ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୫ତମ ଵନ ମହୋତ୍ସବ ସପ୍ତାହ ପାଳିତ

୭୫ତମ ଵନ ମହୋତ୍ସବ ସପ୍ତାହ ପାଳିତ 

  କଟକ : ଜଗା ପାଇଁ ଗଛ ଟିଏ  ,ମା ପାଇଁ ଗଛ ଟିଏ । ଗୋଟିଏ ଗଛ କୋଟିଏ ଜୀବନ ଏହି ବିଚାର ରହିଛି । ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ପକ୍ଷରୁ ୭୫ତମ ଵନ ମହୋତ୍ସବ ସପ୍ତାହ ସମେଇଗାଡ଼ିଆସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସହ ଭାଗିତାରେ ପାଳିତ ହୋଇ ଯାଇଛି । ସଭାପତି ଭାବେ ବିଜେପି ରାଜ୍ୟ ଉପ ସଭାପତି ଗୋଲକ ପ୍ରସାଦ ମହାପାତ୍ର ଯୋଗଦେଇ ବୃକ୍ଷ ରୋପଣର ମହତ୍ତ୍ୱ ସମ୍ପର୍କରେ ବୁଝାଇ ଥିଲେ । ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ଗଛ ଲଗାଇବାକୁ ନିବେଦନ କରିଥିଲେ । ବୃକ୍ଷ ଆମକୁ ଛାଇ, ଫଳ(ଖାଦ୍ୟ), ଇନ୍ଧନ,( ଜାଳେଣି କାଠ ),ବାୟୁ (ଅମ୍ଳଜାନ ),ମୃତ୍ତିକା ସୃଷ୍ଟି ଓ ସରଂକ୍ଷଣ,ବର୍ଷା କରାଏ ଆଦି ସବୁ କାର୍ଯ୍ୟ କରିଥାଏ । ତେଣୁ ସ୍ଥାନୀୟ ଜଙ୍ଗଲ ବିଭାଗ ଅଧିକାରୀ ସିଦ୍ଧାର୍ଥ ଶଙ୍କର ଦାଶ ଗଛ ଲଗାଇବାର ସହଜ କୌଶଳ ବିଷୟରେ ଶିକ୍ଷା ଦେଇ କହିଲେ “ଗଛ ଗଛ ଗଛ,ଆଉ ସବୁ ପଛ ମା’ପାଇଁ ଗଛଟିଏ, ଜଗା ପାଇଁ ଗଛଟିଏ,ଗଛ ବଞ୍ଚିଲେ ଆମେ ବଂଚିବା,ଗୋଟିଏ ଗଛ କୋଟିଏ ଜୀବନ, ଆଦି ହୃଦୟ ଛୁଆଁ ସ୍ଲୋଗାନ ଦେଇ ଶିଶୁ ମନ୍ଦିରର ୨୦୦ ଛାତ୍ର ଛାତ୍ରୀ,ଗୁରୁଜୀ ଗୁରୁମା, ପରିବେଶବିତ୍ ସମାଜସେଵୀଙ୍କ ଗହଣରେ ପଦଯାତ୍ରା କରାଯାଇ ସ୍ଥାନୀୟ ଅଧିବାସୀ ମାନଙ୍କୁ ସଚେତନ କରାଯାଇ ଥିଲା । 

ଉତ୍କଳମଣି,ଜାତିରପିତା,ରାଜ୍ୟର ମୁଖମନ୍ତ୍ରୀ,ରାଜ୍ୟପାଳ,ପଦ୍ମଶ୍ରୀ, ପଦ୍ମଭୂଷଣ,ପଦ୍ମବିଭୂଷଣଙ୍କ ନାମରେ ବୃକ୍ଷ ରୋପଣ କରାଯାଇ ଥିଲା ।ଅନୁଷ୍ଠାନର ପ୍ରତିଷ୍ଠାତା ସାରସ୍ଵତ ସାଧକ ବଳରାମ ତରାଇ, ସମାଜସେବୀ ଚକ୍ରଧର ତ୍ରିପାଠୀ, ସଭାପତି ମୁରଲୀଧର ଦଳ ବେହେରା,ସମ୍ପାଦକ ମହେଶ୍ୱର ବେହେରା,ପ୍ରଧାନ ଆଚାର୍ଯ୍ୟା ଶ୍ରଦ୍ଧାଞ୍ଜଳି ଶତପଥୀ,ସହ ସମ୍ପାଦକ ବାଉରୀବନ୍ଧୁ ବେହେରା,ସୁଧାଶ୍ରୀ ପଣ୍ଡା, ସ୍ଥାନୀୟ ବିଜେପି ସଭାପତି ବିଜୟ ଭାଇ,ଜଙ୍ଗଲ ବିଭାଗରୁ ଦିଲ୍ଲୀପ ମିଶ୍ର,ଶିଶୁ ମନ୍ଦିରର ବିଶ୍ୱଜିତ ଗୁରୁଜୀ, ବୁଟୁନ ଗୁରୁଜୀ,ଶ୍ରଦ୍ଧାଞ୍ଜଳି ଗୁରୁମା,ଜୟନ୍ତୀ ଗୁରୁମା,ସରସ୍ବତୀ ଗୁରୁମା,ମନୋରମା ଗୁରୁମା, ଋତୁପର୍ଣ୍ଣା ଗୁରୁମା,ରଞ୍ଜନା ଗୁରୁମା, ସୁଶ୍ରୀ ଗୁରୁମା,ରଶ୍ମିତା ଗୁରୁମା, ସସ୍ମିତା ଗୁରୁମା,ବିଜୟଲଷ୍ମୀ ଗୁରୁମା ସୁଜାତା ଗୁରୁମା ଆଦି ସମସ୍ତ ଗୁରୁଜୀ ଗୁରୁମାମାନେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ କାର୍ଯ୍ୟରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହିପରି ଏକ ନିଆରା ପରମ୍ପରା ପ୍ରଥମ ଥର ପାଇଁ ସୃଷ୍ଟି କରାଯାଇ ଶଙ୍ଖ ହୁଳହୁଳି ଘଣ୍ଟ ବାଦନରେ ବୃକ୍ଷଦେବତାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଖୁବ ସୁନ୍ଦର ଓ ଆକର୍ଷଣୀୟ ଥିଲା ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଜାନୁଆରୀ ୧୧ରୁ ଜିଲ୍ଲା ସ୍ତରୀୟ ପ୍ରଜ୍ଞା ମେମୋରିଆଲ ଫୂଟବଲ ପ୍ରତିଯୋଗିତା

Sunil Chandra Nayak

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଵୈଜଲପୁର ଠାରେ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଉଦଯାପିତ

masiha

ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜନ : ୩୦ ୟୁନିଟ୍ ରକ୍ତ ସଂଗୃହିତ 

masiha

Leave a Comment

error: Content is protected !!