୁଳି ବ୍ଳକ ସଭାପତି ଝରଣା ନାଏକ, ବାଲେଶ୍ଵର ଜିଲ୍ଲା ସମ୍ପାଦକ କାହ୍ନୁ ପାକଳ, ଆଇନଜିବୀ ତାପସ ଦତ୍ତ, ସମରଜିତ ମହାପାତ୍ର, ମ୍ୟାନେଜମେଣ୍ଟ କଲେଜର ଅଧ୍ଯକ୍ଷ ପ୍ରଦୀପ ନାୟକ, ଛାତ୍ର ଆୟୁଷ ଅନ୍ତରାକ୍ଷ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଅଖିଳ ଓଡିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଘ ପକ୍ଷରୁ ବୃକ୍ଷ ରୋପଣ ଓ ବୃଦ୍ଧା ବୃଦ୍ଧ ଙ୍କୁ ଛତା ବଣ୍ଟନ

Sunil Chandra Nayak

ଜିଲ୍ଲା ସ୍ତରୀୟ ମହିଳା ଓ ଘରୋଇ ହିଂସା ନିରାକରଣ ସଚେତନତା ପକ୍ଷ ପାଳିତ

masiha

ଗୁଡାରି ବନାଞ୍ଚଳରେ ବ୍ୟାପକ ଦୁର୍ନୀତି ଅଭିଯୋଗ: ବନ ବିଭାଗ ତଥ୍ୟ ଲୁଚାଉଛି କି ?

Sunil Chandra Nayak

Leave a Comment

error: Content is protected !!