ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳନ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳନ

ଆଜି ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳନ ଅବସରରେ ତାଲୁକ ଆଇନ ସେବା ସମିତି ଧର୍ମଗଡ ତରଫରୁ ସ୍ଥାନୀୟ କୋର୍ଟ ପରିସରରେ ଏକ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି I ସହକାରୀ ଦୌରା ଜଜ୍ ତଥା ଭାରପ୍ରାପ୍ତ ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ବିଶ୍ବ ବିସୃତ କରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ସଭାରେ ବରିଷ୍ଠ ଆଇନଜୀବୀ, ଶ୍ରୀ ଚିନ୍ତାମଣି ପାତ୍ର, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟେଟ ଶ୍ରୀ ରାଜେଶ କୁମାର ଦାଶ,ବରିଷ୍ଠ ନାଗରିକ ସଘଂ ର ସଭାପତି ଶ୍ରୀ ହିମାଶୁଂ ଶେଖର ମୁଣ୍ଡ, ସରକାରୀ ଓକିଲ ଶ୍ରୀ ରାଜେନ୍ଦ୍ର କୁମାର ମୁନି, ରିଟେନର ଶ୍ରୀମତୀ ସଂଯୁକ୍ତା ପଣ୍ଡା ମଞ୍ଚାସୀନ ହୋଇ ସମାଜର ବୃଦ୍ଧ ଓ ବରିଷ୍ଠ ବ୍ୟକ୍ତି ମାନଙ୍କ ପାଇଁ ରହିଥିବା ଆଇନଗତ ଓ ସରକାରୀ ସେବା ସୁବିଧା ଉପରେ ବିଷଦ ଆଲୋଚନା କରିଥିଲେ I ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ବାରା ସମ୍ପାଦିତ ବିଶେଷ ଅଧିକାର ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା I ବରିଷ୍ଠ ନାଗରିକ ସଂଘ ସମ୍ପାଦକ ଶ୍ରୀ ସୁନିଲ କୁମାର ପାତ୍ର ସମାଜରେ ପ୍ରଚଳିତ ବିଧି ବ୍ୟବସ୍ଥା ଓ ବରିଷ୍ଠ ନାଗରିକ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ଆବଶ୍ୟକ ନିରାକରଣ ଉପରେ ତଥ୍ୟ ଉପସ୍ଥାପନା କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ରାଜନେତା ଶ୍ରୀ ଘନଶ୍ୟାମ ଅଗ୍ରୱାଲ, ଶିକ୍ଷାବିତ ଶ୍ରୀ ପ୍ରମୋଦ କୁମାର ପଣ୍ଡା, ଶିକ୍ଷାବିତ ଶ୍ରୀ ବିରଞ୍ଚି ନାରାୟଣ ବେହେରା, ଶ୍ରୀ କବିରାଜ ଦୁର୍ଗା, ବରିଷ୍ଠ ସଦସ୍ୟ ନିରଞ୍ଜନ ମହାପାତ୍ର,ଶ୍ରୀ ଲାଲୁ ମେହେର ପ୍ରମୁଖ ନିଜର ଅଭିଜ୍ଞତା ପୂର୍ଣ୍ଣ ମନ୍ତବ୍ୟ ଉପସ୍ଥାପନ କରିଥିଲେ I ବିଚାର ବିଭାଗୀୟ କନିଷ୍ଠ ସହାୟକ ଶ୍ରୀ ସଞ୍ଜୟ କୁମାର ରାଉତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିବା ବେଳେ ତାଲୁକ ଆଇନ ସେବା ସମିତି ର ସଂଯୋଜକ ଶ୍ରୀ ଉମାକାନ୍ତ ବାଗ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଅବସରରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଏକ ମାସ ରୋଜା ପାଳିଲେ ଶିଶୁ ଆସନ୍ତାକାଲି ଇଦ୍

Sunil Chandra Nayak

ରାଉରକେଲା ମହାବିଦ୍ୟାଳୟରେ ଜାତୀୟ ସଡକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ସଚେତନତା 

masiha

Leave a Comment

error: Content is protected !!