ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରାପଡ଼ାରେ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ* ଅନୁଷ୍ଠିତ

କେନ୍ଦ୍ରାପଡ଼ାରେ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ* ଅନୁଷ୍ଠିତ

କେନ୍ଦ୍ରାପଡା,୧୮/୧୧: ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ସମୀକ୍ଷା କରିଛନ୍ତି I ବିଶେଷ କରି ଧାନ ସଂଗ୍ରହ ପରିଚାଳନା , ମଣ୍ଡି ବ୍ୟବସ୍ଥା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ,ଡିଜିଟାଲ କ୍ରପ କଟିଙ୍ଗ, କୃଷି ଆଦି ସମ୍ପର୍କରେ ସମୀକ୍ଷା କରିବା ସହ ଚଳିତ ବର୍ଷ ଧାନ ସଂଗ୍ରହ କିପରି ସ୍ଵଚ୍ଛତା ଓ ପାରଦର୍ଶିତା ସହ ସମ୍ପାଦିତ ହୋଇପାରିବ ଏବଂ କୃଷକ ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ପ୍ରେରଣ, ଧାନ ସଂଗ୍ରହ ପୂର୍ବରୁ ମଣ୍ଡି ଅବସ୍ଥା ସମ୍ପର୍କରେ ତଦନ୍ତ କରିବା, ମଣ୍ଡିରେ କୃଷକ ମାନଙ୍କ ପାଇଁ ପାନୀୟ ଜଳ ଓ ବସିବାର ବ୍ୟବସ୍ଥା କରିବା, ଧାନ ବିକ୍ରି ସମୟରେ ମଧ୍ୟସ୍ଥିଙ୍କ କର୍ତ୍ତୁତ୍ଵକୁ ଶୂନ୍ୟ କରିବା ଏବଂ ଏଫଏକ୍ୟୁମାନର ଧାନ ସଂଗ୍ରହ କରିବା, କଟନୀ ଛଟନୀ ବନ୍ଦ କରିବା ଉପରେ ଗୁରୁତ୍ଵ ଦେବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ I ସମୀକ୍ଷା ବୈଠକରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, ରାଜନଗର ବିଧାୟକ ଧୃବ ଚରଣ ସାହୁ, ମହାକାଳପଡ଼ା ବିଧାୟକ ଡଃ ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ ରାୟ, ଡେପୁଟି ଡାରେକ୍ଟର ପ୍ଲାନିଂ ଆରତୀ ନାୟକ, ସିଡିଭିଓ ଦୀପ୍ତି ମହାପାତ୍ର, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, ଅତିରିକ୍ତ ବେସାମରିକ ଯୋଗାଣ ଅଧିକାରୀ ପ୍ରଫୁଲ କୁମାର ଦାସ, ବିଭିନ୍ନ ବ୍ଲକର ଏମଆଇ ପ୍ରମୁଖ ଯୋଗ ଦେଇଥିଲେ I ସୂଚନା ଯୋଗ୍ୟ ଯେ ବର୍ତମାନ ଜିଲ୍ଲାରେ ୪ଗୋଟି ଚାଉଳ ସଂଗ୍ରହ କେନ୍ଦ୍ରରେ ମୋଟ ୧୫,୫୦୦ ମେଟ୍ରିକ ଟନ ଚାଉଳ ଗଚ୍ଛିତ ରଖି ପାରିବା ବ୍ୟବସ୍ଥା ରହିଛି I ଚାଉଳ ସଂଗ୍ରହ କେନ୍ଦ୍ରରୁ ଫେୟାର ପ୍ରାଇସ ସପ ପର୍ଯ୍ୟନ୍ତ ଚାଉଳ ପରିବହନ ନିମନ୍ତେ ଜିଲ୍ଲାରେ ୧୧ଗୋଟି ଲେବୁଲ ୨ ଟ୍ରାଂସପୋର୍ଟ୍ କଣ୍ଟ୍ରାକଟର ଥିବା ସ୍ଥଳେ FCI ଡିପୋରୁ ଚାଉଳ ସଂଗ୍ରହ କେନ୍ଦ୍ରକୁ ଗହମ ପରିବହନ ନିମନ୍ତେ ଜଣେ L-1କଣ୍ଟ୍ରାକ୍ଟର କାର୍ଯ୍ୟରତ ଅଛନ୍ତି। ଜିଲ୍ଲାରେ ଫେୟାର୍ ପ୍ରାଇସ୍ ସପ୍ ୫୬୦ଗୋଟି ମାଧ୍ୟ୍ୟମରେ ବଣ୍ଟନ ବ୍ୟବସ୍ତା କରାଯାଉଛି। ଜିଲ୍ଲାରେ ଥିବା ୩ଜଣ କିରୋସିନ ହୋଲସେଲର ସିଧାସଳଖ ଭାବେ କମ୍ପାନୀ ଠାରୁ କିରୋସିନ ଆଣି ଫେୟାର୍ ପ୍ରାଇସ୍ ସପ୍ କୁ ବଣ୍ଟନ କରନ୍ତି I ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ସ୍କିମ ଅଧୀନରେ ୩,୨୨,୮୧୫ କାର୍ଡ ମାଧ୍ୟମରେ ୧୨,୦୬,୯୮୭ ସଦସ୍ୟ ଉପକୃତ ହେଉଛନ୍ତି I ନୂତନ ରାଶନ କାର୍ଡ ପ୍ରଦାନ ପାଇଁ ଇ-କେୱାସି ଭେରିଫିକେଶନ କାର୍ଯ୍ୟ ୮୧.୭୨% ସରିଯାଇଛି I ଫଳରେ ୧୨,୦୬,୯୮୭ ଜଣଙ୍କ ମଧ୍ୟରୁ UIDAI ସର୍ଭର ମାଧ୍ୟମରେ ୯,୮୬,୪୮୩ଜଣଙ୍କ ଇ-କେୱାସି ଭେରିଫିକେଶନ ସରିଯାଇଛି I ୨୦୨୪-୨୫ ଖରିଫ ଧାନ ସଂଗ୍ରହ ପାଇଁ ୧୧୮ ଗୋଟି ପ୍ୟାକସ ଅଂଶ ଗ୍ରହଣ କରିବେ I ଏବର୍ଷ ପ୍ରଥମ ପର୍ଯ୍ୟୟରେ ୫୮,୦୦୯ ମେଟ୍ରିକ ଟନ ଧାନ ସଂଗ୍ରହ କରିବାର ଲକ୍ଷ ଧାର୍ଯ୍ୟ କରାଯାଇଛି I ମଣ୍ଡିରେ ଧାନ ସଂଗ୍ରହକୁ ସହଜ ଓ ସୁବିଧା କରିବା ପାଇଁ ୧୧୮ଜଣ ମଣ୍ଡି ନୋଡଲ ଅଫିସର, ୩୮ଜଣ ମଣ୍ଡି ସୁପରଭାଇଜିଙ୍ଗ ଅଫିସର ନିଯୁକ୍ତି ଦିଆଯାଇଛି I ଆସନ୍ତା ୨୦/୧୧ ଠାରୁ ଏମାନଙ୍କୁ ପ୍ରଶିକ୍ଷଣ ଦିଆଯିବ I ସମସ୍ତ କାର୍ଯ୍ୟରେ ସ୍ଵଚ୍ଛତା ଆଣିବା ସହ କୃଷକଙ୍କ ସ୍ଵାର୍ଥକୁ ଅଗ୍ରାଧିକାର ଦେବା ସହ ସ୍ଥାନୀୟ ବିଧାୟକ ମାନଙ୍କର ପରାମର୍ଶ ନେବାକୁ ମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ I ଶେଷରେ ଜିଲ୍ଲାପାଳ ମନ୍ତ୍ରୀ ଓ ସମସ୍ତ ବିଧାୟକଙ୍କୁ ଧନ୍ୟବାଦ ଦେଇଥିଲେ l

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ରୋଟାରୀ କ୍ଳବ୍ ଅଫ୍ ରାଉରକେଲା ଷ୍ଟିଲ ସିଟି ର ୧୫ତମ ଅଧିଷ୍ଠାନ ଦିବସ ପାଳିତ 

Sunil Chandra Nayak

ଗୀତା ଆବୃତ୍ତି ପ୍ରତିଯୋଗିତାରେ ଦୁଇ ଛାତ୍ରୀ ପୁରସ୍କୃତ

Sunil Chandra Nayak

କୁଜଙ୍ଗ ବ୍ଲକରେ ଅଳକା ଆଶ୍ରମର ଶତବାର୍ଷିକ ସମାରୋହ ପାଳିତ

Sunil Chandra Nayak

Leave a Comment

error: Content is protected !!