ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳସେଚନ ପାଇଁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ଚାଷି

ଜଳସେଚନ ପାଇଁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ଚାଷି

କୋକସରା,୬/୯ // ଜଳସେଚନ ପାଇ କୁସୁମଖୁଣ୍ଟି ଇନ୍ଦ୍ରାବତୀ ବାମ କେନାଲ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କନ୍ଦାବୁଟ୍ରା ପଂଚାୟତ ଘୁର୍ଳିଗୁଡ଼ା ଅଂଚଳର ଚାଷି । କୋକସରା ବ୍ଲକ କନ୍ଦାବୁଟ୍ରା ପଞ୍ଚାୟତ ଦେଇ ଇନ୍ଦ୍ରାବତୀ ମୁଖ୍ୟ ବାମ କେନାଲରୁ ଜଳସେଚନ ହେଉଥିବା ବେଳେ ଘୁର୍ଳିଗୁଡ଼ା ଗ୍ରାମର ତଳ ମୁଣ୍ଡର ଅନେକ ଚାଷୀଙ୍କ ଜମି ଜଳସେଚନରୁ ବଞ୍ଚିତ ହେଉଛି । ଚଳିତ ବର୍ଷ ଅନାବୃଷ୍ଟି କାରଣରୁ ସମ୍ଭାବ୍ୟ ମରୁଡି ସ୍ଥିତି ଦେଖାଦେଇଛି। ପାଣି ଅଭାବରୁ ଚାଷ ନଷ୍ଟ ହେବାକୁ ବସିଲାଣି। ଏଣୁ ବାମ କେନାଲରୁ ଜଳସେଚନ ପାଇଁ ମଙ୍ଗଳବାର ଚାଷୀମାନେ କୁସୁମଖୁଣ୍ଟି ଅଧିକ୍ଷଣ ଯନ୍ତ୍ରୀ ତୃପ୍ତ କୁମାର ପାତ୍ରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଚାଷିଙ୍କ ଅଭିଯୋଗ ପରେ ସ୍ଥିତି ଅନୁଧ୍ୟାନ କରିବାକୁ ସହକାରୀ ଯନ୍ତ୍ରୀ ତଦନ୍ତ କରି ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଅଧିକ୍ଷଣ ଯନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଚାଷି ପବିତ୍ର ବେହେରା, ଜୟସିଂ ବେହେରା, ଅକ୍ଷୟ ବେହେରା, ମଦନ ବେହେରା, ଜଳନ୍ଧର ମହାନନ୍ଦ, ଦ୍ରୋଣ ଦୀପ ପ୍ରମୁଖ ଚାଷୀମାନେ ଉପସ୍ଥିତ ରହିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

କାମାକ୍ଷାନଗର କନ୍ଦରସିଙ୍ଗା ଗ୍ରାମରେ ଐତିହାସିକ ପଞ୍ଚଦୋଳ ଯାତ୍ରା

Sunil Chandra Nayak

ବିଶିଷ୍ଟ ସାହିତ୍ୟିକ ମନୋରଂଜନ ନନ୍ଦ ଆଉ ନାହାନ୍ତି

Sunil Chandra Nayak

ଗାଁ କଲ୍ୟାଣ ସଫେଇ ପଇସା ଯାଉଛି କୁଆଡେ ?

masiha

Leave a Comment

error: Content is protected !!