ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଧାକୃଷ୍ଣ ମନ୍ଦିର ରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ମହା ଆଡ଼ମ୍ବରରେ ପାଳିତ 

ରାଧାକୃଷ୍ଣ ମନ୍ଦିର ରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ମହା ଆଡ଼ମ୍ବରରେ ପାଳିତ 

ଡାବୁଗାଁ,୭/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦମହକୁମା ଜୟନ୍ତୀନଗରସ୍ଥିତ ଶ୍ରୀ ରାଧାକୃଷ୍ଣ ମନ୍ଦିର ରେ ବୁଧବାର ଦିନ ରାତିରେ ମହା ଆଡ଼ମ୍ବରରେ ଶ୍ରୀ କୃଷ୍ଣ ଙ୍କ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ଏହି ଦିନ ମାଁ ମାନେ ଓ ଜନ୍ମାଷ୍ଟମୀ ପାଳନ କରୁଥିବା ଭାଇମାନେ ଉପବାସ ରହି ସନ୍ଧ୍ୟା ବେଳେ ମନ୍ଦିର କୁ ନିଷ୍ଠା ସହକାରେ ଯାଇ ରାଧାକୃଷ୍ଣ ମନ୍ଦିରରେ ଫଳ, ନାରିକେଳ ନେଇ ପୂଜାର୍ଚ୍ଚନା ପୂଜକ ନରସିଂହ ଗନ୍ତାୟତ ଙ୍କ ଦ୍ଵାରା କରିଥାଆନ୍ତି l ମନ୍ଦିରରେ ପ୍ରବଳ ଭିଡ ହୋଇ ଥିବାରୁ ପୂଜକ ଙ୍କୁ ମହେଶ ପଣ୍ଡା, ଗୋବିନ୍ଦ ପଣ୍ଡା ପୂଜା କାର୍ଯ୍ୟରେ ସହଯୋଗ କରି ଥିଲେ l ମନ୍ଦିର ଟି ଆଲୋକ ମାଳାରେ ସୁସଜ୍ଜିତ ହୋଇଥିବା ବେଳେ ଭଜନର ଆସର ଭକ୍ତି ପୂର୍ଣ୍ଣ ବାତାବରଣ ସୃଷ୍ଟି କରୁଥିଲା l ଏପରିକି ଛୋଟ ଶିଶୁ ଭଜନର ତାଳେ ତାଳେ ନାଚୁଥିଲେ l ଶଙ୍ଖ, ଘଣ୍ଟ, ହୁଳହୁଳି ରେ ମନ୍ଦିର ପରିସର ଉଛୁଳି ପଡୁଥିଲା l ପୂଜାର୍ଚ୍ଚନା କରିବା ପରେ କୃଷ୍ଣ ଜନ୍ମ ହୁଅନ୍ତି, ଭକ୍ତିମତି ମାଁ ମାନଙ୍କ ଦ୍ଵାରା ଜନ୍ମିତ କୃଷ୍ଣ ମହାପ୍ରଭୁ ଙ୍କୁ କ୍ଷୀର ଲବଣୀ ଖୁଆଇ ଦିଅନ୍ତି, ପରେ ଜନ୍ମିତ କୃଷ୍ଣ ମହାପ୍ରଭୁ ଙ୍କୁ ଝୁଲଣା ରେ ଝୁଲାଇ ଥାଆନ୍ତି l ପ୍ରସାଦ ଧରି ଘରକୁ ଫେରି ପ୍ରାସାଦ ପାଇ ଜନ୍ମାଷ୍ଟମୀ ପାଳନ କରି ଥାଆନ୍ତି l ପ୍ରାୟ ଉକ୍ତ ଦିନ ଆଧିକାଂଶ ନିର୍ଜଳା ଉପବାସ କରି ପ୍ରସାଦ ପାଇବା ପରେ ଜଳ ଗ୍ରହଣ କରିଥାଆନ୍ତି l ମନ୍ଦିର ପରିଚାଳନା କମିଟି ର ସଭାପତି ବଲ୍ଲଭ ନାରାୟଣ ପଣ୍ଡା ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଦୀପକ ସ୍ୱାଇଁ, ଗଗନ ବିହାରୀ ମହାନ୍ତି, ସୁଶାନ୍ତ କୁମାର ପଣ୍ଡା, ମନ୍ମଥ ପଣ୍ଡା, ସୁବାଷ ପାଣିଗ୍ରାହୀ, ପୂର୍ଣ୍ଣ ଚନ୍ଦ୍ର ବେହେରା ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ | ଏହାସହ ଗୁରୁବାର ଦିନ ମଧ୍ୟାନ୍ନରେ ନନ୍ଦୋତ୍ସବ ମହା ଆନନ୍ଦ ଉଲ୍ଲାସ ରେ ପାଳନ କରାଯାଇଥିଲା | ଏଥିରେ ବହୁ ଭକ୍ତ ଙ୍କ ଭିଡ ପରିଲକ୍ଷିତ ହୋଇଥିଲା | ସମସ୍ତ ଭକ୍ତ ମାନଙ୍କ ପାଇଁ କମିଟି ତରଫରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଷୋହଳ ପ୍ରହର ନାମଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ 

Sunil Chandra Nayak

ଵୁଟିଆଗୁଡାରେ ନୂତନ ମାଁ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ   

masiha

ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ନବ ଯୌବନ ବେଶ ତଥା ନେତ୍ରୋତ୍ସବ ମହା ସମାରୋହରେ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!