ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ଲାପଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ଜନ୍ମାଷ୍ଟମୀ ଉତ୍ସବ ପାଳନ

କର୍ଲାପଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ଜନ୍ମାଷ୍ଟମୀ ଉତ୍ସବ ପାଳନ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କର୍ଲାପଡ଼ାର ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଚହଗାଁ ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ମହାସମାରୋହରେ ପାଳିତ ହୋଇଯାଇଛି।ଏଥିରେ ୫୦ରୁ ଅଧିକ ଶିଶୁ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇଥିଲେ। ରାଧାକୃଷ୍ଣ ମନ୍ଦିର କମିଟି ଓ ଶୁଭେଚ୍ଛୁ ମାନଙ୍କ ସହଯୋଗରେ ସ୍ବାଗତ,ଜଳପାନ, ସାଉଣ୍ଡ, ଟେଣ୍ଟ ଆଦି ସମସ୍ତ ବ୍ୟବସ୍ଥା କରାଯାଇଥିଲ। । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାନନୀୟ ଶ୍ରୀଯୁକ୍ତ ମକର ଧ୍ଵଜ ସାହୁ , ଶ୍ରୀମତୀ ତପସ୍ଵିନୀ ସାହୁ, ଶ୍ରୀ ମନୋଜ କୁମାର ସାହୁ, ଶ୍ରୀ ଯୁଗଳ କିଶୋର ପୋଢ଼ ଓ ପରିଚାଳନା ସମିତି ର ସଭାପତି ଶ୍ରୀ ରାମଚନ୍ଦ୍ର ଧଙ୍ଗଡାମାଝୀ ଓ ଅନ୍ୟାନ୍ୟ ଶୁଭେଚ୍ଛୁ ଯୋଗଦାନ କରିଥିଲେ। ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବିଜୁ କୁମାର ସାହୁ ଉତ୍ସବର ଉଦ୍ଦେଶ୍ୟ କଥନ କରିଥିଲେ। ଆଚାର୍ଯ୍ୟ ଶ୍ରୀ ସୁରେନ୍ଦ୍ର ନାଗ ଅତିଥି ପରିଚୟ କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ସୁଶାନ୍ତ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଂଯୁକ୍ତା ଗୁରୁମା ମଞ୍ଚ ପରିଚାଳନା କରିଥିଲେ। ଗୁରୁଜୀ ଗୁରୁମାମାନଙ୍କ ମଧ୍ୟରେ ଅନୀତା ଗୁରୁମା, ଗୋବିନ୍ଦ ଗୁରୁଜୀ, ରାଧୁ ଗୁରୁଜୀ,ଘେନୁ ଗୁରୁଜୀ, ମଣ୍ଟୁ ଗୁରୁଜୀ, ଲତା ଗୁରୁମା, ସତ୍ୟଭାମା ଗୁରୁମା ଓ ସମସ୍ତ ଗୁରୁଜୀ ଗୁରୁମା ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ପ୍ରମୋଦ ସାହୁ,ଅଞ୍ଜନ ସାହୁ, ସୁମନ୍ତ ସାହୁ,ସୁଭ୍ରାନ୍ତ ସାହୁ, ନବକିଶୋର ସାହୁ,ଅଶୋକ ସାହୁ ଓ ଅନ୍ୟ ସମସ୍ତେ ସହଯୋଗ କରିଥିଲେ।

ଖୁସି ରାମ ସାହୁ ଙ୍କ ରିପୋର୍ଟ୍ 

Related posts

ଆୟାପ୍ପା ଭକ୍ତଙ୍କ ଇରୁମୁଡ଼ି ପୂଜା

masiha

ନର୍ଲା ପଞ୍ଚାୟତ ସମିତି ସମେତ ବ୍ଲକ୍ ଅଧିନ ବିଭିନ୍ନ  ଅନୁଷ୍ଠାନ ତରଫରୁ ୭୪ତମ ଗଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

କଳାହାଣ୍ଡି ଓକିଲ ସଂଘ ସଭାପତି ସନ୍ତୋଷ ପଣ୍ଡା ଓ ସମ୍ପାଦକ ନିହାର ମିଶ୍ର 

Sunil Chandra Nayak

Leave a Comment

error: Content is protected !!