ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଫୁଲ ଚାଷୀଙ୍କ ଘଟଣା, ବାପା ଓ ପୁଅଙ୍କୁ ହତ୍ୟା ଉଦ୍ୟମ ମାମଲାରେ ୨ କୋର୍ଟ ଚାଲାଣ 

ଫୁଲ ଚାଷୀଙ୍କ ଘଟଣା, ବାପା ଓ ପୁଅଙ୍କୁ ହତ୍ୟା ଉଦ୍ୟମ ମାମଲାରେ ୨ କୋର୍ଟ ଚାଲାଣ 

ହିଞ୍ଜିଳିକାଟୁ,୨୦/୮ ଗତ ୭ ତାରିଖ ଶୁକ୍ରବାର ରାତି ପ୍ରାୟ ୯ ଘଣ୍ଟା ସମୟରେ ହିଞ୍ଜିଳି ଥାନା ୫୯ ନଂ ଜାତୀୟ ରାଜପଥ ଖଣ୍ଡରା ଛକ ନିକଟରେ ଖଣ୍ଡରା ଗ୍ରାମ ନୂଆଁ ସାହି ବାସିନ୍ଦା ଫୁଲ ଚାଷୀ ଉଦ୍ଧବ ପାଢ଼ୀଙ୍କୁ ଜଣେ ଅଜଣା ଦୁର୍ବୃତ୍ତ ତାଙ୍କ ବାଇକକୁ ଅଟକାଇ ଥିଲା । ପରେ ଏକ ଧାରୁଆ ଅସ୍ତ୍ରରେ ଦୁବୃର୍ତ୍ତ ଜଣକ ଉଦ୍ଧବଙ୍କ ତଣ୍ଟିକୁ ବାରମ୍ବାର ଆକ୍ରମଣ କରିଥିଲା। ଘଟଣା ପରେ ଦୁର୍ବୃତ୍ତ ଜଣକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାର ଦୁଇ ଦିନ ପରେ ଅର୍ଥାତ ରବିବାର ରାତ୍ରରେ ଉଦ୍ଧବଙ୍କ ପୁଅ ଓଁକାର ପାଢ଼ୀ ହିଞ୍ଜିଳିକାଟୁରୁ କାମ ସାରି ବାଇକ ଧରି ଖଣ୍ଡରା ଫେରୁଥିବା ସମୟରେ ତାଙ୍କ ବାପାଙ୍କୁ ଆକ୍ରମଣ ହୋଇଥିବା ସ୍ଥାନରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ଲଙ୍କା ଗୁଣ୍ଡ ପକାଇ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ କୌଶଳ କ୍ରମେ ସେ ସେଠାରୁ ଫେରି ହିଞ୍ଜିଳିକାଟୁ ଥାନାରେ ଅଭିଯୋଗ କରିଥିଲେ। ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଥାନାକୁ ଆଣି ପୁଲିସ ପଚରାଉଚରା କରିଥିଲା। ଘଟଣାର ଅନୁସନ୍ଧାନ ବେଳେ ପୁଲିସ,ଉଦ୍ଧବ ଓ ତାଙ୍କ ପୁଅ ଓଁକାରଙ୍କୁ ହତ୍ୟା ଉଦ୍ୟମ ମାମଲାରେ ୨ ଜଣ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ଜାଣିବାକୁ ପାଇଛି। ପୁଲିସ ବୁଧବାର ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଖଣ୍ଡରା ନୂଆଁ ସାହି ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ମୋହନ କଲୋନୀ-୨ ଲାଇନ ବାସିନ୍ଦା ଶଙ୍କର୍ଷଣ ପାଢ଼ୀ (୪୬) ଓ ହିଞ୍ଜିଳିକାଟୁ ପୌରାଞ୍ଚଳ ବାପୁଜୀ ନଗର ବାସିନ୍ଦା ବଳିଆ ଦାସ। ଏନେଇ ହିଞ୍ଜିଳି ଥାନା କେଶ ନଂ ୫୪୨/୨୬ ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ ଆଜି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ପୁଲିସ ୨ ଟି ମୋବାଇଲ ଫୋନ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ହିଞ୍ଜିଳି ପୋଲିସ ସୂଚନା ମିଳିଛି ।

Related posts

ପୋଲିସଙ୍କ ଦ୍ୱାରା ଚଢାଉ ୧୬୦ ଲିଟର ମଦ ଜବତ

Sunil Chandra Nayak

ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ ଦେହ ଠାବ, ହତ୍ୟା ଅଭିଯୋଗ ଆଣିଲେ ପରିବାର, ପୋଲିସର ତଦନ୍ତ ଜାରି

Sunil Chandra Nayak

ବାଲି ମାଫିଆ ଙ୍କ ପୂର୍ବ ପ୍ରସ୍ତୁତି, ବାଲି ବିକିବା ପାଇଁ ସରକାରୀ ବିଦ୍ୟାଳୟ ପରିସରରେ ଠୁଳ କରୁଛନ୍ତି ବାଲି

Leave a Comment

error: Content is protected !!