ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାରେ ୧୩୦ ଗୋଟି ନୂତନ ଭୋଟ କେନ୍ଦ୍ର ଗଠନ ନିମନ୍ତେ ଭାରତୀୟ ନିର୍ବାଚନ କମିଶନଙ୍କ ଅନୁମୋଦନ

ଜିଲ୍ଲାରେ ୧୩୦ ଗୋଟି ନୂତନ ଭୋଟ କେନ୍ଦ୍ର ଗଠନ ନିମନ୍ତେ ଭାରତୀୟ ନିର୍ବାଚନ କମିଶନଙ୍କ ଅନୁମୋଦନ

ସୁନ୍ଦରଗଡ଼, ୦୧/୧୨/୨୫: ଭୋଟ ଦାତାଙ୍କ ସୁବିଧା, ସୁରକ୍ଷା, ଭିଡ ନିୟନ୍ତ୍ରଣ , ଭୋଟ ଦାନ କେନ୍ଦ୍ରର ଦୂରତା ଆଦି କୁ ଧ୍ୟାନରେ ରଖି ଜିଲ୍ଲା ରେ ନୂତନ ଭୋଟ ଦାନ କେନ୍ଦ୍ର ଗଠନ ନିମନ୍ତେ ପୂର୍ବରୁ ପ୍ରସ୍ତାବ ରହିଥିଲା। 

 ସେହି ପ୍ରସ୍ତାବକୁ ଭାରତୀୟ ନିର୍ବାଚନ କମିଶନ ଅନୁମୋଦନ କରିଛନ୍ତି। ସେହି ଅନୁସାରେ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂତନ ଭୋଟ କେନ୍ଦ୍ର ଗୁଡ଼ିକ ସୃଷ୍ଟି ହୋଇଅଛି। ଏହି କ୍ରମରେ ତଳସରା ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ୨୭୭ ଗୋଟି ଭୋଟ କେନ୍ଦ୍ର ରହିଥିଲା ସେଠାରେ ଏବେ ୨୬ ଗୋଟି ନୂତନ ଭୋଟ କେନ୍ଦ୍ର ସୃଷ୍ଟି କରାଯାଇଅଛି। ସେହିଭଳି ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ୨୯୬ ଗୋଟି ଭୋଟ କେନ୍ଦ୍ର ରହିଥିବା ବେଳେ ବର୍ତ୍ତମାନ ୧୮ ଗୋଟି ନୂତନ କେନ୍ଦ୍ର ସୃଷ୍ଟି କରାଯାଇଛି, ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ୩୦୧ ଗୋଟି ଭୋଟ କେନ୍ଦ୍ର ରହିଥିଲା ଏବଂ ସେଠାରେ ଏବେ ୧୬ ଗୋଟି ନୂତନ ଭୋଟ କେନ୍ଦ୍ର କରାଯାଇଛି, ରଘୁନାଥପାଲି ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ୧୯୩ ଗୋଟି ଭୋଟ କେନ୍ଦ୍ର ଥିବାବେଳେ ବର୍ତ୍ତମାନ ୬ ଗୋଟି ନୂତନ କେନ୍ଦ୍ର ସୃଷ୍ଟି କରାଯାଇଅଛି, ରାଉରକେଲା ନିର୍ବାଚନ ମଣ୍ଡଳୀରେ ଆଗରୁ ୧୯୭ ଭୋଟ କେନ୍ଦ୍ର ଥିଲା ଏବଂ ଏବେ ୧୨ ଗୋଟି ନୂତନ କେନ୍ଦ୍ର ସୃଷ୍ଟି କରାଯାଇଅଛି, ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ୨୭୪ ଗୋଟି ଭୋଟ କେନ୍ଦ୍ର ଥିଲା ଏବଂ ଏବେ ୩୬ ଗୋଟି ବୃଦ୍ଧି ହୋଇଅଛି ସେହିପରି ବଣାଇ ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ୩୦୯ ଗୋଟି ଭୋଟ କେନ୍ଦ୍ର ଥିବା ବେଳେ ବର୍ତ୍ତମାନ ୧୬ ଗୋଟି ନୂତନ ଭୋଟ କେନ୍ଦ୍ର ସୃଷ୍ଟି କରାଯାଇଛି। ଜିଲ୍ଲାରେ ପୂର୍ବରୁ ୧୮୪୭ ଗୋଟି ଭୋଟ କେନ୍ଦ୍ର ରହିଥିଲା ବର୍ତ୍ତମାନ ୧୩୦ ଗୋଟି ନୂତନ କେନ୍ଦ୍ର ବୃଦ୍ଧି ହେବାପରେ ତାହା ୧୯୭୭ ଗୋଟି ଭୋଟ କେନ୍ଦ୍ର ହୋଇଅଛି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହଲିଙ୍ଗଙ୍କ ଯାଜପୁର ଜିଲ୍ଲା ଗସ୍ତ ଓ ଝାଡାବାନ୍ତି ରୋଗ ସମ୍ପର୍କରେ ସମୀକ୍ଷା

masiha

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଵୟୋ ଯୋଜନା ଶୁଭାରମ୍ଭର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

କଳାହାଣ୍ଡି ରେ ଧାନ କିଣା ବ୍ୟବସ୍ଥା : ମାତ୍ର ୭୪ ଜଣ ମିଲର୍ସ ଙ୍କ କବଜାରେ ଲକ୍ଷାଧିକ ଚାଷୀ, ପ୍ରଶାସନ ନୀରବ ଦ୍ରଷ୍ଟା 

masiha

Leave a Comment

error: Content is protected !!