ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଦାନ୍ୟତା ର ହାତ ବଢ଼ାଇଲା ନର୍ଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ 

ବଦାନ୍ୟତା ର ହାତ ବଢ଼ାଇଲା ନର୍ଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ 

ନର୍ଲା/ ମସିହା  //  ଶନିବାର ଦିନ ବିଶାଖାପାଟଣା କୁ ଚିକିତ୍ସା ପାଇଁ ଯାଇ ମୃତ୍ୟୁ ବରଣ କରିଥିବା ଶିକ୍ଷକ ସ୍ବର୍ଗତ ତରିନ୍ଦ୍ର ରଣା ଙ୍କ ଆଜି ଏକା ଦଶାହ ଅବସରରେ ନର୍ଲା ବ୍ଲକ ପ୍ରାଥମିକ ଶିକ୍ଷକ ର ସାଧାରଣ ସମ୍ପାଦକ ଅମିତ୍ କୁମାର ଶର୍ମା ଙ୍କନେତୃତ୍ଵ ରେ ଏକ ପ୍ରତିନିଧି ଦଳ ସ୍ବର୍ଗତ ରଣା ଙ୍କ ବାସ ଭବନ ଗୋରିହାପଦର ନିକଟସ୍ଥ ମାଢେଲ ଗ୍ରାମ କୁ ଯାଇ ସଂଘ ତରଫରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିବା ଅର୍ଥ ରାଶି ଟ 19600/ଙ୍କା କୁ ତାଙ୍କ ଧର୍ମ ପତ୍ନୀ ଙ୍କୁ ପ୍ରଦାନ କରିଥିଲେ ଓ ତାଙ୍କର ବିଭାଗୀୟ କାଗଜ ପତ୍ର କିପରି ଶୀଘ୍ର ହୋଇ ପାରିବ ସେ ବିଷୟରେ ସଂଘ ଦାୟିତ୍ଵ ନେବ ବୋଲି ସାନ୍ତନା ପ୍ରଦାନ କରିଥିଲେ। ଏହି ପ୍ରତିନିଧି ଦଳରେ ନର୍ଲା ବ୍ଲକ ଶିକ୍ଷକ ସଂଘର ବ୍ଲକ୍ ସଂଯୋଜକ ଡମ୍ବରୁଧର ବେହେରା, କୋର୍ କମିଟି ସଭ୍ୟ ବୃନ୍ଦ ରବିନ୍ଦ୍ରନାଥ ସେଠୀ, କ୍ଷିତିଶ ଚନ୍ଦ୍ର ମାଝୀ, ନେପାଲ ଚନ୍ଦ୍ର ବିଶ୍ବାଳ,ଓ ସୁକାନ୍ତି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ନର୍ଲା ରୁ ଦିପକ କୁମାର ଠାକୁର ଙ୍କ ରିପୋର୍ଟ

Related posts

Rotary Club of Rourkela Steel City Organizes Inspiring Teachers’ Training Seminar at DAV Public School

Sunil Chandra Nayak

ଜୁନାଗଡ଼ରେ ପଞ୍ଚାୟତିରାଜ ଦିବସ ପାଳିତ

masiha

ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଓଡ଼ିଶା ସରକାରୀ ଆଉଟସୋରସିଂ କର୍ମଚାରୀ ମହାସଙ୍ଘ ର ୧୧ ଦଫା ଦାବି

Sunil Chandra Nayak

Leave a Comment

error: Content is protected !!