ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁପ୍ରା ପ୍ରାଥମିକ କୃଷି ସମବାୟ ସମିତିର ନୂତନ ଅଫିସ ଗୃହ ଉଦଘାଟିତ  

ରୁପ୍ରା ପ୍ରାଥମିକ କୃଷି ସମବାୟ ସମିତିର ନୂତନ ଅଫିସ ଗୃହ ଉଦଘାଟିତ  

ରୁପ୍ରା, ୬/୧୨ (ମନିସ) : ନର୍ଲା ବ୍ଲକ୍ ଅଧିନ ରୁପ୍ରା ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତିର ନୂତନ ଅଫିସ ଗୃହର ଶୁଭ ଉଦଘାଟନ ଉତ୍ସବ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସୂଚନାଯୋଗ୍ୟ ଉକ୍ତ କାର୍ଯ୍ୟାଳୟ ରୁପ୍ରା ଠାରେ ୨୧ ନଭେମ୍ବର ୧୯୫୬ ମସିହାରେ ଶୁଭାରମ୍ଭ ହୋଇଥିବା ବେଳେ ଏକ ଆଜବେଷ୍ଟସ୍ ଗୃହରେ ଅଫିସ୍ କାର୍ଯ୍ୟ ଅନେକ ଅସୁବିଧା ମଧ୍ୟରେ ଚାଲୁଥିଲା। ଫଳରେ ଚଳିତ ବର୍ଷ ନୂତନ ଅଫିସ ଗୃହ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। ଏହି ଅନୁଦାନରେ ନିର୍ମିତ ହୋଇଥିବା ଉକ୍ତ ନୂତନ ଗୃହର ଶୁଭ ଉଦଘାଟନ ଆଜି ଅନୁଷ୍ଠିତ ହୋଇଯାଇଛି। ପେକ୍ସ୍ କାର୍ଯ୍ୟ ନିର୍ବାହୀ ଶ୍ରୀ କୁମୁଦ ଚନ୍ଦ୍ର ମହାନନ୍ଦଙ୍କ ପରିଚାଳନା ଓ ରୁପ୍ରା ପେକ୍ସ୍ ସଭାପତି ଶ୍ରୀ ସରୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ନର୍ଲା ବିଧାୟକ ଶ୍ରୀଯୁକ୍ତ ଭୂପିନ୍ଦର ସିଂହ, ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂଦେଓ, ବିସିସି ବ୍ୟାଙ୍କ ସଭାପତି ଶ୍ରୀଯୁକ୍ତ ଗିରିଷ ଚନ୍ଦ୍ର ବେହେରା, ଡିଆରସିଏସ୍ କଳାହାଣ୍ଡି ଶ୍ରୀଯୁକ୍ତ ପ୍ରମୋଦ ସାହୁ, ସିଇଓ ବିସିସିବି ଶ୍ରୀଯୁକ୍ତ କାର୍ତ୍ତିକ ଜାଲି, ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି, ଏଆରସିଏସ୍ କଳାହାଣ୍ଡି ଶ୍ରୀଯୁକ୍ତ ମଧୁସୂଦନ ମେହେର, ଏସ୍ଏଆରସିଏସ୍ କଳାହାଣ୍ଡି ଶ୍ରୀଯୁକ୍ତ ପ୍ରବୀର ଘୋଷ୍ ଓ ଶ୍ରୀଯୁକ୍ତ ଭବନାଥ ରାଇଗୁରୁ, ବିସିସିବି ନିର୍ଦ୍ଦେଶକ ତଥା ମାର୍କଫେଡ୍ ଡାଇରେକ୍ଟର୍ ଶ୍ରୀଯୁକ୍ତ ଦେବରାଜ ମାଝୀ ପ୍ରମୁଖ ଯୋଗଦାନ କରିଥିଲେ। ସେହିପରି ନିମନ୍ତ୍ରିତ ଅତିଥିଭାବେ ରୁପ୍ରା ସରପଞ୍ଚ ଶ୍ରୀମତୀ ଡଲି ବେହେରା, କର୍ମେଗାଁ ସରପଞ୍ଚ ଶ୍ରୀ ମନୋଜ ମହାନନ୍ଦ, ପଲମ ପେକ୍ସ୍ ସଭାପତି ଶ୍ରୀ ସୁବିଜ୍ଞ ନାଗ, ଭାନପୁର ପେକ୍ସ୍ ସଭାପତି ଶ୍ରୀ ଯତୀନ୍ଦ୍ର ପଧାନ, ରୁପ୍ରାରୋଡ୍ ପେକ୍ସ୍ ସଭାପତି ଶ୍ରୀ ବିଜୟ ଭୋଇ, ଯୋରାଡୁବରା ପେକ୍ସ୍ ସଭାପତି ଶ୍ରୀ ଦେବରାଜ ରଣା, କେସିଙ୍ଗା RCMS ଡାଇରେକ୍ଟର ଶ୍ରୀ ଦୁଲ୍ଲଭ ମାହାର, ରୁପ୍ରା ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଶ୍ରୀ ମହେଶ୍ୱର ସାହୁ ଓ ସମ୍ପାଦକ ଶ୍ରୀ ଗୌରଚନ୍ଦ୍ର ଭୋଇ, ପୂର୍ବ ସରପଞ୍ଚ ଶ୍ରୀ ଶ୍ୟାମସୁନ୍ଦର ସେନାପତି ଓ ଶ୍ରୀ ଅକୃର ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଭାନପୁର ପେକ୍ସ୍ କାର୍ଯ୍ୟ ନିର୍ବାହୀ ଶ୍ରୀ ସୁଧିର ନାଏକ, ପଲମ ପେକ୍ସ୍ ର ଶ୍ରୀ ଶରତ ଭୋଇ, ରୁପ୍ରାରୋଡ୍ ପେକ୍ସ୍ ର ଶ୍ରୀ ପ୍ରେମାନନ୍ଦ ସା, ଶାନ୍ତପୁର ପେକ୍ସ୍ କାର୍ଯ୍ୟ ନିର୍ବାହୀ ଶ୍ରୀ ସୁଶାନ୍ତ ବିସି, ନର୍ଲା ପେକ୍ସ୍ କାର୍ଯ୍ୟ ନିର୍ବାହୀ ଶ୍ରୀ ଲବକାନ୍ତ ସା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଗୋପାଳ କୃଷ୍ଣ ବେହେରା, ରୁପ୍ରା ପେକ୍ସ୍ ଡାଇରେକ୍ଟର୍ ଶ୍ରୀ ହରେକୃଷ୍ଣ ବେହେରା ତଥା ସମସ୍ତ ଡାଇରେକ୍ଟର ଉପସ୍ଥିତ ଥିଲେ। ପେକ୍ସ୍ କର୍ମଚାରୀ ଅକ୍ଷୟ ନାଏକ, ଯୋଶେଫ ମାଝୀ, ଭରତ ନାଏକ, ବିକାଶ ସେନାପତି ଓ ବେଣୁ ବିଶ୍ୱାଲ ପ୍ରମୁଖ ସହଯୋଗ କରିଥିଲେ। ସେହିପରି ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ଚାଷୀମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିସିସିବି ନର୍ଲା ଶାଖା ପରିଚାଳକ ସ୍ମରଣିକା ପଧାନ ମଧ୍ୟ ଯୋଗଦାନ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା SARCS କଳାହାଣ୍ଡି ଭବନାଥ ରାଇଗୁରୁ କରିଥିବା ବେଳେ ରୁପ୍ରା ପେକ୍ସ୍ ସଭାପତି ସରୋଜ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ତେବେ ବୁଧବାର ସକାଳୁ ବାତ୍ୟା ‘ମିଗଜୋମ୍’ ପ୍ରଭାବରେ ଝିପିଝିପି ବର୍ଷା ଯୋଗୁଁ କାର୍ଯ୍ୟକ୍ରମରେ ଅନେକ ଅସୁବିଧା ପରିଲକ୍ଷିତ ହୋଇଥିଲା।

ଅଜୟ କୁମାର ସେନାପତି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

ଜଳେଶ୍ବର ନଗରପାଳଙ୍କ ୪ବର୍ଷର ରିପୋର୍ଟକାର୍ଡ ପ୍ରଦାନ 

Sunil Chandra Nayak

କୋକସରା ସିଏଚସି ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ କାୟାକଲ୍ପ ଟିମ

masiha

Leave a Comment

error: Content is protected !!