ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁରରେ କିନ୍ନର ସ୍ମୃତି ଦିବସ ପାଳିତ

ନବରଙ୍ଗପୁରରେ କିନ୍ନର ସ୍ମୃତି ଦିବସ ପାଳିତ

ନବରଙ୍ଗପୁର: (୨୧|୧୧)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲାରେ କିନ୍ନର ସ୍ମୃତି ଦିବସ ପାଳନ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଡ଼. ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା କିନ୍ନର ସଂଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ, ସଭାପତି କାଜୋଲ, ସମ୍ପାଦିକା ଚୁମୁକିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ପ୍ରତିନିଧିମାନେ ଯୋଗଦେଇଥିଲେ। ବୈଠକରେ କିନ୍ନର ସମାଜର ବିଭିନ୍ନ ସମସ୍ୟା, ସାମାଜିକ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା ନିର୍ବାହ, ସରକାରୀ ଯୋଜନାର ସୁଫଳ ଏବଂ ସମାଜରେ ସମ୍ମାନଜନକ ଜୀବନଯାପନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। କିନ୍ନର ସମାଜର ସଦସ୍ୟମାନେ ନିଜର ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ। ସେମାନଙ୍କ ସମସ୍ୟାର ସମାଧାନ ସହ ସରକାରୀ ଯୋଜନାରେ ସାମିଲ କରିବା ଏବଂ ଆବଶ୍ୟକ ସହଯୋଗ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ବୈଠକ କିନ୍ନର ସମାଜକୁ ମୁଖ୍ୟସ୍ରୋତରେ ସାମିଲ କରିବା, ସେମାନଙ୍କ ଅଧିକାରର ସୁରକ୍ଷା ଓ ସାମାଜିକ ସମାନତା ପ୍ରତିଷ୍ଠା ଦିଗରେ ଏକ ସକାରାତ୍ମକ ପ୍ରୟାସ ବୋଲି ମତ ପ୍ରକାଶ ପାଇଥିଲା ଏଥି ସମେତ ରାସ୍ତା ଉପରେ ଚାନ୍ଦା ମାଗିବା କିନ୍ନର ଙ୍କୁ ନିୟମ ମୁତାବକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ବୈଠକରେ ଆଲୋଚନା ହୋଇଥିଲା। ବୈଠକ ଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କାର୍ଯ୍ୟାଳୟ ର ସହ ଅଧିକାରୀ ଏ. ଧନଞ୍ଜୟ ରାଓ ଧନ୍ୟବାଦ୍ ଅର୍ପଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନିଜକୁ ଚାକିରି ଖୋଜୁଥିବା ବ୍ୟକ୍ତି ଭାବରେ ଭାବନ୍ତୁ ନାହିଁ ବରଂ ଚାକିରି ସୃଷ୍ଟିକାରୀ, ନବସୃଜନକାରୀ ଏବଂ ଉଦ୍ଯୋଗୀ ଭାବରେ ଭାବନ୍ତୁ : ଓଡିଶା ରାଜ୍ୟପାଳ

Sunil Chandra Nayak

ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଉପଲକ୍ଷେ ରାୟଗଡ ବନାଞ୍ଚଳ ତରଫରୁ ମୋଟର ସାଇକେଲ ର।ଲି

masiha

ଏକ ଉତ୍ତମ ଗବେଷଣା ପତ୍ର ଲିଖନ ଓ ପ୍ରକାଶନ’ ଉପରେ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ନିମନ୍ତ୍ରିତ ଅଭିଭାଷଣ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!