ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଳରେ ରହିଛି ଧାନ ବର୍ଷା କୁ ଦେଖି ଚାଷୀ ଙ୍କ ଚିନ୍ତା 

ବିଳରେ ରହିଛି ଧାନ ବର୍ଷା କୁ ଦେଖି ଚାଷୀ ଙ୍କ ଚିନ୍ତା 

ବନ୍ଧୁଗାଁ ତା, ୨୦/୧୨/୨୪, ବନ୍ଧୁଗାଁ ବ୍ଲକ ଠାରେ ଆଜି ପର୍ଯ୍ୟନ୍ତ ଅନେକ ସ୍ଥାନରେ ଅମଳ ନ ହୋଇ ରହିଛି ବିଳରେ ପାଚିବା ଧାନ ସହ ଡଙ୍ଗରରେ ପାଚିଲା ଜନା I ଚଳିତ ବର୍ଷା ପାଣିର ଅଭାବ ଯୋଗୁଁ ପ୍ରାୟ ଜମିରେ ଚାଷ ହୋଇ ପାରିନଥିବା ବେଳେ, କିଛି ଜମିରେ ଚାଷ କରିବା ପାଇଁ ପାଣିର ସୁବିଧା ହୋଇଥିବା ଯୋଗୁଁ ଚାଷ ହୋଇ ପାରିଥିଲା I କିନ୍ତୁ ଚାଷ ହୋଇ ଭଲ ଅମଳ ସମୟରେ ଆଜି ଯେଉଁ ପ୍ରକାର ଭାବରେ ଘନ କୁହୁଡି ସହ ଝିପି ଝିପି ବର୍ଷା ହେଉଥିବା ଦେଖି ଚାଷୀମାନେ ଚିନ୍ତାରେ ପଡିଚନ୍ତି I 

ଅନେକ ଜମିର ଧାନ ଅମଳ ହୋଇ ବିଳରେ ପଡି ରହିଛି ଓ କିଛି ଜମିର ଧାନ ବିଲରେ ହିଁ ବିନା କଟା ହୋଇଥିବାର ରହିଅଛି I ଯଦି ବର୍ଷା ଏହିପରି ଲାଗି ରହିଲେ ବିଳରେ ଅମଳ ହୋଇ ରହିଥିବା ଧାନ ଓ କଟା ଯାଇ ନ ଥିବା ଧାନ ମଧ୍ୟ ବର୍ଷା ପାଣିରେ ଓଦା ହୋଇ ଗଜା ହୋଇ ନଷ୍ଟ ହୋଇଯିବାର  ଚାଷୀଙ୍କୁ ଚିନ୍ତା ଘାରିଛି I ଡଙ୍ଗର ଜମିରେ କରିଥିବା ଛୋଟ ଜନା ମଧ୍ୟ ସହ ସହ ଏକର ଜମିର ଡଙ୍ଗର ମାନଙ୍କରେ ଜନା ପାଚି ରହିଅଛି I ଅମଳ ନ ହେବା ପୂର୍ବେ ଆଜି ବର୍ଷା ଯୋଗୁଁ ଜନା ମଧ୍ୟ ନଷ୍ଟ ହୋଇଯିବାର ବହୁ ସମ୍ଭାବନା ହୋଇପାରେ I ବର୍ତମାନ ଧାନ ଚାଷ କରିଥିବା ଚାଷୀ ଡଙ୍ଗର ଓ ଢ଼େପ ଓ ସମତଳ ପରି ଚାଷ ଜମିରେ ଜନା ଚାଷ କରିଥିବା ଚାଷୀ ବର୍ଷା ହୋଉଥିବା ଦେଖି ଚାଷ ନଷ୍ଟ ହୋଇଯିବା ନେଇ ଚିନ୍ତା କରିଥିବାରୁ ଜାଣିବାକୁ ମିଳିଛି I 

  ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଭତ୍ତା ଉଠାଇ ଫେରୁଥିବା ବେଳେ ଝଞ୍ଜାବତୀ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ 

Sunil Chandra Nayak

ନିଟ ପରୀକ୍ଷାରେ ଡାବୁଗାଁ ର ଆଶୁତୋଷଙ୍କ କୃତିତ୍ଵ

Sunil Chandra Nayak

ଵିଜାତଳା ବ୍ଲକ୍‌ସ୍ତରୀୟ ସାମାଜିକ ସୁରକ୍ଷା ଜନଶୁଣାଣି

Sunil Chandra Nayak

Leave a Comment

error: Content is protected !!