ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ତିରିଂ ବ୍ଳକ କଂଗ୍ରେସ ଦଳ ତରଫରୁ ରାଜୀବ ଗାନ୍ଧୀ ଜୟନ୍ତୀ ଓ ସଦଭାବନା ଦିବସ ପାଳିତ

ତିରିଂ ବ୍ଳକ କଂଗ୍ରେସ ଦଳ ତରଫରୁ ରାଜୀବ ଗାନ୍ଧୀ ଜୟନ୍ତୀ ଓ ସଦଭାବନା ଦିବସ ପାଳିତ

ରାଇରଙ୍ଗପୁର – ( ଅକ୍ଷୟ ଵିଶ୍ବାଳ) – ୨୦/୦୮  ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ରାଜୀବ ଗାନ୍ଧୀଙ୍କର ୧୯୪୪ ମସିହା ଅଗଷ୍ଟ ୨୦ ରେ ଆଜିର ଦିନରେ ଜନ୍ମ ହୋଇଥିଲେ । ୧୯୮୪ ମସିହା ଅକ୍ଟୋବର ୩୧ ରୁ ୧୯୮୯ ମସିହା ଡିସେମ୍ବର ମସିହା ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଦାୟିତ୍ଵ ନିଷ୍ଠାର ସହ ନିଭାଇଥିଲେ ।ସେ ଥିଲେ ଭାରତର ସର୍ବ କନିଷ୍ଠ ଯୁବ ପ୍ରଧାନମନ୍ତ୍ରୀ ।ଜଣେ ଦୂରଦର୍ଶୀ ପ୍ରଧାନମନ୍ତ୍ରୀ ଥିଲେ ।ନବ ଭାରତ ନିର୍ମାଣର ଵିନ୍ଧାଣୀ ଥିଲେ ।ତାଙ୍କରି ଯୋଗୁଁ ଭାରତରେ ପ୍ରଯୁକ୍ତିବିଦ୍ୟା, ଆଧୁନିକିକରଣ,, ଆନ୍ତର୍ଜାତୀୟ ସମ୍ପର୍କ ସୁଦୃଢିକରଣ,, ଵିଶେଷତଃ ଯୁବପିଢିର ସଶକ୍ତିକରଣ ଉଦ୍ୟମ କରାଯାଇଥିଲା ।ଯାହାର ସୁଫଳ ଆଜି ଦେଶବାସୀ ଉପଭୋଗ କରୁଛନ୍ତି ।୧୯୯୧ ମସିହା ମେ ୨୧ ରେ ନିର୍ଵାଚନ ସମୟରେ ତାମିଲନାଡ଼ୁରେ ଆତ୍ମଘାତୀ ବୋମାରେ ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ ।ତାଙ୍କରି ଜନ୍ମ ଦିନକୁ ଭାରତ ସରକାର ସଦଭାବନା ଦିବସ ଭାବେ ପାଳନ କରାଯାଉଛି ।ଏହି ଦିବସରେ ଜାତୀୟ ସଂହତି , ଶାନ୍ତି ପୁର୍ଣ ସହଵାସ୍ଥନ ଓ ସାମାଜିକ ବନ୍ଧନକୁ ମଜଭୁତ କରିବା ଏକମାତ୍ର ଉଦ୍ଦେଶ୍ୟ ।ଏହି ଦିଵଂଗତ ମହାନ ଜନନାୟକ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଆଜି ତିରିଂ ବ୍ଳକ କଂଗ୍ରେସ ତରଫରୁ ବ୍ଳକ ସଭାପତି ଭାଗିରଥି ପାତ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି ।କଂଗ୍ରେସର ନେତୃବୃନ୍ଦ ଓ କର୍ମି ଇଂ ଅନୁପ ସୋରେନ, ଜିଲ୍ଲା କଂଗ୍ରେସ ଉପସଭାପତି ମହମ୍ମଦ ଅଲ୍ଲୀଖାନ, ଜିଲ୍ଲା ସଂପାଦକ ଶଙ୍କର ଲାଲ କ୍ଷେତ୍ରୀ, ପ୍ରାପ୍ତି ସାହୁ, ପ୍ରାକ୍ତନ ସରପଞ୍ଚ ମଧୁସୂଦନ ସର୍ଦାର, ତିରିଂ ନାଏକେ ଦୁର୍ଲଭ ମାଝୀ, ମନୋଜ ପାତ୍ର, ଚନ୍ଦନ ପାତ୍ରଙ୍କ ସମେତ ବହୁ କର୍ମୀ ଉପସ୍ଥିତ ରହି ରାଜୀବ ଗାନ୍ଧୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ଯ ଦେଇ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।ଦଳର ନେତୃବୃନ୍ଦ ରାଜୀବ ଗାନ୍ଧୀଙ୍କ ଜୀବନୀ ଆଲୋକପାତ କରିବା ସହ ତାଙ୍କରି ମାର୍ଗଦର୍ଶନ ରେ ସମସ୍ତେ ଅନୁପ୍ରାଣିତ ହେବା ସହ ତୃଣମୂଳ ସ୍ତରରୁ କଂଗ୍ରେସ ସଂଗଠନକୁ ମଜଭୁତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

Related posts

ବିଜେଡିର 26 ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଜଗତସିଂହପୁର ଜିଲ୍ଲାରେ ବିଶାଳ ସମାବେଶ

Sunil Chandra Nayak

କଂଗ୍ରେସ ପକ୍ଷରୁ ଗାନ୍ଧୀ ପଥେ ଓଡିଶା ପଦଯାତ୍ରା

Sunil Chandra Nayak

ଭୁଟଭୁଟି ଗାଁରେ ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

Leave a Comment

error: Content is protected !!