ସ୍ଥାଇ ସ୍ଥାନରେ ସପ୍ତାହିକ ବଜାର ନ ବସି ରାସ୍ତା ପାର୍ଶ୍ଵରେ ଦୋକାନ ବଜାର
ନାରାୟଣ ପାଟଣା ତା,୨୭/୧/୨୫,କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକ ସଦରରେ ସପ୍ତାହର ପ୍ରତ୍ୟେକ ରବିବାର ଦିନ ହାଟ ବସେ। ବ୍ଳକରେ ଥିବା ନଅଟି ପଞ୍ଚାୟତ ର ଲୋକେ ଏହି ହାଟ ଉପରେ ନିର୍ଭର କରନ୍ତି। ସପ୍ତାହ ଯାକର ସମସ୍ତ ଜରୁରତ ମନ୍ଦ ଜିନିଷ କିଣି ନିୟନ୍ତି। ହେଲେ ହାଟ ବସୁଥିବା ସ୍ଥାନଟି କାହାରି ପାଇଁ ସୁରକ୍ଷିତ ନୁହେଁ। ରାସ୍ତା ଉପରେ ହାଟ ବସୁଥିବାରୁ ଯାନବାହାନ ଓ ଲୋକଙ୍କ ଚଳ ପ୍ରଚଳରେ ସମସ୍ୟା ଉପୁଜୁଛି। ବ୍ୟବସାୟୀ ମାନେ ଖୋଲା ମେଲାରେ ବସିକି ବ୍ୟବସାୟ କରିବାକୁ ବାଧ୍ୟ ହେଉଛନ୍ତି। ଏହାକୁ ନେଇ ବିଭିନ୍ନ ଖବର କାଗଜରେ ଖବର ପ୍ରସାରିତ ହେବା ପରେ ବ୍ଲକ ପ୍ରଶାସନ ଚେତି ଉଠିଲା । ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ ଅନୁଦାନରେ ଦଶ ଲକ୍ଷ ଟଙ୍କା ବେୟରେ ମାତ୍ର ୩ଟି ପିଣ୍ଡି ଘର ଓ କିଛି ମାଟିରେ ତିଆରି କରି ଦୋକାନ ପାଇଁ ସ୍ଥାନ କରି ବ୍ଲକ ପ୍ରଶାସନ ଚୁପ ବସି ପଡିଛି । ବାକି ଟଙ୍କା ଗଲା କୁଆଡେ ବୋଲି ନାରାୟଣ ପାଟଣା ଆସିଷ୍ଟାଣ୍ଡ ଇଞ୍ଜିନିୟର ଙ୍କୁ ଫୋନ ଯୋଗେ ପଚାରିବାରୁ ମୁଁ ଟିକେ ଵ୍ୟସ୍ତରେ ଅଛି ପଛକୁ ଜଣାଇବି ବୋଲି କହି ଫୋନ କାଟି ଦେଇଥିଲେ I ଏହାପରେ ନାରାୟଣ ପାଟଣା ବ୍ଲକ ଅଧ୍ୟକ୍ଷ ଙ୍କୁ ପଚାରି ବୁଝିବାରୁ ତାହା ପଞ୍ଚାୟତ କୁ ହସ୍ତାନ୍ତର କୋରାଯାଇଛି ଓ ଅତି ଶୀଘ୍ର ତା ସାପ୍ତାହିକ ବଜାରର କାମରେ ଚାଲୁ ହବ ବଲି କହିଥିଲେ । ବର୍ତମାନ ତାହାବି କାମରେ ଆସୁନି। ଛମାସ ତଳେ ନିର୍ମାଣ ସରିଥିବା ପିଣ୍ଡି ଚାରିପଟେ ବଣବୁଦା ପାଲଟି ଗଲାଣି ତଥାପି ତାହା ବ୍ୟବସାୟୀ ଙ୍କୁ ଦିଆ ଗଲାନି । ବର୍ତମାନ ପୂର୍ବ ଭଳି ସେମିତି ସାପ୍ତାହିକ ହାଟ ରାସ୍ତା ଉପରେ ହିଁ ବସୁଛି। ସରକାର ବେପାରିଙ୍କ ପାଇଁ ବ୍ୟବସାୟୀ କରିବା ପାଇଁ ସପ୍ତାହିକ ବଜାର ରେ ଦୋକାନ ପିଣ୍ଡି ଘର କରାଗୋଲା ସତେ କିନ୍ତୁ ଏହା ହାଟ ବେପାରିଙ୍କୁ କାହିଁକି ହସ୍ତାନ୍ତର କରାଯାଇନଥିବା ଯୋଗୁଁ ଏଥି ପ୍ରତି କଣ ଅବହେଳା ହେଇଛି, କଣ ପାଇଁ ବ୍ୟବସାୟୀ ଙ୍କୁ ଉକ୍ତ ପିଣ୍ଡି ଘର ଦିଆଯାଉନି,ଏହା ଭିତରେ କଣ ରହସ୍ୟ ଲୁଚି ରହିଛି ତାହା ଜିଲ୍ଲା ପ୍ରଶାସନ ଖୋଜି ବାହାର କରିବାକୁ ସାଧାରଣରେ ଦାବି ହୋଇଛି ।
ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର

କାବେରି ବାଡ଼ି ଠାରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାନୀ
ବନ୍ଧୁଗାଁ ତା, ୨୭/୧/୨୫, ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କାବେରିବାଡି ପଞ୍ଚାୟତ ଠାରେ ଆଜି ପଞ୍ଚାୟତ ସ୍ତରୀୟ ସଚେତନତା ଯୁଗ୍ମ ଅଭିଯୋଗ ଶୁଣାନୀ ହୋଇଯାଇଛି I ଆଜିର ଯୁଗ୍ମ ଅଭିଯୋଗ ଶୁଣାନିରେ ମାତ୍ରକ ୭ ଟି ଅଭିଯୋଗ ଶୁଣାନୀ ହୋଇଥିଲା I ଆଜିର ଶୁଣାନିରେ ମୁଖ୍ୟ ଅତିଥି ଭାବରେ ବ୍ଲକ ବିଡ଼ିଓ ଶ୍ରୀ ଅଭିନାସ ବିଶ୍ୱଜିତ ସେଠି ଉପସ୍ଥିତ ରହିଥିବା ବେଳେ ସନ୍ନମାନୀୟ ଅତିଥି ଭାବରେ ବନ୍ଧୁଗାଁ ବ୍ଲକର ତୋହସିଲଦାର ଶ୍ରୀମତି ସୋନାଲି ପାତ୍ର ଉପସ୍ଥିତ ରହିଥିଲେ I ଆଜିର ଅଭିଯୋଗ ଶୁଣାନିରେ ମାତ୍ରକ ୭ ଟି ଅଭିଯୋଗ ଥିଲା, ତାହାହେଲା ଦୁଇଟି ଗ୍ରାମରେ ନୂତନ ଭାବରେ କୋରାଯାଇଥିବା ନଳ କୂଅ ଗୁଡିକ ମୋରାମତି ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ନୂତନ ଘରର ଡିମାଣ୍ଡ,ଓ ପଶୁ ବିଭାଗ ବିଲଡିଙ୍ଗ କୋରାଯିବା, କାବେରି ବାଡ଼ି ନୂତନ ପ୍ରାଥମିକ ବିଦ୍ୟାଳୟ ର ପାଚେରୀ କୋରାଯିବ ପାଇଁ ଓ କାବେରି ବାଡ଼ି ଗ୍ରାମର ସାଇ ରାସ୍ତା ମୋରାମତି ଓ ସୋଲାର ମାଧ୍ୟମରେ ଚାଳିତ ପାଣି ପମ୍ଫ ର ମୋରାମତି କୋରାଯିବା ପାଇଁ ଆଜି ମୋଟ ରେ ୭ ଟି ଅଭିଯୋଗ ବିଡ଼ିଓ ଶ୍ରୀ ଅଭିନାସ ବିଶ୍ବଜିତ ସେଠି ଶୁଣିଥିଲେ I ଆଜିର ଅଭିଯୋଗ ଶୁଣାନିକୁ ପଞ୍ଚାୟତ ର ପିଓ ଶ୍ରୀ ବସନ୍ତ ନାୟକ ପରିଚାଳନ କରିଥିଲେ I ପଞ୍ଚୟତ ର ସମସ୍ତ ଅଙ୍ଗନ ବାଡ଼ି କର୍ମୀ, ଆଶା କର୍ମୀ, ପଶୁ ବିଭାଗ କର୍ମଚାରି, ଓ ବ୍ଲକର ସମସ୍ତ ବିଭାଗର ଆଧକାରୀ ଉପସ୍ଥିତ ରହିଥିବା ବେଳେ ବନ୍ଧୁଗାଁ ଥନା ଅଧିକାରୀ ଆଇ.ଆଇ.ସି ଶ୍ରୀ ପ୍ରଶ୍ନ କୁମାର ମହାନ୍ତି ଓ ଷ୍ଟାଫ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ I
ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟରI

