ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଏନଏସି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଜୁନାଗଡ଼ ଏନଏସି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ସ୍ୱଚ୍ଛତାରେ ଦେଶବାସୀଙ୍କ ରୋଲମଡ଼ଲେ ସାଜିଛି ଜୁନାଗଡ଼

ଜୁନାଗଡ଼ ୧/୧୦(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଜୁନାଗଡ଼ ଏନଏସି ପକ୍ଷରୁ ଆଜି ସ୍ଵଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ସହରର ସମସ୍ତ ୧୨ଟି ୱାର୍ଡ ରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ନଗରପାଳ ମୂକେଶ ଅଗ୍ରୱାଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମସ୍ତ ୱାର୍ଡକୁ ଯାଇ ସଫେଇ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ । ଗତବର୍ଷ ଯେଭଳି ଭାବରେ ଜୁନାଗଡ଼ ସ୍ୱଚ୍ଛତାରେ ସାରା ଭାରତ ବର୍ଷର ପ୍ରଥମ ସ୍ଥାନ ଅଧିକାର କରି ଚର୍ଚ୍ଚାର ପରିଧିକୁ ଆସିଥିଲା ,ଚଳିତ ବର୍ଷ ମଧ୍ୟ ସହରକୁ ସ୍ୱଚ୍ଛ ଓ ସୁନ୍ଦର ଜୁନାଗଡ଼ ଭାବେ ଗଢ଼ିତୋଳବା । ସ୍ୱଚ୍ଛତା ଯୋଗୁଁ ସହରବାସୀ ସୁସ୍ଥ ବାତାବରଣ ମଧ୍ୟରେ ଜିବନ ଯାପନ କରୁଛନ୍ତି । ବର୍ତ୍ତମାନ ସ୍ୱଚ୍ଛତା ଜୁନାଗଡ଼କୁ ନୂତନ ପରିଚୟ ଦେବା ସହ ଜୁନାଗଡ଼ ଏବେ ଦେଶବାସୀଙ୍କ ରୋଲମଡେଲ ସାଜିଛି । ଜୁନାଗଡ଼ କୁ ଅନ୍ୟମାନେ ମଧ୍ୟ ଅନୁସରଣ କରି ସ୍ୱଚ୍ଛତାରେ ସାମିଲ ହେଉଛନ୍ତି ଓ ପୁଣିଥରେ ଜୁନାଗଡ଼ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିବ  ବୋଲି ନଗରପାଳ ମୂକେଶ ଅଗ୍ରୱାଲ ନିଜ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମେଲାଲ ହିଆଲ, ଉପନଗରପାଳ ହିମାଦ୍ରୀ ନାଏକ, ସମସ୍ତ କାଉନସିଲର, ୱାର୍ଡ ଅଫିସ, ୱାର୍ଡ ସଂଯୋଜକ, ସଫେଇ କର୍ମଚାରୀ, ସ୍ଵଚ୍ଛସାଥୀ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଉମରକୋଟ ଭାରତୀ କଳା ନିକେତନ ସପ୍ତଦଶ ବାର୍ଷିକ ଉତ୍ସବ

Sunil Chandra Nayak

ରାଉରକେଲା ରେ ହାତୀ,ନେଲା ଜଣଙ୍କ ଜୀବନ 

Sunil Chandra Nayak

ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!