ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସନ୍ଥ ଅନାଦି ବାବା ଙ୍କୁ ଧମକ  ଅନାଦି ବାବା ଙ୍କୁ ଧମକ, ଥାନାରେ ଦିଆଗଲା ଏତଲା

ସନ୍ଥ ଅନାଦି ବାବା ଙ୍କୁ ଧମକ 

ଅନାଦି ବାବା ଙ୍କୁ ଧମକ, ଥାନାରେ ଦିଆଗଲା ଏତଲା

ନବରଙ୍ଗପୁର:(୨୮|୧୧)(ରବି ନାରାୟଣ ମହାନ୍ତି)ବିରିଶୋଲା ଆଶ୍ରମର ମୂଖ୍ୟ ବ୍ରହ୍ମ ଅବଧୂତ ଅନାଦି ବାବାଙ୍କୁ ଦିଆ ଯାଇଛି ମାନସିକ ଓ ଶାରିରୀକ ଯନ୍ତ୍ରଣା। ମିଳିଛି ଜୀବନରେ ମାରିଦେବାକୁ ଧମକ, କରା ଯାଉଛି ଚରିତ୍ର ସଂହାର, ଆଶ୍ରମର ଗୋ ସଂପଦ ଓ ବିଭିନ୍ନ ଜିନିଷକୁ ନେଇ ଫେରସ୍ତ କରାଯାଉ ନାହିଁ, ସାମାଜିକ ଗଣମାଧ୍ୟମରେ ମିଥ୍ୟା ପ୍ରସଙ୍ଗ ସବୁ ପ୍ରଚାର କରା ଯାଉଛି। ୨୭ ତାରିଖ ନଭେମ୍ବର ୨୦୨୬ ଅପରାହ୍ନ ରେ ଜଗବନ୍ଧୁ ଭତ୍ରା, ତାଙ୍କ ସ୍ତ୍ରୀ ଏବଂ ଗୌତମ ନନ୍ଦ ଦାସଙ୍କ ବିରୋଧରେ ଡାବୁଗାଁ ଥାନାରେ ଏଭଳି ଏତଲା ଦେଇଛନ୍ତି ବାବା। ଜୁନାପାଣୀ ସରପଞ୍ଚ ଦୟାନିଧି ଭତ୍ରା, ରାମ ଭତ୍ରା, ହିନ୍ଦୁ ମହାସଂଘ ସାମାଜିକ ଗଣମାଧ୍ୟମ ପ୍ରଭାରୀ ଗୋରା ହରିଜନ, ଜଗନ୍ନାଥ ନାୟକ, ଗୋବର୍ଦ୍ଧନ ସାନ୍ତା, ପବିତ୍ର ମାଳି, ଦୋଳମଣୀ ସାହୁ, ଅମର ସିଂ, ପୂର୍ଣ୍ଣ ଭକ୍ତ ଏବଂ ଅନେକ ମହିମା ସମାଜର ଭକ୍ତ ଏତଲା ଦେବା ସମୟରେ ଉପସ୍ଥିତ ଥିଲେ। ହିନ୍ଦୁ ମହାସଂଘର ପ୍ରତିଷ୍ଠାତା ସୂର୍ଯ୍ୟବଂଶୀ ଜୟନ୍ତକୁ ଏ ବିଷୟରେ ସଂପର୍କ କରିବା ପରେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ” ଅନାଦି ବାବା ଜଣେ ଅତି ଉଚ୍ଚକୋଟୀର ସାଧୁ। ବରିଷ୍ଟ ସାମ୍ବାଦିକ ରବି ନାରାୟଣ ମହାନ୍ତି ମଧ୍ୟ ବାବାଙ୍କୁ ଭଲ ଭାବରେ ଜାଣନ୍ତି l ତାଙ୍କ ସଙ୍ଗ ଲାଭ କରିଛନ୍ତି, ସେ ଚରିତ୍ରବାନ,ଲୋକପ୍ରିୟ ବାବା, ତାଙ୍କୁ ଏ ଅଞ୍ଚଳରେ ସମସ୍ତେ ଜାଣନ୍ତି l ସାଧୁସନ୍ଥ ମାନଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ବଢୁଛି। ସନ୍ଥ ମାନଙ୍କ ସୁରକ୍ଷା ପାଇଁ ହିନ୍ଦୁ ସମାଜ ଧ୍ୟାନ ଦେବା ଉଚିତ। ସମସ୍ତେ ଆଇନ୍ ଉପରେ ଭରସା ରଖନ୍ତୁ। ବିନା ପ୍ରମାଣରେ ସାମାଜିକ ଗଣମାଧ୍ୟମରେ କରାଯାଉଥିବା ପୋଷ୍ଟ ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ସେ ନିଜ ମତ ରଖିଛନ୍ତି। ବାବାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବରିଷ୍ଠ ସାମ୍ବାଦିକଙ୍କ ସହ ନାପସନ୍ଦ କରିଛନ୍ତି ଅଞ୍ଚଳବାସୀ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଅବକାରୀ ବିଭାଗର ବଡ଼ ସଫଳତା: ବିପୁଳ ପରିମାଣର ଦେଶୀ ମଦ ଜବତ ସହ ଦୁଇ ଗିରଫ

Sunil Chandra Nayak

ଜୁନାଗଡ଼ ଟାଟା ପାୱାର କର୍ମଚାରୀଙ୍କ ଦବଙ୍ଗଗିରି 

Sunil Chandra Nayak

ଆମ୍ବଗଛରେ ଝୁଲନ୍ତା ଅବସ୍ଥାରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ, କାହିଁକି ଏଭଳି ନିଷ୍ପତ୍ତି ନେଲେ ଗିରିଜା ମେହେର

Sunil Chandra Nayak

Leave a Comment

error: Content is protected !!