ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି-ରାୟଗଡ଼ା ସୀମାନ୍ତ ଝିଗିଡିରେ ପିକଅପ୍ ଓଲଟି ୧୮ ଗୁରୁତର ଘଟଣା

ଭବାନୀପାଟଣା ଡାକ୍ତରଖାନାରେ ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଲେ ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ

ଲାଞ୍ଜିଗଡ,୦୫/୦୩(ମନିସ)-ଜଣେ ଠିକାଦାରଙ୍କ ଡାକରାରେ ନୀଳଗିରି ଗଛ କାଟିବାକୁ ଶୁକ୍ରବାର ସନ୍ଧ୍ୟାରେ ଏକ ପିକଅପ୍ ଭ୍ୟାନ୍ ଯୋଗେ ରାୟଗଡା ଜିଲ୍ଲା ଦହିଖାଲକୁ ଯାଉଥିବାବେଳେ କଳାହାଣ୍ଡି-ରାୟଗଡା ସୀମାନ୍ତ ଝିଗିଡିରେ ଭ୍ୟାନଟି ଓଲଟି ପଡିବାରୁ ଏଥିରେ ବସିଥିବା ୧୮ଜଣ ଶ୍ରମିକ ଗୁରୁତର ଓ ୮ ଜଣ ସାମାନ୍ୟ ଆହତ ହୋଇଥିଲେ । ଏଥିରେ ବସିଥିବା ସମସ୍ତ ଶ୍ରମିକ ଲାଞ୍ଜିଗଡ ବ୍ଲକ ପୋଖରୀବନ୍ଧ ପଞ୍ଚାୟତର ଜାରେଙ୍ଗପଟା, ଇରକୁଲି ଓ ବରାଘାଟି ଗାଁର ହୋଇଥିବାବେଳେ ଗୁରୁତର ୧୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନେ ଚିକିତ୍ସିତ ହେଉଥିବାବେଳେ ଆଜି ଅପରାହ୍ନରେ ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ଦୁର୍ଘଟଣାର ଶିକାର ହୋଇଥିବା ଶ୍ରମିକମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଯୋଡ଼ା ଶାସ୍ତ୍ରୀ ନଗର ୟୁଥ୍ କ୍ଲବ୍‌ଠାରେ ଯୁବ ଜାଗୃତି ଅଭିଯାନର ଭବ୍ୟ ଆୟୋଜନ ସହ ଯୁବକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିବା ଏବଂ ସେମାନଙ୍କୁ ନିଶାମୁକ୍ତ କରିବାର ସଂକଳ୍ପ

ରାଇରଙ୍ଗପୁରରେ କୃଷି ଜିଲ୍ଲା ସ୍ତରୀୟ ‌ କୃଷକ ମେଳା

Sunil Chandra Nayak

ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

masiha

Leave a Comment

error: Content is protected !!