ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ଜୀବନଟା ଏକ ଖସଡ଼ା ପଥ

।। ଜୀବନଟା ଏକ

                ଖସଡ଼ା ପଥ ।।

ଜୀବନର ପଥ ସହଜ ନୁହଇଁ
କେତେ ଅଙ୍କା ବଙ୍କା ଅଛି,
ପ୍ରତି ମୁହୂର୍ତ୍ତଟି ବିପଦ ସଙ୍କୁଳ
ଖସଡ଼ା ପଥ ଲମ୍ବିଛି।।
ତଥାପି ମଣିଷ ସଂଗ୍ରାମ କରଇ
ଲଙ୍ଘିଯେ ଦୂର୍ଗମ ପଥ ,
ଅସୀମ ସାହାସ ଭରିଛି ପ୍ରାଣରେ
ବାହି ପ୍ରତିକୂଳ କାତ।।
ସୃଷ୍ଟିର ଶ୍ରେଷ୍ଠ ଅଭିନେତା ସିଏ
ଜୀବନ ନାଟକଟିରେ,
ପଛକୁ ଦେଖେନା ଆଗ ଦେଖୁଥାଏ
ଦର୍ଶକକୁ ସମ୍ମୁଖରେ।।
ଝଡ଼ ଝଞ୍ଜା ସବୁ ତୁଚ୍ଛ ମଣିଥାଏ
ସଂଗ୍ରାମୀ ମଣିଷ ପରି,
ପଡ଼ି ଉଠି ସିଏ ଚାଲିପାରେ ରାସ୍ତା
 ଧୈର୍ଯ୍ୟର ଯଷ୍ଟିକୁ ଧରି।।
ନିମିଷକେ ସବୁ ଦୂର କରିପାରେ
ଦୁସ୍ତର ଯେତେକ ପଥ,
ଧନ୍ୟ ତାହାର ଅସୀମ ଶକତି
କରୁଛିମୁଁ ପ୍ରଣିପାତ।।

     ।। ଚିତ୍ରା ରାଣୀ ପାତ୍ର।।

                ।।ବାଲେଶ୍ଵର।।

Related posts

ଅପର୍ତ୍ତି ସେଠୀ ଙ୍କ କବିତା _ _ ଲକ୍ଷ୍ଯ _ _

Sunil Chandra Nayak

ଧର୍ମରାଜ ପ୍ରଧାନ ଙ୍କ କବିତା l l  ପ୍ରଭୁ ନିରପେକ୍ଷ l l

Sunil Chandra Nayak

ଗାୟତ୍ରୀ ସିଂହ ଙ୍କ କବିତା // ଶୈବ ଉପାସନା

Sunil Chandra Nayak

Leave a Comment

error: Content is protected !!