ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁମ୍ଭାଟୁଆ ପକ୍ଷୀର ବାସ ସଂରକ୍ଷଣ ଆଜିର ମୁଖ୍ୟ ଆହ୍ୱାନ

କୁମ୍ଭାଟୁଆ ପକ୍ଷୀର ବାସ ସଂରକ୍ଷଣ ଆଜିର ମୁଖ୍ୟ ଆହ୍ୱାନ

ଢେଙ୍କାନାଳ (ମନିସ)1/12/25 — କେବେ ଆପଣଙ୍କ ବାଡ଼ି ପଛପଟେ କିମ୍ବା ବଣବୁଦାରେ କଳା ଓ ବାଦାମୀ ରଙ୍ଗ ମିଶା ଦେହ ଓ ଲାଲ୍ ଲାଲ୍ ଆଖି ଥିବା ସୁନ୍ଦର ପକ୍ଷୀଟିକୁ ଦେଖିଛନ୍ତି ? ରାତି ପାହିଲେ ଗାଁ ଦାଣ୍ଡରେ- ବଣବୁଦାରେ ହୁଁ ହୁଁ ରାବ ଦେଉଥିବା ସେଇ କୁମ୍ଭାଟୁଆ ପକ୍ଷୀ କଥା ହିଁ ଆମେ କହୁଛୁ | ସ୍ବଭାବ କ ଗଙ୍ଗାଧର ମେହେରଙ୍କ ‘ତପସ୍ବିନୀ’ କାବ୍ୟରେ ଏହି ପକ୍ଷୀର ଉଲ୍ଲେଖ କରିଛନ୍ତି । କୁମ୍ଭାଟୁଆ କାଉ ବା କୋଇଲି ଜାତୀୟ ଏକ ପକ୍ଷୀ। ଏହାର ଇଂରାଜୀ ନାମ ଗ୍ରେଟର୍ କାଉକାଲ୍ ବା କ୍ରୋ ପିଜାଣ୍ଡ୍ ଏହାର ବୈଜ୍ଞାନିକ ନାମ ହେଉଛି ସେଣ୍ଟୋପସ୍ ସିନେନ୍‌ସିସ୍। ରୂପରେ ଓ ଆକାରରେ ଏହି ପକ୍ଷୀ କାଉ ଭଳି ବା କାଉଠାରୁ ଟିକେ ବଡ଼, ଦକ୍ଷିଣ ଏସିଆର ଅନେକ ଦେଶ ଯଥା-:ଭାରତ,ଚୀନ୍,ନେପାଳ,ଇଣ୍ଡୋନେସିଆ ଆଦି ଦେଶରେ ଏହି ପକ୍ଷୀ ପ୍ରାୟତଃ ଦେଖାଯାଆନ୍ତି। କୁମ୍ଭାଟୁଆର ଲାଞ୍ଜ ଲମ୍ବା,ଡେଣା ଧୂସର ବାଦାମୀ ରଙ୍ଗର ଓ ଆଖି ଲାଲ୍। ଏହି ପକ୍ଷୀ ସବୁପ୍ରକାର ପରିବେଶରେ ବଞ୍ଚିପାରନ୍ତି। ଘଞ୍ଚ ଜଙ୍ଗଲଠୁ ନେଇ ବଡ଼ ବଡ଼ ସହରମାନଙ୍କରେ ମଧ୍ୟ ଏମାନେ ଦେଖାଯାଆନ୍ତି। କୁମ୍ଭାଟୁଆ ବହୁଦୂର ବା ଉଚ୍ଚକୁ ଉଡ଼ିପାରେ ନାହିଁ। ତେଣୁ ଅନେକ ସମୟରେ ଏମାନଙ୍କୁ ଚାଲି ଚାଲି ବୁଲୁଥିବାର ଆପଣ ଦେଖିଥିବେ ଏହି ପକ୍ଷୀ କୀଟପତଙ୍ଗ,ପୋକଜୋକ,ଅନ୍ୟ ସରୀସୃପଙ୍କ ଅଣ୍ଡା ଏବଂ ପକ୍ଷୀମାନଙ୍କ ବସାରୁ ଖାଦ୍ୟ ଖୋଜି ଖାଆନ୍ତି। କୁମ୍ଭାଟୁଆ ବହୁତ ଉଚ୍ଚ ସ୍ବରରେ ହୁଁ ହୁଁ ରାବଦିଏ। ପ୍ରତି ସେକେଣ୍ଡରେ ଏହା ୨ରୁ ୩ ଥର ଓ ପ୍ରତି ମିନିଟ୍‌ରେ ଏହା ପାଖାପାଖି ୬ ରୁ ୨୦ ଥର ରାବ ଦେଇଥାଏ। କୁମ୍ଭାଟୁଆ ପକ୍ଷୀ ଆପାତତଃ ୪୮ ସେ.ମି. ପର୍ଯ୍ୟନ୍ତ ବଢ଼ିପାରେ। ପୁରୁଷ ଓ ମାଈ ପକ୍ଷୀ ଏକାପରି ଦେଖାଯାଉଥିବା ବେଳେ ମାଈ ପକ୍ଷୀ ପୁରୁଷ ପକ୍ଷୀଠାରୁ ଅପେକ୍ଷାକୃତ ବଡ଼ | ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ଏହି ପକ୍ଷୀ ଦେଖାଯାଆନ୍ତି | ବିଶେଷକରି ଗାଁ ଗହଳିରେ ଏମାନେ ବେଶୀ ଦେଖାଯାଆନ୍ତି। ଅନେକ ଜାଗାରେ କୁମ୍ଭାଟୁଆକୁ କାମୁଚିଆ ବା କୁମୁଟିଆ ପକ୍ଷୀ ବୋଲି ମଧ୍ୟ ଲୋକେ କହନ୍ତି। ଦକ୍ଷିଣ ଭାରତରେ ମୌସୁମୀ ପରେ କୁମ୍ଭାଟୁଆର ପ୍ରଜନନଋତୁ ଆରମ୍ଭହୁଏ। ପ୍ରଧାନତଃ ଜୁନ୍‌ରୁ ସେପ୍ଟେମ୍ବରଯାଏ ଏହି ଋତୁ ଚାଲିଥାଏ।ବଡ଼ କୁକାଲ୍ ଏକଗାମୀ। ପୁରୁଷ ପକ୍ଷୀ ମାଈ ପକ୍ଷୀକୁ ଖାଦ୍ୟଦେଇ ଆକର୍ଷିତ କରେ ଏବଂ ମାଈପକ୍ଷୀ ଡେଣା ଓ ଲାଞ୍ଜ ହଲାଇ ତାହାକୁ ସ୍ବୀକାର କରିବାର ସଙ୍କେତ ଦେଖାଏ। ପୁରୁଷ ପକ୍ଷୀ ପ୍ରାୟ ୩ ରୁ ୮ ଦିନ ଧରି ବସା ତିଆରିରେ ଲାଗିଥାଏ। ଏଗୁଡ଼ିକୁ ଭୂମିଠାରୁ ପ୍ରାୟ ୬ ମିଟର ଉଚ୍ଚରେ ତିଆରି କରେ ଏବଂ ମାଈପକ୍ଷୀ ଏଥିରେ ୩-୫ ଟି ଅଣ୍ଡାଦିଏ। ପ୍ରଥମେ ଏହା ଚକ୍‌ଖଡ଼ି ପରି ଧଳା ରଂଗର ହୋଇଥାଏ ଏବଂ ରଖିଲେ ହଳଦିଆ ରଂଗର ହୋଇ ଧୀରେ ନଷ୍ଟ ହୋଇଯାଏ। ୨ରୁ ୪ଟି ଡିମ୍ବ ପ୍ରାୟ ୧୫/୧୬ ଦିନ ଭିତରେ ଫୁଟେ। ଛୁଆପକ୍ଷୀମାନେ ୧୮ରୁ ୨୨ଦିନ ମଧ୍ୟରେ ଉଡ଼ିବାକୁ ସମର୍ଥ ହୋଇଯାନ୍ତି। ଅଣ୍ଡାଥିବା ବସାଗୁଡ଼ିକୁ କେତେକ ସମୟରେ ଡାମରାକାଉ ନଷ୍ଟ କରିଦିଏ ବା ଭାଙ୍ଗି ଦେଇଥାଏ।।ଏବେ ଏହି ପ୍ରଜାତି ଆଉ ବିଶେଷ ଦେଖିବାକୁ ମିଳୁଜାହାନ୍ତି। କାରଣ ଦ୍ରୁତ ସହରୀକରଣ ହିଁ ଏହାର ପ୍ରମୁଖ କାରଣ ଯାହା ଦ୍ଵାରା ସେମାନଙ୍କ ବସାବାନ୍ଧିବା ସ୍ଥାନ ଲୋପ ପାଉଛି। ଏପଟେ ଗାଁଗହଳି କି ବଣବୁଦା ଆଉ ପ୍ରାୟତଃ ନାହିଁ। ତଥାପି ଏବେ ବି କିଛି ଅଞ୍ଚଳରେ କୁମ୍ଭାଟୁଆର ହୁଁ ହୁଁ ରଡ଼ି ଶୁଭାଯାଏ। ଏନେଇ ବିଶିଷ୍ଟ ପକ୍ଷୀ ଅନୁଧ୍ୟାନକାରୀ ତଥା ଫଟୋଗ୍ରାଫର୍ କହନ୍ତି- ସହରାଞ୍ଚଳରେ କୁମ୍ଭାଟୁଆର ବାସସ୍ଥଳୀ ପ୍ରାୟତଃ ଉଜୁଡ଼ିଗଲାଣି। ସହରାଞ୍ଚଳ ଓ ତା’ର ନିକଟସ୍ଥ ଅଞ୍ଚଳରେ କୀଟପତଙ୍ଗ ନିୟନ୍ତ୍ରଣ ପାଇଁ କୁମ୍ଭାଟୁଆ ପରିସଂସ୍ଥାନର ସୁରକ୍ଷାକାରୀ ଭାବେ ପରିଚିତ ଏହା ଅତ୍ୟନ୍ତ ଲାଜୁଆ ପ୍ରଜାତିର ପକ୍ଷୀ ହୋଇଥିବାରୁ ସାମାନ୍ୟ ଗହଳିଚହଳିରେ ଏହା ନିଜକୁ ସୁରକ୍ଷିତ ମଣି ନଥାଏ। ସେଥିପାଇଁ ଏମାନେ ସହରାଞ୍ଚଳରୁ ଦୂରେଇଗଲେଣି।ଅନ୍ୟପକ୍ଷରେ,ସେମାନେ ନିଜର ସୁରକ୍ଷା ପାଇଁ ବଡ଼ ବଡ଼ ଗଛରେ ହିଁ ଅଣ୍ଡା ଦିଅନ୍ତି| କିନ୍ତୁ ଏଭଳି ଗଛ ଆଉ ଦେଖିବାକୁ ମିଳୁନି। ତେଣୁ କୁମ୍ଭାଟୁଆର ବସା ସଂରକ୍ଷଣ ଆଜିର ମୁଖ୍ୟ ଆହ୍ବାନା”

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବନ୍ଧୁଗାଁରେ ବିଶ୍ୱ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଅନୁଷ୍ଠିତ ହୋଇଯାଇଛି 

masiha

ବର୍ଣ୍ଣାଢ଼୍ୟ ପରିବେଶ ରେ ପାଳିତ ହେଲା ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନମଙ୍ଗଳ)ସଂଗଠନର ଚତୁର୍ଥ ବାର୍ଷିକ ଉତ୍ସବ:ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଂଘ କୁ ସମ୍ବର୍ଦ୍ଧନା 

Sunil Chandra Nayak

ଦମ୍ପତିଙ୍କ ମୃତ୍ୟୁକୁ ନେଇ ଆଳତୁମା ଗାଁ କମିଟି ଉପଜିଲ୍ଲାପାଳଙ୍କୁ ୪ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ 

masiha

Leave a Comment

error: Content is protected !!