ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକ୍ସଆରଏଫ ପ୍ରଶିକ୍ଷଣରୁ ଦ୍ୱତୀୟବାରରେ ବାଦ ଡ଼ିଡ଼ିସିଏ ସୋରେନ-ଜଣିଏ ଯୋଗ୍ୟ ଡ଼ିଡ଼ିସିଏ ରାଉଳ

ଏକ୍ସଆରଏଫ ପ୍ରଶିକ୍ଷଣରୁ ଦ୍ୱତୀୟବାରରେ ବାଦ ଡ଼ିଡ଼ିସିଏ ସୋରେନ-ଜଣିଏ ଯୋଗ୍ୟ ଡ଼ିଡ଼ିସିଏ ରାଉଳ

ଯୋଡ଼ା:-କେନ୍ଦୁଝର ଜିଲ୍ଲା ଯୋଡ଼ା ଏବଂ କୋଇଡା ଖଣିମଣ୍ଡଳର ଲୁହାପଥରରେ ନାନାଦି ମହାଦୁର୍ନୀତି ରଚି ଚାଲିଥିବା ଡ଼ିଡ଼ିସିଏ ଦାସମାତ ସୋରେନ ବୋଲି ଖୋଦ ଖଣି ମୁଖ୍ୟାଳୟ ମଧ୍ୟ ପ୍ରମାଣ କଲା।ତେବେ ପ୍ରକାଶ ଯୋଗ୍ୟ ବିଦେଶୀ ଏକ୍ସଆରଏଫ ମେସିନର ଟ୍ରେନିଂ ପୁଣି ଦ୍ୱତୀୟବାର ଆରମ୍ଭ ହୋଇଥିବା ବେଳେ ଏଥିରୁ ବାଦ କରାଗଲା ଯୋଡ଼ା ଡ଼ିଡ଼ିସିଏ ଦାସମାତ ସୋରେନକୁ ବୋଲି ଜାଣିବାକୁ ମିଳେ। ତେବେ ଦୀର୍ଘ ବାରବର୍ଷରୁ ଉର୍ଦ୍ଧ୍ୱଦିନ ଧରି ସୋରେନ କେବଳ କେନ୍ଦୁଝର ଜିଲ୍ଲାରେ ରହି,ସରକାରଙ୍କୁ ଭ୍ରମାତ୍ମକ ରଖିଥିବା ବେଳେ ଯୋଡ଼ା ଡ଼ିଡ଼ିସିଏ ବନିବା ଦିନରୁ ଯୋଡ଼ା ଏବଂ କୋଇଡା ଉଚ୍ଚମାନର ଖଣିଜ ପଦାର୍ଥକୁ ନିମ୍ନମାନର ଦର୍ଶାଇବା ସହିତ ମୁରଲୀ ଏବଂ ସସ୍ମିତାକୁ ଧରି ବିଭାଗୀୟ ନାନାଦି ମହାଦୁର୍ନୀତିର କାର୍ପେଟଦାର ରହିଥିବାରୁ ଗତ ସୋମବାର ଆରମ୍ଭ ହୋଇଥିବା ଏକ୍ସଆରଏଫ ପ୍ରଶିକ୍ଷଣରୁ ସୋରେନକୁ ନିବୃତ ରଖା ସରିଛି। ହେଲେ ପ୍ରମାଣିତ ଡକୁମେଣ୍ଟରୁ ଗ୍ରେଡ଼ଚୋରୀ ସୋରେନର ସମସ୍ତ କେଳାଙ୍କାରୀ କାର୍ଯ୍ୟକଳାପ ଜାଣିବା ସୁଦ୍ଧା ଯୋଡ଼ା ପ୍ରୟୋଗଶାଳାର ଦାୟତ୍ୱରେ ଥିବା ରାଜ୍ୟ ରିସର୍ଚ୍ଚ ଲାବୋରାଟରୀର ଦାୟତ୍ୱବାନ ଅଫିସର ସରକାରଙ୍କ ଲୁହାପଥର ସହ ଏପରି ଖେଳ ଖେଳିବାର ମାନେ କଣ ପ୍ରତି ମାସରେ ବଟି ପାଇବା ଲୋଭରେ ଯୋଡ଼ା ପ୍ରୟୋଗଶାଳାର ଲୁହାପଥର ଗ୍ରେଡ଼ଚୋରୀ କରୁଥିବା ସୋରେନକୁ ଡ଼ିଡ଼ିସିଏ ବନାଇ ସଜାଇ ରଖିବା ହୋଇଛି। ତେବେ ନୂତନ ଭାବରେ ନିଯୁକ୍ତି ପାଇଥିବା ଖଣିନିର୍ଦ୍ଧେଶକ ରୋହିତ କୁମାରଙ୍କୁ ରାଜ୍ୟ ରିସର୍ଚ୍ଚ ଲାବୋରଟରୀର ଅଫିସର ଜଣକର ଇଙ୍ଗିତରେ ଯୋଡ଼ା ଓ କୋଇଡା ମଣ୍ଡଳର ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ କରୁଥିବା ତଥା ଜାଲିଆ କାର୍ଯ୍ୟକଳାପକୁ ନଜାଣି ପରିବା ହେତୁ ଡ଼ିଡ଼ିସିଏ ସୋରେନ ଏବଂ ବଟିଖିଆ ଏହି ଜାଲିଆ ଅଫିସର ତ୍ରାହି ପାଇ ଚାଲିଛନ୍ତି ବୋଲି ସମ୍ପୂର୍ଣ୍ଣ ଖଣିବିଭାଗରେ ଅସନ୍ତୋଷ ପ୍ରକାଶ ପାଉଥିବାର ଜଣାଯାଏ।ତେବେ ରାଜ୍ୟର ରିସର୍ଚ୍ଚ ଲାବୋରଟରୀ ଏବଂ ଯୋଡ଼ା ପ୍ରୟୋଗଶାଳାକୁ ଆସିଥିବା ଦୁଇଗୋଟି ବିଦେଶୀ ବୃକର କମ୍ପାନୀର ଏକ୍ସଆରଏଫ ମେସିନର ଟ୍ରେନିଂ ଶିକ୍ଷା ପ୍ରାୟ ସମସ୍ତଙ୍କୁ ଦେବା ସରିଥିବା ବେଳେ ରିସର୍ଚ୍ଚ ଲାବୋରାଟରୀର ଡ଼ିଡ଼ିସିଏ ପୂର୍ଣ୍ଣ ରାଉଳର ଟ୍ରେନିଂ ଶିକ୍ଷାରେ ଯୋଗ ଦେଉଥିଲେ ହେଁ ଯୋଡ଼ା ଡ଼ିଡ଼ିସିଏ ଦାସମାତ ସୋରେନକୁ ନିବୃତ କରାଗଲା ।ହେଲେ ବଟି ଲୋଭରେ ରିସର୍ଚ୍ଚ ଲାବୋରଟରୀ ଅଫିସର ଥିବାରୁ ସୋରେନର କୌଣସି ଦୁର୍ନୀତି ପ୍ରତି କାର୍ଯ୍ୟାନୁଷ୍ଠାନ ଦୂରକଥା, ରୋକିବା ମଧ୍ୟ ଏଯାଏ ନାହିଁ। ତେଣୁ ନୂତନ ନିର୍ଦ୍ଧେଶକ ରାଜ୍ୟର ଉର୍ଣ୍ଣତ ଖଣିମଣ୍ଡଳ ଯୋଡ଼ା ଏବଂ କୋଇଡାକୁ ଧ୍ୟାନ ଦେଇ ଏକମାତ୍ର ଏକ୍ସଆରଏଫ ପ୍ରଶିକ୍ଷଣ ଲାଭ କରିଥିବା ଡ଼ିଡ଼ିସିଏ ପୂର୍ଣ୍ଣ ରାଉଳ ପରି ଡ଼ିଡ଼ିସିଏକୁ ଯଥା ସମ୍ଭବ ଯୋଡ଼ା ପ୍ରୟୋଗଶାଳାର ଦାୟତ୍ୱ ହସ୍ତାନ୍ତର କରିବା ଉଚିତ ବୋଲି ବୁଦ୍ଧିଜୀବି ମହଲରେ ତୀବ୍ରଦାବୀ ହେଉଥିବାର ଜଣାପଡେ। 

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ମକର ସଂକ୍ରାନ୍ତି ଅବସରରେ ଭିନ୍ନକ୍ଷମ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ

Sunil Chandra Nayak

ଲାୟନ୍ସ କ୍ଲବର ଦ୍ଵିତୀୟ ଜିଲ୍ଲା କ୍ୟାବିନେଟ୍ ବୈଠକ ଓ ଶୀତ ବସ୍ତ୍ର ବଣ୍ଟନ

masiha

ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମେଳନ ର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!