ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜୁନାଗଡ଼ ଟାଟା ପାୱାର କର୍ମଚାରୀଙ୍କ ଦବଙ୍ଗଗିରି 

ଗୋଳାମୁଣ୍ଡା/୧୯/୩/ମସିହା/ ଟାଟା ପାୱାର କର୍ମଚାରୀ ମାନଙ୍କ ଦାଦାଗିରି ପାଇଁ ଗୋଳାମୁଣ୍ଡା ଅଞ୍ଚଳରେ ସାଧାରଣ ଲୋକ ମାନେ   ଭୟଭୀତ ରେ ଥିବା ବେଳେ ଘୋର ଅସୁବିଧାର ସଂମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଗରୀବ ଲୋକେ ହଇରାଣ ହରକତର ଶିକାର ହେଉଥିବା ବେଳେ   ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ନିକଟସ୍ଥ କରଲାଗୁଡା ଗ୍ରାମର ଦେବେନ୍ଦ୍ର ପଧାନଙ୍କ ପରିବାର ଲୋକେ ଅନୁପସ୍ଥିତ ଥିବା ବେଳେ ଜୁନାଗଡ଼ ଟାଟା ପାୱାର କର୍ମଚାରୀ ମାନେ ଅପଷ୍ଟାର କୋଠରୀରେ ସିଡ଼ିପକାଇ ମିଟର ଓ ୱେଏର କାଟିବା ସହିତ ଆଲମୀରା ଫାଡ଼ି ଦୁଇଟି ସୁନାହାର ଯାହାର ଓଜନ ପାଞ୍ଚ ଭରି ଏବଂ ଟଙ୍କା ୧୨ହଜାର ନେଇ ଯାଇଛନ୍ତି ବୋଲି ଦେବେନ୍ଦ୍ର ପଧାନ ଦଶପୁର ପୋଲିସ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଏକଥା ଗଣମାଧ୍ୟମ ପ୍ରତିନିଧିଙ୍କ  ନିକଟରେ ପ୍ରତିକ୍ରିୟା ପ୍ରକାଶ କରିବା  ସହିତ ଟାଟା କର୍ମଚାରୀ ସିଡ଼ି ପକାଇ ଉପରକୁ ଚଡିଥିବା ସମୟରେ ଗ୍ରାମର ଦର୍ଶକ ଙ୍କ ପ୍ରତିକ୍ରିୟା ଦେଇ ଥିବା ବେଳେ ଦଶପୁର ଫାଣ୍ଡି ଅଧିକାରୀ ବିରବନ୍ଧୁ ସେଠି ମଧ୍ୟ ଏହାକୁ ସ୍ପଷ୍ଟ କରି କହିଛନ୍ତି ଯେ ଏଫ ଆଇ ଆର୍ ଅନୁସାରେ ଘରର ଅପ ଷ୍ଟାରରେ ସିଡ଼ି ପକାଇ ମିଟର କାଟିବା ସହିତ ଆଲମୀରାରୁ ଦୁଇଟି ସୁନାହାର ଓ ନଗଦ୧୨ହଜାର ଟଙ୍କା ଟାଟା ପାୱର କର୍ମଚାରୀ ମାନେ ନେଇଛନ୍ତି ବୋଲି ଦେବେନ୍ଦ୍ର ପଧାନ ଫାଣ୍ଡିରେ ଏତଲା ଦେଇଛନ୍ତି ।ଏତଲା ଅନୁସାରେ କେସ ନମ୍ବର,୪୯ /୨୩,୪୫୭/୩୮୦,ଆଇପିସି କେସ ରୁଜୁ କରାଯାଇଛି ବୋଲି ଫାଣ୍ଡି ଅଧିକାରୀ ବିରବନ୍ଧୁ ସେଠି ମେଡିଆ ଠାରେ ପ୍ରକାଶ କରିଛନ୍ତି । ଟାଟା ପାୱର କର୍ମଚାରୀ ଙ୍କ କୌଣସି ଯୋଗା ଯୋଗ କରିବା ପାଇଁ ଫୋନ ନମ୍ବର ମିଳି ପାରିଲା ନାହିଁ,ଦଶପୁର ଫାଣ୍ଡି ଅଧିକାରୀ ଙ୍କ ପାଖରେ ମଧ୍ୟ ତାଙ୍କର ଫୋନ ମିଳି ନାହିଁ ବୋଲି କହିଛନ୍ତି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,ପ୍ରଗତିଶୀଳ ମସିହା

Related posts

୪୨ କେଜି ଗଞ୍ଜେଇ ଜବତ, ଜଣେ ଅଟକ

Sunil Chandra Nayak

ଅଜଣା ବ୍ୟକ୍ତିର ଗଳିତ ଶବ ଜଙ୍ଗଲରୁ ଉଦ୍ଧାର : ଶବ ଜବତ କଲା ମ.ରାମପୁର ପୁଲିସ

ଏଟିଏମ ମେସିନ କାଟି ପଇସା ଲୁଟି ନେଲେ ଦୁର୍ବୁତ୍ତ 

Sunil Chandra Nayak

Leave a Comment

error: Content is protected !!