ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ତନ କର୍କଟ ରୋଗର ସଚେତନତା ରେ କ୍ରାନ୍ତି ର ବାର୍ତ୍ତା   “କ୍ୟାନସର ଜୀବନର ଏକ ଅଧ୍ୟାୟ, ପୂରା କାହାଣୀ ନୁହେଁ’ ଯାହା ସଠିକ୍ ସମର୍ଥନ ଏବଂ ସଚେତନତା ଦ୍ୱାରା କର୍କଟ ମୁକ୍ତ ଭାରତ ସମ୍ଭବ!!!

ସ୍ତନ କର୍କଟ ରୋଗର ସଚେତନତା ରେ କ୍ରାନ୍ତି ର ବାର୍ତ୍ତା 
 “କ୍ୟାନସର ଜୀବନର ଏକ ଅଧ୍ୟାୟ, ପୂରା କାହାଣୀ ନୁହେଁ’ ଯାହା ସଠିକ୍ ସମର୍ଥନ ଏବଂ ସଚେତନତା ଦ୍ୱାରା କର୍କଟ ମୁକ୍ତ ଭାରତ ସମ୍ଭବ!!!

ବ୍ରହ୍ମପୁର ତା.୧୮ .୧୦. ୨୦୨୫ରିଖ: ଅକ୍ଟୋବର ମାସରେ ସ୍ତନ କର୍କଟ ସଚେତନତା ମାସ ସହ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ସପ୍ତାହ ପାଳନ ଅବସରରେ ବ୍ରହ୍ମା ନଗରସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ କ୍ରାନ୍ତି ଅନୁଷ୍ଠାନ ଓ ଆଇ ଏସ୍ ଆର ଡି – ୱାନ ଷ୍ଟପ୍ ସେଣ୍ଟର୍ ଗଞ୍ଜାମ , ସରକାରୀ ଆଇ ଟି ଆଇ ମିଳିତ ସହଯୋଗରେ ସରକାରୀ ଆଇ ଟି.ଆଇ ଅଡିଟୋରିୟମଠାରେ ସ୍ତନ କର୍କଟ ରୋଗର ଏକ ପ୍ରେରଣାଦାୟକ ତଥା ସୂଚନାପୂର୍ଣ୍ଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ସମୟରେ ସ୍ତନ କର୍କଟ ଏକ ମୁଣ୍ଡବ୍ୟଥାର କାରଣ ସାଜିଛି । କେତେକ କ୍ଷେତ୍ରରେ ଠିକ୍ ସମୟରେ ନିରାକରଣ ଏବଂ ଉପଯୁକ୍ତ ଚିକିତ୍ସା ଦ୍ୱାରା ଏହି ରୋଗର ନିରାକରଣ ସମ୍ଭବ ହୋଇଥାଏ । ସଚେତନ କରାଯିବା ଦ୍ବାରା ଏହି ରୋଗକୁ ମାତ ଦିଆଯାଇ ପାରିବ ।ସ୍ତନ କର୍କଟ ନିରାକରଣ ଏବଂ ଚିକିତ୍ସା ବିଷୟରେ ସଚେତନତା ବୃଦ୍ଧି କରିବା, ବ୍ୟକ୍ତିବିଶେଷ, ବିଶେଷକରି ମହିଳାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଜ୍ଞାନ ସହିତ ସଶକ୍ତ କରିବା ଏହି କାର୍ଯ୍ୟକ୍ରମ ର ମୁଖ୍ଯ ଉଦ୍ଦେଶ୍ଯ ଥିଲା| ଏଥିରେ କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା କ୍ୟାନ୍ସର ସର୍ଭାଇଭର ଡ଼ ଦେବାନନ୍ଦ ଦାଶଙ୍କ ସଭାପତିତ୍ବ ରେ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଡ଼ ଦାଶ ସମସ୍ତଙ୍କୁ ସ୍ବାଗତ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଆଇ ଏସ ଆର ଡି ନିର୍ଦେଶକ ସୁଧୀର ସାବତ ଅତିଥିମାନଙ୍କୁ “ଉପଢୌକନ” ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ପ୍ରଥମେ ଆଇ.ଟି.ଆଇ ଅଧ୍ୟକ୍ଷ ଇଂ ରଞ୍ଜନ କୁମାର ପରିଡ଼ା ସ୍ତନ କର୍କଟ ରୋଗ ଉପରେ ସମ୍ୟକ୍ ସୂଚନା ଦେଇ, ଛାତ୍ରୀମାନଙ୍କୁ ନିଜେ ସଚେତନ ହୋଇ ଅନ୍ୟ ମାନଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦେଇଥିଲେ।ଏହି ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଏମ.କେ.ସି.ଜି.ମେଡିକାଲ କଲେଜ ଓ ହସପିଟାଲ ର ସ୍ତ୍ରୀରୋଗ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼ାକ୍ତର ଶୁଭ୍ରା ପାଳ “ସ୍ତନ୍ୟପାନ ଏବଂ କର୍କଟ ରୋଗର ବିପଦ” ଉପରେ ଉପରେ କହିଥିଲେ। ସ୍ତନ୍ୟପାନ କରାଇବା ଦ୍ୱାରା ସ୍ତନ କର୍କଟ ହେବାର ଆଶଙ୍କା ଯଥେଷ୍ଟ ହ୍ରାସ ପାଇଥାଏ ।କମ୍ ବୟସରେ ଋତୁ ସ୍ରାବ, ସନ୍ତାନ ହୀନତା, ବିଳମ୍ବରେ ଗର୍ଭଧାରଣ, ମେଦ ବହୁଳତା, ଚର୍ବି ଜାତୀୟ ଖାଦ୍ୟ ଖାଇବାରୁ ଏହି ସ୍ତନ କର୍କଟ ରୋଗ ହୋଇଥାଏ ।ତେବେ ଏହି ରୋଗର ଶୀଘ୍ର ଚିହ୍ନଟ ପରେ ସଠିକ୍ ଚିକିତ୍ସା କରାଗଲେ ରୋଗୀ ଆରୋଗ୍ୟ ହୋଇଥାଏ ବୋଲି ଡକ୍ଟର ପାଳ ସ୍ପଷ୍ଟ କରିଛନ୍ତି। 

ବିଶାଖାପାଟଣା ସ୍ଥିତ ମହାତ୍ମାଗାନ୍ଧୀ କ୍ୟାନ୍ସର ହସପିଟାଲ ଓ ରିସର୍ଚ୍ଚ ସେଣ୍ଟର୍ ର ରେଡିଏସନ ଓଙ୍କୋଲଜୀ ମୁଖ୍ୟ ଡାକ୍ତର କାହୁଁ ଚରଣ ପାତ୍ର ରୋଗର କାରଣ , ନିରାକରଣ ଓ ସମାଜରେ ସଚେତନତା ସୃଷ୍ଟି କରିବା ପାଇଁ ଆହ୍ବାନ ଦେଇଥିଲେ।ସ୍ତନ କର୍କଟ ର ଅନ୍ୟ ଏକ ମୁଖ୍ଯ କାରଣ ଲୋକଲଜ୍ୟା ଭୟରେ ପ୍ରାରମ୍ଭିକ ସ୍ତରରୁ ସେମାନେ ରୋଗ କୁ ଲୁଚାଇ ଥାନ୍ତି ଯାହାକି ପରେ କର୍କଟ ର ରୂପ ନେଇ ଥାଏ। ମହିଳା ମାନେ ସଚେତନ ହୋଇ ଏବଂ ଲୋକ ଲଜ୍ୟାରୁ ଉର୍ଦ୍ଧରେ ରହି ଚିକିତ୍ସା ସହାୟତା ନେଲେ ରୋଗ କୁ ପ୍ରତିହତ କରିପାରିବେ। ବିପଦର କାରଣ, ଶୀଘ୍ର ଚିହ୍ନଟ ଏବଂ ପ୍ରତିରୋଧ ବିଷୟରେ ଆଲୋଚନା କରିଥିଲେ।ଯଦିଓ ବର୍ତ୍ତମାନ ସମୟରେ ଚିକିତ୍ସା କ୍ଷେତ୍ରରେ ଅନେକ ଅଗ୍ରଗତି ହୋଇଛି, ତଥାପି ସାଧାରଣ ଲୋକଙ୍କଠାରେ କର୍କଟ ରୋଗର ଭୟ ଦେଖାଯାଉଛି ।ଅତ୍ୟାଧୁନିକ ଚିକିତ୍ସା ଅଗ୍ରଗତି ଏବଂ ନିୟମିତ ସ୍କ୍ରିନିଂ ଦ୍ବାର ବର୍ତମାନ ଚିକିତ୍ସା ଅତି ସହଜ ସହ ସଫଳ ହୋଇ ପାରୁଛି।ୱାନ ଷ୍ଟପ ସେଣ୍ଟର ବ୍ରହ୍ମପୁରର ସେଣ୍ଟର ଆଡମିନିଷ୍ଟ୍ରଟର ଶ୍ରୀମତୀ ମହେଶ୍ଵତା ପାଢୀ ଉପସ୍ଥିତ ଛାତ୍ରୀ ମାନଙ୍କୁ ସ୍ତନ କର୍କଟ ରୋଗ ଉପରେ ସର୍ବଦା ସଚେତନ କରିବାକୁ ପରାମର୍ଶ ଦେଇଥିଲେ।ଏହି ପରିପେକ୍ଷିରେ କ୍ରାନ୍ତି ଅନୁଷ୍ଠାନର ଡ଼ଃ.ଦାଶ କର୍କଟ ରୋଗରେ ପୀଡିତ ହୋଇ,ସେ କିପରି କଷ୍ଟ ପାଇଛନ୍ତି ତାଙ୍କରି ଅନୁଭୁତି ପରିପ୍ରକାଶ କରିବା ସହ କର୍କଟ ରୋଗର ଚିକିତ୍ସା ବର୍ତ୍ତମାନ ସମୟରେ ଅତ୍ୟନ୍ତ ସହଜ ଓ ଏଥିରୁ ଜଣେ ରୋଗୀ ବଞ୍ଚି ପାରିବ ଏଵଂ କ୍ରାନ୍ତି ପକ୍ଷରୁ ପ୍ରତି ଲୋକଙ୍କୁ ସଚେତନ କରିବା ସହ “କ୍ୟାନସର ଜୀବନର ଏକ ଅଧ୍ୟାୟ, ପୂରା କାହାଣୀ ନୁହେଁ’ ଯାହା ସଠିକ୍ ସମର୍ଥନ ଏବଂ ସଚେତନତା ଦ୍ୱାରା ହିଁ କର୍କଟ ମୁକ୍ତ ଭାରତ ସମ୍ଭବ!!!.”…. ଏହି ବାର୍ତ୍ତା ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନ ର ନିର୍ମଳା ଦାଶ, ଅନିଲ ସେଠୀ, , ଆଇ ଆର ଏସ ଡି – ୱାନ ଷ୍ଟପ ସେଣ୍ଟର ର ପ୍ରଭାତ ପାଢୀ,ଗୋପାଳକୃଷ୍ଣ ଦଳବେହେରା, ସ୍ନେହମୟୀ ପାଢୀ,ସାବିତ୍ରୀ ଦଳବେହେରା ଓ ସରକାରୀ ଆଇ. ଟି. ଆଇ ର ଟି. ଓ, ରଞ୍ଜନ ମଲ୍ଲିକ,ସରୋଜ ରଥ, ସ୍ୱପ୍ନା ସ୍ୱାଇଁ, ଅଳକା ଶତପଥୀ ପ୍ରମୁଖ ସହଯୋଗ କରିଥିଲେ। 

ଡ ଦେବାନନ୍ଦ ଦାଶ

କାର୍ଯୟନିର୍ବାହୀ ନିର୍ଦେଶକ, କ୍ରାନ୍ତି, ବ୍ରହ୍ମପୁର 
9861816423

Related posts

ଅଗ୍ନିଗଙ୍ଗାମା ଠାକୁରାଣୀ ଯାତ୍ରାର ଦ୍ୱିତୀୟ ବୈଠକ ସମାପନ

Sunil Chandra Nayak

ଓରାମ ସମାଜର ଜାଗୃତି ଓ ହିତାର୍ଥେ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଡାବୁଗାଁ ବ୍ଲକରେ ପୁରୁଷ ହକି ବିଶ୍ଵକପ ଉଦଘାଟନୀ ଉତ୍ସବ ନିମନ୍ତେ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!