ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରିଷିଡାରେ ସମ୍ବାଦ-ଆମ ଓଡିଶାର ରକ୍ତଦାନ ଶିବିର, ୨୨ ୟୁନିଟ ରକ୍ତ ସଂଗ୍ରହ

ରିଷିଡାରେ ସମ୍ବାଦ-ଆମ ଓଡିଶାର ରକ୍ତଦାନ ଶିବିର, ୨୨ ୟୁନିଟ ରକ୍ତ ସଂଗ୍ରହ

କର୍ଲାମୁଣ୍ଡା, (ସୁଶାନ୍ତ ରଣା): ସମ୍ବାଦ-ଆମଓଡିଶା ଆୟୋଜନରେ ତଥା ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ କର୍ଲାମୁଣ୍ଡା ପ୍ରଖଣ୍ଡ ସହଯୋଗରେ ରିଷିଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ରିଷିଡା ସରପଞ୍ଚ ସେବତୀ ରଣା, ପୌରକେଲା ସରପଞ୍ଚ ଯଶୋସ୍ୱିନୀ ଧରୁଆ, କର୍ଲାମୁଣ୍ଡା ପ୍ରେସକ୍ଲବ ସଭାପତି ନରୋତ୍ତମ ସେଲମା, ସରକାରୀ ପ୍ରଧାନ ଶିକ୍ଷକ ସୁଶାନ୍ତ ବାଗ, ଏସଏମସି ସଭାପତି ରାଧାକାନ୍ତ ସେଠ, ଭାଜପା ମଣ୍ଡଳ ସଭାପତି ଡୋଳାମଣି ଭୋଇ, ବ୍ଲକସଂଯୋଜକ ବିଶ୍ୱହିନ୍ଦୁ ପରିଷଦ ମୁରଲୀଧର ରଣା ଯୋଗଦେଇ ରକ୍ତଦାନ ମମହତ ଦାନ ଉପରେ ଆଲୋକପାତ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ୨୨ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ଏଥିରେ ବଜରଙ୍ଗଦଳ ବ୍ଲକ ପ୍ରମୁଖ ସଂଯୋଜକ ସୁଶାନ୍ତ ମଲ୍ଲିକ, ବବଲୁ ଦଣ୍ଡସେନା, କାଦମ୍ବିନୀ ସାହୁ, ସମ୍ବାଦ ବିତରକ ବୈକୁଣ୍ଠ ପରୁଆ, ଦେବରାଜ ରଣା, ନିଲକମଲ ପୁଟେଲ, ଆନନ୍ଦ ପୁଟେଲ, କୁଞ୍ଜ ବିହାରୀ ରଣା, ଲଲିତ କୁମାର ସାହୁ, ଲକ୍ଷ୍ମିକାନ୍ତ ମନହିରା, ଆଶିଷ କୁମାର ସାହୁ, ଧିରଜ ପୁଟେଲ, ନିର୍ମଲ ପୁଟେଲ, ତାନକା ଧର ସାହୁ, ମୁକେଶ କେଡିଆ, ବ୍ରଜକିଶୋର ସାହୁ (ବବଲୁ), ନିଲକମଲ ପୁଟେଲ ରକ୍ତଦାନ କରିଥିଲେ। ଭବାନୀପାଟଣା ବ୍ଲଡ ବ୍ୟାଙ୍କର ସଞ୍ଜିବ କୁମାର ମହାକୁଡ, କୃଷ୍ଣଚନ୍ଦ୍ର ସାହୁ, ଜଞ୍ଜିର ପ୍ରସାଦ ବାଗ ରକ୍ତ ସଂଗ୍ରହ କରିଥିଲେ। ଶିବିର ପରିଚାଳନା ରେ ସାମ୍ବାଦିକ ସୁଶାନ୍ତ ମଲ୍ଲିକ, ସାମାଜିକ କର୍ମୀ ବିମ୍ବାଧର ରଣା, ତ୍ରିଶଙ୍କ ରଣା (ସୋନୁ), ବବଲୁ ଦଣ୍ଡସେନା, ସରକାରୀ ହାଇସ୍କୁଲ ର ଶିକ୍ଷକ କୁମାର ତରୁଣ ଗହୀର, ଦିଲିପ ରଣା ପ୍ରମୁଖ ସହଯୋଗ କରିଥିଲେ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଓଡ଼ିଶାର ବୌଦ୍ଧିକ ସଂପଦର ଅନନ୍ୟ ପରିଚୟ ମହୁରି

Sunil Chandra Nayak

କୃଷି ସେବା ସଂଘ ର କ୍ୟାଡ଼ର ପୁନର୍ବିନ୍ୟାସ ଦାବୀ ରେ ଜିଲ୍ଲା ଓ ବ୍ଲକ ସ୍ତରୀୟ କୃଷି ଅଧିକାରୀ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଅନେକ ସେବା ବାଧିତ :କମ ବର୍ଷା ରେ ଚାଷୀ ରୋଗ ପୋକ ନିୟନ୍ତ୍ରଣ କରିବ କିପରି 

masiha

Rayagada Forest Fire: 1000 Hectares of Forest Land Affected in First 5 Months

masiha

Leave a Comment

error: Content is protected !!