ସାହିତ୍ୟ ଅଗଣାଚିତ୍ରା ରାଣୀ ପାତ୍ର ଙ୍କ କବିତା = ଜୀବନଟା ଏକ ଖସଡ଼ା ପଥ by Sunil Chandra NayakMarch 19, 2023052 Share0 ।। ଜୀବନଟା ଏକ ଖସଡ଼ା ପଥ ।। ଜୀବନର ପଥ ସହଜ ନୁହଇଁ କେତେ ଅଙ୍କା ବଙ୍କା ଅଛି, ପ୍ରତି ମୁହୂର୍ତ୍ତଟି ବିପଦ ସଙ୍କୁଳ ଖସଡ଼ା ପଥ ଲମ୍ବିଛି।। ତଥାପି ମଣିଷ ସଂଗ୍ରାମ କରଇ ଲଙ୍ଘିଯେ ଦୂର୍ଗମ ପଥ , ଅସୀମ ସାହାସ ଭରିଛି ପ୍ରାଣରେ ବାହି ପ୍ରତିକୂଳ କାତ।। ସୃଷ୍ଟିର ଶ୍ରେଷ୍ଠ ଅଭିନେତା ସିଏ ଜୀବନ ନାଟକଟିରେ, ପଛକୁ ଦେଖେନା ଆଗ ଦେଖୁଥାଏ ଦର୍ଶକକୁ ସମ୍ମୁଖରେ।। ଝଡ଼ ଝଞ୍ଜା ସବୁ ତୁଚ୍ଛ ମଣିଥାଏ ସଂଗ୍ରାମୀ ମଣିଷ ପରି, ପଡ଼ି ଉଠି ସିଏ ଚାଲିପାରେ ରାସ୍ତା ଧୈର୍ଯ୍ୟର ଯଷ୍ଟିକୁ ଧରି।। ନିମିଷକେ ସବୁ ଦୂର କରିପାରେ ଦୁସ୍ତର ଯେତେକ ପଥ, ଧନ୍ୟ ତାହାର ଅସୀମ ଶକତି କରୁଛିମୁଁ ପ୍ରଣିପାତ।। ।। ଚିତ୍ରା ରାଣୀ ପାତ୍ର।। ।।ବାଲେଶ୍ଵର।।