ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ରୀଙ୍କୁ ଅସଦାଚରଣ ଘଟଣା ପରେ ଶିକ୍ଷୟିତ୍ରୀ ଙ୍କୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ 

ଛାତ୍ରୀଙ୍କୁ ଅସଦାଚରଣ ଘଟଣା ପରେ ଶିକ୍ଷୟିତ୍ରୀ ଙ୍କୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ 

ନବରଙ୍ଗପୁର (ମସିହା)- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଟିକିରାପାଲା ଉଚ୍ଚ ବିଦ୍ୟାଳୟର ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଶିକ୍ଷୟିତ୍ରୀ ଙ୍କୁ ଆଜି ନବରଙ୍ଗପୁର ଜିଲ୍ଲା ଶିକ୍ଷାଅଧିକାରୀ ପ୍ରଦୀପ ନାଗ ନିଲମ୍ବିତ କରିଛନ୍ତି ।ସୂଚନା ଥାଉକି ଗତ କିଛି ଦିନ ତଳେ ଉକ୍ତ ବିଦ୍ୟାଳୟ ର ଛାତ୍ରୀ ନିକିତା ଧାଙ୍ଗଡାମାଝୀ ଙ୍କୁ ସେହି ବିଦ୍ୟାଳୟର ଶିକ୍ଷୟିତ୍ରୀ ମଧୁସ୍ମିତା ବେହେରା ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଅସଦାଚରଣ ବିଷୟ ନେଇ ନିକିତା ସ୍କୁଲ କମିଟି ଓ ପ୍ରଧାନଶିକ୍ଷକ ଙ୍କୁ ଜଣାଇଥିଲେ । ଏନେଇ ସ୍ଥାନୀୟ ବିଦ୍ୟାଳୟ କମିଟି ଓ ଗ୍ରାମବାସୀ ଶିକ୍ଷୟିତ୍ରୀ ଙ୍କ ଅସଦାଚରଣ ବିଷୟ ନେଇ ନବରଙ୍ଗପୁର ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଗତ ୨୫.୦୮.୨୩ ରେ ଏକ ଲିଖିତ ଅଭିଯୋଗ କରିଥିଲେ । ଗତ ଅଗଷ୍ଟ ୨୧ ତାରିଖରୁ ୧୦ମ ଶ୍ରେଣୀର ଛାତ୍ରୀ ନିକିତା ଧାଙ୍ଗଡାମାଝୀଙ୍କୁ ଆକ୍ରୋଶମୂଳକ ଭାବେ ପାଠରୁ ବଞ୍ଚିତ କରି ଲାଇବ୍ରେରୀ କୋଠରୀକୁ ପଠାଇ ଦେଇଥିଲେ lଫଳରେ ନିକିତା ଅପମାନର ଶିକାର ହେଉଥିଲେ । ଏପରିକି ଅଧିକାଂଶ ଛାତ୍ରଛାତ୍ରୀଙ୍କୁ ଏପରି ବ୍ୟବହାର କରିବା ଫଳରେ ସ୍କୁଲ ନ ଯାଇ ଘରେ ବାଳୁଙ୍ଗା ହୋଇ ବୁଲୁଛନ୍ତି lତେଣୁ ମଧୁସ୍ମିତା ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଉ ବୋଲି ଗ୍ରାମବାସୀ ଓ କମିଟି ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ । ୭ ଦିନ ଭିତରେ ଶିକ୍ଷୟିତ୍ରୀ ଙ୍କୁ ଅନ୍ୟତ୍ର ବଦଳି କରା ନ ଗଲେ ବିଦ୍ୟାଳୟ କୁ ତାଲା ପକାଇ ଦିଆଯିବ ବୋଲି ସୂଚାଇ ଦେଇଥିଲେ । ଅଭିଯୋଗକୁ ଭିତ୍ତିକରି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ଦୁଇ ଜଣ ଅତିରିକ୍ତ ଶିକ୍ଷାଅଧିକାରୀଙ୍କୁ ବିଦ୍ୟାଳୟରେ ଯାଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପାଇବା ପରେ ଦୁଇ ଅତିରିକ୍ତ ଶିକ୍ଷା ଅଧିକାରୀ ବିଦ୍ୟାଳୟ କୁ ଯାଇ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଙ୍କୁ ଯାଞ୍ଚ କରି ପଚାରି ବୁଝିଥିଲେ । ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଙ୍କ ଅଭିଯୋଗ ପ୍ରକାରେ ଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ଶିକ୍ଷୟିତ୍ରୀ ମଧୁସ୍ମିତା ବେହେରାଙ୍କୁ ପତ୍ରାଙ୍କ ସଂଖ୍ୟା ୪୧୪୮/୨୩ ପ୍ରକାରେ ନିଲମ୍ବିତ କରିଛନ୍ତି । ଏପରି ନିଷ୍ପତ୍ତିକୁ ଜନସାଧାରଣ ଖୁସି ହେବା ସହ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ପ୍ରସଂଶା କରିଥିବା ବେଳେ ନିକିତା ପଢିବା ପାଇଁ ଆଗ୍ରହୀ ହେବ, ଯାହାକି ଶିକ୍ଷା ଅଧିକାର ଆଇନ ପାଇବ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କେସିଙ୍ଗା ରେ ଡ୍ରାଇଭର ମାନଙ୍କ ଷ୍ଟିୟରିଂ ଛାଡ ଆନ୍ଧୋଳନ

Sunil Chandra Nayak

ବିଦ୍ୟୁତ ଶକ ଲାଗି ଦୁଇ ପୃଥକ ପୃଥକ ଘଟଣାରେ ଜଣେ ମୃତ, ଜଣେ ଗୁରୁତର

କୋଇଡାରେ ସୁନ୍ଦରଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ

masiha

Leave a Comment

error: Content is protected !!