ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକ ଉତ୍ତମ ଗବେଷଣା ପତ୍ର ଲିଖନ ଓ ପ୍ରକାଶନ’ ଉପରେ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ନିମନ୍ତ୍ରିତ ଅଭିଭାଷଣ କାର୍ଯ୍ୟକ୍ରମ 

ଏକ ଉତ୍ତମ ଗବେଷଣା ପତ୍ର ଲିଖନ ଓ ପ୍ରକାଶନ’ ଉପରେ
ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ନିମନ୍ତ୍ରିତ ଅଭିଭାଷଣ କାର୍ଯ୍ୟକ୍ରମ 

     ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ଓ ଆଇ କ୍ୟୁ ଏସି ସେଲ୍‌ର ମିଳିତ ଉଦ୍ୟମରେ ଅକ୍ଟୋବର ୧୭ ତାରିଖରେ ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥଙ୍କ ଅଧ୍ୟକ୍ଷତାରେ “ଏକ ଉତ୍ତମ ଗବେଷଣା ପତ୍ର ଲିଖନ ଏବଂ ପ୍ରକାଶନ” ଶୀର୍ଷକରେ ନିମନ୍ତ୍ରିତ ଅଭିଭାଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୁଳପତି ଡ. ନିବେଦିତା ନାଥ ମଣିଷ ଜୀବନରେ ଗବେଷଣା ପତ୍ରର ମହତ୍ତ୍ୱ ଏବଂ ଯଥାର୍ଥତା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ଶ୍ରୀ ସୁଚିତ ମଣ୍ଡଳି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଅଧ୍ୟାପିକା ସୁଶ୍ରୀ ଦିପ୍ରୀମୟୀ ନଲ୍ଲା ବକ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ । ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ରାୟପୁରର ରସାୟନ ବିଜ୍ଞାନ ବିଭାଗର ଖ୍ୟାତିସମ୍ପନ୍ନ ରସାୟନବିତ୍‌ ତଥା ଡ. ଅଲେଖ କୁମାର ସୁତାର ମୁଖ୍ୟବକ୍ତା ରୂପେ ଉପସ୍ଥିତ ରହି ଗବେଷଣା ପତ୍ର ଲିଖନ ସମୟରେ ମୌଳିକତାକୁ ଗୁରୁତ୍ବ ଦେବା, ଉତ୍ତମ ଗବେଷଣା ପତ୍ର ପ୍ରକାଶ କରିବା ତଥା ସ୍ନାତକ ଓ ସ୍ନାତୋକତ୍ତର ଶ୍ରେଣୀର ଗବେଷଣାତ୍ମକ ନିବନ୍ଧ କିପରି ଲେଖାଯିବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରିଥିଲେ । ଏହା ସହିତ ପ୍ରଶ୍ନୋତ୍ତର ମାଧ୍ୟମରେ ବକ୍ତା, ଛାତ୍ରଛାତ୍ରୀ ତଥା ଅଧ୍ୟାପକ ଓ ଅଧ୍ୟାପିକା ଜିଜ୍ଞାସା ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ଦୀପ୍ତିମୟୀ ନଲ୍ଲା ପରିଚାଳନା କରିଥିବା ବେଳେ ଅଧ୍ୟାପକ ସୁଗନ୍ଧରାଜ ପ୍ରଧାନୀ ଧନ୍ୟବାଦ ଅର୍ପଣ କରିଥିଲେ । ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀ ସାଗର ଭରତ, ସୁଶ୍ରୀ ସରିତା ଶତପଥୀ, ସୁଶ୍ରୀ ମମତା ଭୋଇ, ରାଜନୀତିବିଜ୍ଞାନ ବିଭାଗର ମୁଖ୍ଯ ଡକ୍ଟର କୈଳାସ ଚନ୍ଦ୍ର ଦାସ ତଥା ସମସ୍ତ ଗବେଷକ, ଗବେଷିକା ଏବଂ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । 

(ମ ନି ସ ) 

Related posts

ବୁଥ ସ୍ତରୀୟ ଅଧିକାରୀ ଓ ସେକ୍ଟର ଅଧିକାରୀଙ୍କ ତାଲିମ ଶିବିର ଅନୁଷ୍ଠିତ 

masiha

ସମ୍ବଲପୁରୀ କଳା ଓ ସଂସ୍କୃତିର ମାଦଳ ତାଳ

Sunil Chandra Nayak

ଆଇନଜୀବୀ ସଂଘ ନିର୍ବାଚନ: ନରସିଂହ ସଭାପତି ଓ ତପନ ସମ୍ପାଦକ 

masiha

Leave a Comment

error: Content is protected !!